ଫୋନରେ ଟୁଙ୍ଗୁରୁ ମାନିଲା ସତ, କହିଲା ବର୍ଷାଙ୍କୁ କରିବ ବିବାହ, ଦେଖନ୍ତୁ ବର୍ଷା-ଟୁଙ୍ଗୁରୁଙ୍କ ବାର୍ତ୍ତାଳାପର Exclusive ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ, ବର୍ଷା ନାମକ ଜଣେ ମହିଳା ଭରତପୁର ଥାନାରେ ଟୁଙ୍ଗୁରୁଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିବା ପରେ ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି । ଦିନରାତି ଆଇ ଲଭ ୟୁ କହି ଗୋଲାପ ଫୁଲ ଦେଇ ଟୁଙ୍ଗୁରୁ ବର୍ଷାଙ୍କୁ ନିଜ ପ୍ରେମ ଜାଲ ରେ ଫସେଇବା ଚେଷ୍ଟା କରିଥିଲେ ଓ ପରେ ବର୍ଷାଙ୍କୁ ଧୋକା ଦେଇ ଆଉ କାହାକୁ ବିବାହ କରି ନେଇଛନ୍ତି ବୋଲି ବର୍ଷା ଅଭିଯୋଗ ଆଣିଥିଲେ ।

କିନ୍ତୁ ଏହି ସମସ୍ତ ଅଭିଯୋଗ କୁ ଟୁଙ୍ଗୁରୁ ମିଥ୍ୟା ବୋଲି କହିଥିଲେ । ଟୁଙ୍ଗୁରୁ ଙ୍କ କହିବାନୁଯାୟୀ, ବର୍ଷା ତାଙ୍କ ନାଁ ରେ ମିଛ ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ବିବାହ କରିବା ନିମନ୍ତେ ଫସାଉଛନ୍ତି । ତାଙ୍କର ଏଥିରେ କୌଣସି ହାତ ନାହିଁ ବୋଲି ଟୁଙ୍ଗୁରୁ ଭୋଳ ସ୍ଵୟଂ ମିଡିଆ ସାମ୍ନା ରେ କହିଥିଲେ । କିନ୍ତୁ ବର୍ତ୍ତମାନ କାହାଣୀ ଏକ ଏଭଳି ମୋଡ଼ ନେଇଛି ଯେଉଁଥିରେ ସତ କଣ ମିଛ କଣ ତାହା ସାମ୍ନା କୁ ଆସିଛି ।

ତେବେ ସୂଚନାଯୋଗ୍ୟ, ମିଡିଆ ସାମ୍ନା ରେ ବର୍ଷା ଟୁଙ୍ଗୁରୁ କୁ ଫୋନ କରିଥିଲେ ଏବଂ ମିଛ ରେ କହିଥିଲେ ଯେ, ସେ ନିଜର ହାତ କାଟି ଦେଇଛନ୍ତି ଏବଂ ଏଥିପାଇଁ ହସ୍ପିଟାଲ ଆସିଛନ୍ତି । ଏହା ସହିତ ବର୍ଷା ଟୁଙ୍ଗୁରୁ ଙ୍କୁ ଫୋନ ରେ ଆପଣ ବୋଲି କହି ସମ୍ବୋଧନ କରିଥିଲେ ଯେଉଁ କାରଣରୁ ଟୁଙ୍ଗୁରୁ ତାଙ୍କ ଉପରେ ରାଗିଥିଲେ ।

ଏହା ସହିତ ବର୍ଷା ଟୁଙ୍ଗୁରୁ ଙ୍କ ବାପା ଙ୍କୁ ଫୋନ କରି ଟୁଙ୍ଗୁରୁ ଙ୍କୁ ବିବାହ କରିବେ ବୋଲି କହି ଗୁହାରି ମଧ୍ୟ ହୋଇଥିଲେ । କିନ୍ତୁ ତାଙ୍କ ବାପା ମାନି ନଥିଲେ । ଏହାର ଉତ୍ତର ରେ ଟୁଙ୍ଗୁରୁ ନିଜେ କହିଛନ୍ତି ଯେ, ସେ କେବଳ ବର୍ଷା ଙ୍କୁ ହିଁ ଭଲ ପାଆନ୍ତି ଏବଂ ତାଙ୍କୁ ବିବାହ କରିବାକୁ ରାଜି ମଧ୍ୟ ଅଛନ୍ତି ।

ଏହାପରେ ସେ କହିଛନ୍ତି ଯେ, ସେ କେବଳ ବର୍ଷା ଙ୍କୁ ହିଁ ନିଜ ଘରକୁ ବୋହୁ କରି ନେବେ ଓ ସାରା ଓଡ଼ିଶା ତାଙ୍କ ବାହାଘର ଦେଖିବ । ତେବେ ପୂର୍ବରୁ ନିଜକୁ ନିର୍ଦୋଷ ବୋଲି କହୁଥିବା ଟୁଙ୍ଗୁରୁ ଏବେ ସ୍ଵୟଂ ସତ କୁ ଫୋନ ରେ ସ୍ୱୀକାର କରିଛନ୍ତି । ତେବେ ଏହି ପ୍ରେମ କାହାଣୀ ବର୍ତ୍ତମାନ କେଉଁ ମୋଡ଼ ନେବ ତାହା ଦେଖିବାର ବିଷୟ ଅଟେ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *