ଖିଲାଡ଼ି Akshay Kumar ଙ୍କୁ ବିଲକୁଲ ପସନ୍ଦ ନୁହେଁ Twinkle Khanna ଙ୍କ ଏହି 4 ଟି ଫିଲ୍ମ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଅଭିନେତା ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବଲିଉଡ ରେ ଆପଣ ଖିଲାଡି ଅକ୍ଷୟ କୁମାର ଙ୍କୁ ତ ନିଶ୍ଚୟ ଜାଣିଥିବେ ତେବେ ଅକ୍ଷୟ କୁମାର ଏବଂ ତାଙ୍କ ପତ୍ନୀ ଟ୍ଵିଙ୍କଲ ଖାନ୍ନା ଙ୍କ ଯୋଡି କୁ ବଲିଉଡ ରେ ସବୁଠାରୁ ପାୱାର ଫୁଲ ଯୋଡି କୁହାଯାଏ । ତେବେ ଅକ୍ଷୟ ଙ୍କ ଘରେ ଟ୍ଵିଙ୍କଲ ଙ୍କର ହିଁ ରାଜ ଚାଲେ ।

ତେବେ ଅକ୍ଷୟ ମଧ୍ୟ ନିଜ ପତ୍ନୀ ଙ୍କ ସବୁ କଥା କୁ ମାନି ନେଇଥାନ୍ତେ । ଏହା ସହ ସେ ନିଜକୁ ଜୋରୁ କା ଗୁଲାମ ମଧ୍ୟ କହିଥାନ୍ତି । ତେବେ ଅକ୍ଷୟ ଟ୍ଵିଙ୍କଲ ଙ୍କ ର ୪ଟି ଫିଲ୍ମ କୁ ଦେଖିବାକୁ ବିଲକୁଲ ପସନ୍ଦ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ସିନେମା ବିଷୟରେ ।

୧- ପ୍ରଥମରେ ହେଉଛି ଫିଲ୍ମ ମେଲା । ଏହି ଫିଲ୍ମ ଟି ୨୦୦୦ ମସିହାରେ ଆସିଥିଲା । ତେବେ ଏଥିରେ ଟ୍ଵିଙ୍କଲ ଙ୍କ ସହ ଆମୀର ଖାଁ ମଧ୍ୟ ନଜର ଆସିଥିଲେ ତେବେ ଏହି ସିନେମା ଟି ସେ ସମୟରେ ଫ୍ଲପ ହୋଇଥିଲା । କିନ୍ତୁ ବର୍ତ୍ତମାନ ର ଦର୍ଶକ ଏହି ସିନେମା କୁ ପସନ୍ଦ କରିବା ସହ ଟ୍ଵିଙ୍କଲ ଙ୍କ ଅଭିନୟ କୁ ମଧ୍ୟ ପସନ୍ଦ କରୁଛନ୍ତି । ତେବେ ଟ୍ୱିଙ୍କଲ ଏହି ସିନେମା ରେ ଆମୀର ଙ୍କ ସହ ରୋମାନ୍ସ କରିଥିବାରୁ ଅକ୍ଷୟ ଙ୍କୁ ଏହି ଫିଲ୍ମ ପସନ୍ଦ ନୁହେଁ ।


୨- ଦ୍ଵିତୀୟ ରେ ହେଉଛି ବରସାତ । ତେବେ ଏହି ସିନେମା ରେ ବବି ଦେୱଲ ଏବଂ ଟ୍ଵିଙ୍କଲ ଖାନ୍ନା ଙ୍କ କେମେଷ୍ଟ୍ରି ଲୋକ ମାନଂକୁ ଖୁବ ପସନ୍ଦ ଆସିଥିଲା । ତେବେ ଦୁହେଁ ଏହି ସିନେମା ରେ ଖୁବ ସୁନ୍ଦର ଅଭିନୟ ମଧ୍ୟ କରିଥିଲେ ଯାହା ଦର୍ଶକ ମାନଂକୁ ବାନ୍ଧି ରଖି ପାରିଥିଲା । ତେବେ ସେମାନେ ଏହି ଯୋଡି କୁ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଶନି ଦେୱଲ ଙ୍କ ସହ ଶତ୍ରୁତା ଯୋଗୁଁ ଅକ୍ଷୟ ଙ୍କୁ ଟ୍ୱିଙ୍କଲ ଙ୍କ ର ଏହି ସିନେମା କୁ ମଧ୍ୟ ପସନ୍ଦ କରନ୍ତି ନାହିଁ ଦେଖିବାକୁ ।

୩- ତୃତୀୟ ରେ ହେଉଛି ଜାନ । ତେବେ ଏହି ଫିଲ୍ମ ଟି ୧୯୯୬ ରେ ଆସିଥିଲା । ଏଥିରେ ଅଜୟ ଏବଂ ଟ୍ଵିଙ୍କଲ ଙ୍କ ଅଭିନୟ କୁ ଏବଂ କେମେଷ୍ଟ୍ରି କୁ ଲୋକମାନେ ଖୁବ ପସନ୍ଦ କରିଥିଲେ । ତେବେ ଏହି ଫିଲ୍ମ ଟି ହିଟ ମଧ୍ୟ ହୋଇଥିଲା । ତେବେ ଅକ୍ଷୟ ଭାବନ୍ତି କି ଅଜୟ ରାଜକୁମାର ସନ୍ତୋଷ ଙ୍କୁ କହି ତାଙ୍କ ଠାରୁ କାମ ଛଡେଇ ନେଇଛନ୍ତି ତେଣୁ ସେ ଅଜୟ ଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ଟ୍ଵିଙ୍କଲ ଙ୍କ ଏହି ଫିଲ୍ମ କୁ ବି ପସନ୍ଦ କରନ୍ତି ନାହିଁ ।


୪- ଚତୁର୍ଥ ରେ ହେଉଛି ବାଦଶାହ । ତେବେ ୧୯୯୯ ମସିହାରେ ଏହି ସିନେମା ସୁପରହିଟ ହୋଇଥିଲା । ତେବେ ଏଥିରେ ଟ୍ଵିଙ୍କଲ ଙ୍କ ଅଭିନୟ ମଧ୍ୟ ଖୁବ ସୁନ୍ଦର ଥିଲା । ତେବେ ଏଥିରେ ସାହାରୁଖ ଖାଁ ହିରୋ ଥିଲେ । ତେବେ କିନ୍ତୁ ଅକ୍ଷୟ ଏହି ସିନେମା ରେ କାମ କରିବାକୁ ଚାହୁଁଥିଲେ କିନ୍ତୁ ତାହା ନ ହୋଇ ଶାହାରୁଖ ଙ୍କୁ ହିରୋ କରାଗଲା ଯାହା ଯୋଗୁଁ ଅକ୍ଷୟ ଏହି ସିନେମା ଦେଖିବାକୁ ପସନ୍ଦ କରନ୍ତି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *