ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହେଇଯାଉଛନ୍ତି ଯେ, ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ସବୁବେଳେ ସେମାନଙ୍କ ମନରେ ଚିନ୍ତା ରହୁଛି । ହେଲେ ବନ୍ଧୁଗଣ ଯଦି ମଣିଷର ମନ ଖୁସି ରହିବ ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ଓ ଖୁସିରେ କରିଦେବ । ସେଥିପାଇଁ ମଣିଷର ମନୋରଞ୍ଜନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆମେ ଆସିଛୁ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ମଜାଦାର ଓଡିଆ ଜୋକ୍ସ ବିଷୟରେ ।
୧. ସରଦାରର ମୁଣ୍ଡ ଫାଟି ଗଲା…
ଡାକ୍ତର- ଆରେ ଏ କେମିତି ହେଲା ?
ସରଦାର- ମୁ ଇଟାରେ ପଥର ଭାଙ୍ଗୁ ଥିଲି ହେଲେ ସେହି ସମୟରେ ଗୋଟେ ଲୋକ ଆସି କହିଲା
ଲୋକ- ଆରେ ଭାଇ… ଇଟାରେ କଣ ପଥର ଭାଙ୍ଗୁଛ ଟିକେ ମୁଣ୍ଡର ବ୍ୟବହାର କର
୨. ଶାଶୁ ନିଜ ଜ୍ଵାଇଁକୁ ଫୋନରେ ପଚାରିଲା…
ଶାଶୁ- ପୁଅ, ବାତ୍ୟା ଖବର କଣ ଅଛି ?
ଜ୍ଵାଇଁ- ବର୍ତ୍ତମାନ ତ ଭଲ ଅଛି, କୁଲର ଲଗେଇ ଆରାମ ସେ ଶୋଇଛି !!
୩. ସ୍ଵାମୀ କହିଲା ସ୍ତ୍ରୀ କୁ…
ସ୍ଵାମୀ- ମୋ ଛାତିରେ ବହୁତ କଷ୍ଟ ହେଉଛି । ତମେ ଶୀଘ୍ର ଆମ୍ବୁଲାନ୍ସକୁ ଫୋନ ଲଗାଅ
ସ୍ତ୍ରୀ- ହଁ ଲଗଉଛି ତମେ ତମ ଫୋନର ପା-ସ-ୱା-ର୍ଡ କୁହ ?
ସ୍ଵାମୀ- ନାହିଁ ମ ଛାଡ ଏବେ ଟିକେ ଠିକ ଲାଗୁଛି ।
୪. ସ୍ତ୍ରୀ ଉପରେ ରାଗି ଯାଇ ସ୍ଵାମୀ ଛାତ ଉପରୁ ଡେଇଁବାକୁ ଯାଉଥିଲା…
ସେହି ସମୟରେ ସ୍ତ୍ରୀ ଘର ଭିତରୁ ଆବାଜ ଦେଲା…
ସ୍ତ୍ରୀ- ଆରେ ଶୁଣୁଛ ମୋ ସାଙ୍ଗ ମାନେ ଆସିଛନ୍ତି । ଶୀଘ୍ର ଆସ ଦେଖା କରିବ ।
ସ୍ଵାମୀ- ହଁ ହଁ, ମୁ ସଙ୍ଗେ ସଙ୍ଗେ ଆସିଲି ।
୫. ମହିଳା ନିଜ ସମସ୍ଯା ବିଷୟରେ ବାବାଙ୍କୁ କହିଲା…
ମହିଳା- ବାବା ମୁ ମୋ ସ୍ଵାମୀଙ୍କ ପାଇଁ ବହୁତ ଟେନସନରେ ଅଛି ।
ବାବା- କାହିଁକି ଝିଅ କଣ ହେଇଛି ?
ମହିଳା- ବାବା ସେ ସବୁଦିନ ରାତିରେ କୁଆଡେ ଯାଉଛନ୍ତି ଓ ସଖାଳେ ଘରକୁ ଫେରୁଛନ୍ତି ।
ବାବା- ସୁନ୍ଦରୀ, ତମେ ପ୍ରଥମେ ମୋତେ କୁହ ଏଇଟା ତମର ସମସ୍ଯା ନା ମୋ ପାଇଁ ଆମନ୍ତ୍ରଣ
୬. ଗୋଟେ ସାର ନିଜ କଲେଜ କଥା ମନେ ପକାଇ କହିଲା…
ସାର- ସେହି ପୁରୁଣା ରୁମ, ସେହି ପୁରୁଣା ଫର୍ନୀଚର, ସେହି ପୁରୁଣା ଆଲମାରି…
ସେହି ସମୟରେ ରମେଶ ସାରଙ୍କୁ ରୋକିବାକୁ ଯାଉଥିଲା ହେଲେ ସାର ଆଲମାରି ଖୋଲିଦେଲା ।
ଆଲମାରି ଭିତରେ ରମେଶର ଗାର୍ଲଫ୍ରେଣ୍ଡ ଲୁଚି ରହିଥିଲା ।
ସେହି ସମୟରେ ରମେଶ କହିଲା…
ରମେଶ ଡରିଯାଇ- ସାର ଏ ହେଉଛି ମୋର ସେହି ଭଉଣୀ ।
ସାର- ପୁଅ ମୁ ଜାଣିଛି ଏଇଟା ତୋର ସେହି ପୁରୁଣା ବାହାନା
୭. ଶାଶୁ ନିଜର 3 ଜ୍ଵାଇଁଙ୍କର ଭଲ ପାଇବା ଦେଖିବା ପାଇଁ
ନଈକୁ ଡେଇଁ ପଡିଲା
ଗୋଟିଏ ଜ୍ଵାଇଁ ତାକୁ ବଞ୍ଚେଇଲା ତ
ଶାଶୁ ତାକୁ ମାରୁତି କାର ଦେଲା
ତା ପର ଦିନ ଶାଶୁ ପୁଣି ନଈକୁ ଡେଇଁ ପଡିଲା
ପୁଣି ଆଉ ଜଣେ ଜ୍ଵାଇଁ ତାକୁ ବଞ୍ଚେଇଲା ତ
ଶାଶ ତାକୁ ବାଇକ ଦେଲା
ତୃତୀୟ ଦିନ ଶାଶୁ ପୁଣି ନଈକୁ ଡେଇଁ ପଡିଲା
ତୃତୀୟ ଜ୍ଵାଇଁ ଭାବିଲା ଏବେ ତ ଖାଲି ସାଇକେଲ ହିଁ ବଞ୍ଚିଛି, ଛାଡ କାହିଁକି ବଞ୍ଚେଇବି !!
ଶାଶୁ ବୁଡି କି ମ-ରି-ଗ-ଲା
କିନ୍ତୁ ଚତୁର୍ଥ ଦିନ ଜ୍ଵାଇଁ କୁ BMW କାର ମିଳିଲା
ପଚାର କେମିତି ?
ଶଶୁର ଦେଲା !!
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।