“Raimohan ଙ୍କ ମୃତ୍ୟୁ ଘଟଣାର ତଦନ୍ତ ନହେଲେ ନବୀନ ନିବାସ ଆଗରେ ମୁଁ କିରୋସିନ ଢ଼ାଳି ହୋଇ ଆତ୍ମାହୁତି ଦେବ” ଦେଖନ୍ତୁ କାନ୍ଦି କାନ୍ଦି କଣ କହିଲେ ଅଭିନେତା Mitu Mithun…

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରଶୀଥ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ କିଛି ସମୟ ତଳେ ରାଇମୋହନ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ମିଟୁ ମିଥୁନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ମିଟୁ ମିଥୁନ ଯାହା ସବୁ କହିଛନ୍ତି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ମିଟୁ ମିଥୁନ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ କହୁଛନ୍ତି-‘ରାଇମୋହନ ପରିଡା ଆଉ ଫେରିବେ ନାହିଁ ହେଲେ ଏହାର ତଦାରକ ହେବା ଦରକାର ।

କଣ ପାଇଁ ସେ ଆତ୍ମହତ୍ୟା କରିଲେ ତାହା ଜାଣିବା ନିହାତି ଦରକାର । ମୁଁ ଆପଣ ମାନଙ୍କ ଓଡିଶା ମିଥୁନ ମିଟୁ ମିଥୁନ କହୁଛି । ଏ କଥାଟି ସାଧାରଣ ନୁହେଁ କାରଣ ଆମର ଯେତେ ଫିଲ୍ମ ବାଲା ଥିଲେ ସବୁ ମରି ସାରିଲେଣି ଆଉ କେହି ନାହାନ୍ତି । ଯାହାର ହାତ ଧରି ଆମେ ଅଭିନୟ ଶିଖି ଥିଲୁ ସେ ଆଉ ନାହାନ୍ତି । ଆପଣ ମାନେ ଦେଖିଥିବେ ରାଇ ଭାଇ ବେସୀ ପ୍ରେସ ମିଡିଆକୁ ଆସନ୍ତି ନାହିଁ ।

ରାଇ ମୋହନ ପରିଡା ଗୋଟିଏ ଲୋକ ଯିଏ ସମସ୍ତଙ୍କୁ ଶିଖାନ୍ତି ହେଲେ ସେ ଆଉ ନାହାନ୍ତି । ତାଙ୍କ ମୃତ୍ୟୁର ତଦନ୍ତ ହେଉ ମୁଁ ଏତିକି କହୁଛି । ଆଉ ଯଦି ନ ହେବ ତା ହେଲେ ଯେମିତି ନବୀନ ପଟ୍ଟନାୟକ ଘରେ ଆଗରେ କିରୋସିନ ଢାଳି ହେଇଥିଲି ମୁଁ ନିଜେ ଢାଳି ହେଇ ମରିବି ମୋର କିଛି ଅସୁବିଧା ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମିଟୁ ମିଥୁନ ନିଜର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।  

Leave a Reply

Your email address will not be published. Required fields are marked *