ରେଳ ଦୁର୍ଘଟଣା ଦିନ ଶବ ଉଦ୍ଧାର କରିଥିବା ବ୍ୟକ୍ତି ଆଜି ଦଶାହରେ ମୁଣ୍ଡନ କରିବେ, ବାହାନଗା Train Tragedy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲୌହ ଦାନବର ବିଭିତ୍ସ ଘଟଣା ଘଟିବା ପର ଠାରୁ ଭୟଭୀତ ହୋଇ ଅଛନ୍ତି ବାହାନଗା ଗ୍ରାମବାସୀ ! ତେବେ ବାହାନଗା ଠାରେ ରେଳ ଦୁର୍ଘଟଣାରେ ମୃ-ତ୍ୟୁ ବରଣ କରିଥିବା ଶତାଧିକ ଲୋକଙ୍କର ଆତ୍ମାର ସଦଗତି ନିମନ୍ତେ ଦଶାହ କାର୍ଯ୍ୟ ଆୟୋଜନ କରାଯାଉଛି । ଯାହାକୁ ବାହାନଗା ସ୍ଥାନୀୟ ଲୋକେ ଆୟୋଜନ କରି ମୁଣ୍ଡନ କାର୍ଯ୍ୟରେ ସାମିଲ ଅଛନ୍ତି । ହଁ ବନ୍ଧୁଗଣ ବାହାନଗା ଠାରେ ଏତେ ବଡ ରେଳ ଦୁର୍ଘଟଣା ଯେତେବେଳେ ଘଟିଥିଲା ।

ସେତେବେଳେ ନିଜର ଆତ୍ମୀୟ ସ୍ଵଜନଙ୍କ ପରି ସ୍ଥାନୀୟ ବାହାନଗାବାସୀ ଦୁର୍ଘଟଣାଗ୍ରସ୍ତ ଲୋକଙ୍କର ବହୁ ସେବା କରିଥିଲେ । ଆଉ ଯେଉଁ ମାନେ ଏହି ଦୁର୍ଘଟଣାରେ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିଲେ । ସେମାନଙ୍କ ପାଇଁ ଆଜି ବାହାନଗା ସ୍ଥାନୀୟ ସଂଗଠନ ପକ୍ଷରୁ ସ୍ଥାନୀୟ ଲୋକମାନେ ନିଜର ଚୁଟି ଦାନ କରୁଛନ୍ତି । ଅର୍ଥାତ ଦଶାହ କାର୍ଯ୍ୟରେ ସ୍ଥାନୀୟ ଲୋକେ ଲଣ୍ଡା ହେଉଛନ୍ତି ।

ତେବେ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ, ମଧ୍ୟ ବନ୍ଧୁଗଣ ଏହା ସତ୍ୟ ଅଟେ। କାରଣ ଯଦି ଭଲରେ ଭଲରେ ଦଶାହ ଓ ଏକାଦଶ କାର୍ଯ୍ୟ ସମାପନ ହୋଇଯାଏ । ତେବେ ଶହ ଶହ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କର ଆତ୍ମ ଶାନ୍ତି ପାଇପାରିବ । ତେବେ ଆସନ୍ତା କାଲି ମଧ୍ୟ ଏକାଦଶାହ କାର୍ଯ୍ୟର ଆୟୋଜନ କରାଯାଇଆଚ୍ଛି । ଏହା ସହ ବିଶ୍ଵଶାନ୍ତି ମହାଯଜ୍ଞ ମଧ୍ୟ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଇଛି । ପ୍ରାଣ ହରାଇଥିବା ଯାତ୍ରୀ ମାନଙ୍କର ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ ଅଷ୍ଟପ୍ରହରୀ ଇ ନାମସଙ୍କୀର୍ତ୍ତନ ମଧ୍ୟ କରାଯିବ ।

ସକାଳ ୯ ଟା ସମୟରେ ଗାୟତ୍ରୀ ଯଜ୍ଞ ଜପ  ଓ ୧୦ ଟା ରେ ସର୍ବ ଧର୍ମ ପ୍ରାଥନା ସଭା କରାଯିବ । ସାମୁହିକ ବେଦ ପାଠ ତଥା ଦୀପଦାନ ଆଦି କାର୍ଯ୍ୟ ମଧ୍ୟ ନିଷ୍ଠାର ସହ କରାଯିବାର ସମସ୍ତ ସୁବନ୍ଦୋବସ୍ତ କରାଯାଇଆଚ୍ଛି । ଏହା ସହ ସମସ୍ତ ବାହାନଗା ସ୍ଥାନୀୟ ଲୋକଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଅଛି ।

୧୩ ତାରିଖ ଦିନ ସକାଳ ୫ ଟା ଶୋଭାଯାତ୍ରା ୬ ଟା ରେ ବିଶ୍ଵଶାନ୍ତି ଗାୟତ୍ରୀ ଯଜ୍ଞ ୧୧ ଟା ସାମୁହିକ ଭାବରେ ପ୍ରସାଦ ସେବନ ମଧ୍ୟ କରାଯିବ । ଏହା ସହ ସେହି ଦିନ ଅପରାହ୍ନ ସମୟରେ ବିଷ୍ଣୁପୁର ଓ ରତୁରମ୍ଭା ଅନ୍ତରଜାତୀୟ ସଂଘ ତରଫରୁ ୫, ୮୦୦ ଦୀପ ଦାନ ମଧ୍ୟ କରାଯିବ ।

Leave a Reply

Your email address will not be published. Required fields are marked *