ଓଡିଆ ସିରିଏଲ ‘ସିନ୍ଦୁରର ଅଧିକାର’ ର Actor ଆରବ (Sanoj Kumar) ଙ୍କ ପରିବାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ଟିଭି ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଲୋକପ୍ରିୟ ସିରିଏଲ ‘ସିନ୍ଦୁର ର ଅଧିକାର’ରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ଆରଭଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି ।

କାରଣ ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରୁଛନ୍ତି । ଏହି ସିରିଏଲରେ ଆରଭ ଓ ଇତିଙ୍କ ଯୋଡିକୁ ମଧ୍ୟ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି । ଆରଭ ଏହି ସିରିଏଲରେ ହିରୋର ଭୂମିକାରେ ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଆରଭ ନିଜ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଆରଭଙ୍କ ପରିବାର ବିଷୟରେ ଜାଣିଛନ୍ତି ଆଜି ଆମେ ଆପଣ ମାନଙ୍କୁ ଆରଭଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆରଭଙ୍କ ପରିବାର ବିଷୟରେ । ବନ୍ଧୁଗଣ ଆରଭଙ୍କ ଅସଲି ନାମ ହେଉଛି ସନୋଜ କୁମାର । ସନୋଜଙ୍କ ଘର ବ୍ରହ୍ମପୁରରେ ଅଛି ।

ପିଲା ଦିନରୁ ସନୋଜଙ୍କର ପାଠ ପଢିବା ସହ ଅଭିନୟରେ ବହୁତ ରୁଚି ଥିଲା । ସନୋଜ ନିଜ ଅଭିନୟ କାରିୟାରର ଆରମ୍ଭ ୨୦୨୧ ମସିହାରେ ଓଡିଆ ଲୋକପ୍ରିୟ ସିରିଏଲ ‘ସିନ୍ଦୁର ର ଅଧିକାର’ରୁ ଆରମ୍ଭ କରିଥିଲେ । ବନ୍ଧୁଗଣ ବହୁତ କମ ସମୟ ମଧ୍ୟରେ ସନୋଜ ନିଜର ଜବରଦସ୍ତ ଅଭିନୟ କରି ଅଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ନିଜ ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି ।

ବନ୍ଧୁଗଣ ସନୋଜ ତାଙ୍କ ମା, ବାପା ଓ ଭାଇଙ୍କ ସହ ରୁହନ୍ତି । ସନୋଜ ସବୁଠାରୁ ଅଧିକ ତାଙ୍କ ମାଙ୍କୁ ଭଲ ପାନ୍ତି । ସନୋଜଙ୍କର ବାପାଙ୍କ ନାମ ହେଉଛି ରଞ୍ଜିତ କୁମାର । ସନୋଜଙ୍କ ବଡ ଭାଇଙ୍କ ନାମ ହେଉଛି ବିବେକାନନ୍ଦ ସାହୁ । ତେବେ ବନ୍ଧୁଗଣ ସନୋଜ ରିଅଲ ଲାଇଫରେ ସିଙ୍ଗଲ ଅଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନା ବିବାହ କରିଛନ୍ତି ନା କାହା ସହ ରିଲେସନରେ ଅଛନ୍ତି । ତା ହେଲେ ଆପଣ ମାନଙ୍କୁ ଟିଭି ଅଭିନେତା ସନୋଜ କୁମାର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *