ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସମସ୍ତ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମନୀଷା ରଥ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମନୀଷାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ମନୀଷାଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ମନୀଷାଙ୍କ ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସାକ୍ଷାତ୍କାର ଭିଡିଓରେ ମନୀଷା ନିଜ ପର୍ଶନାଲ ଲାଇଫ ବିଷୟରେ କହୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ମନୀଷାଙ୍କ ମତରେ-‘ମୋର ପ୍ରପରଲି ଲଭ ମ୍ୟାରେଜ । ପିଲା ବେଳୁ ଇଛା ନଥିଲା ଲଭ କରିବା ପାଇଁ କି ବାହା ହେବା ପାଇଁ । ହେଲେ ଲଭ ହେଉ ହେଉ ହେଇଗଲା ଆଉ ଲଭ ହେଲା ମାନେ ତ ବାହାଘର ହେବ । ଗୋଟେ ପୁରୁଷ ଭିତରେ ଯେଉଁ ମେଲ ଇଗୋ ଥାଏ ସେଇଟା ତାଙ୍କ ଭିତରେ ପ୍ରଚଣ୍ଡ । ସେ ମୋତେ ଭଲ ପାଉଥିଲେ ସତ ହେଲେ ସେ କେବେବି ମୁହଁ ଖୋଲି କହିବେନି ଯେ ଆଇ ଲଭ ୟୁ ।
ତେଣୁ ପ୍ରଥମେ ମୁ ପ୍ରପୋଜ କରିଥିଲି । ଏହା ପରେ ସେ ମୋତେ ଆଭୋଏଡ କଲେ ଆଉ ମୁଁ ମୋ ବାଟରେ ରହିଗଲି ତା ପରେ ସେ ମୋତେ ପ୍ରପୋଜ କଲେ । ସତ କଥା ହେଲା ମୋ ଜୀବନରେ ମୁଁ ଜଣେ କଳାକାର ହୋଇପାରେ ହେଲେ ରୋମାଣ୍ଟିକ କଳାକାର ନୁହେଁ । ରୋମାଣ୍ଟିକ ସିନ୍ ପଡିଗଲା ମାନେ ମୋର ଗୋଡ ହାତ ଖାଲି ଥରିବ । ତାଙ୍କ ସହ ମୁଁ ଦୁଇଟି କାମ କରିଛି ।
ଗୋଟେ ହେଉଛି ବୋହୁ ସିରିଏଲରେ ତାଙ୍କ ସହ ମୋର ଦେଖା ଆଉ ମୁଁ ଯେଉଁ କଲେଜରେ ପାଠ ପଢୁଥିଲି ସେ ବି ସେହି କଲେଜର ଷ୍ଟୁଡେଣ୍ଟ । ହେଲେ ମୁ ତାଙ୍କୁ ଦେଖିନି ହେଲେ ସେ ମୋତେ ଦେଖିକି ସାଇକେଲରେ ଭିତରେ ଗଳି ପଶିକି ଯାନ୍ତି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମନୀଷା ରଥ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।