ରାଇମୋହନଙ୍କ ମୃତ୍ୟୁ ରହସ୍ୟ ଉପରୁ ଉଠୁଛି ପରଦା, ରହିଛି ଏହି ଯୁବକଙ୍କ ବଡ ଭୂମିକା…

ବନ୍ଧୁଗଣ ରାଇମୋହନଙ୍କ ମୃତ୍ୟୁ ରହସ୍ୟର ପରଦା ଉଠିବାରେ ଲାଗିଛି । ମୃତ୍ୟୁର କାରଣ ଅସ୍ପର୍ଷ୍ଟ ଥିବା ବେଳେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ରାଇମୋହନଙ୍କ ମୃତ୍ୟୁକୁ 4 ଦିନ ବୀତି ଯାଇଥିବା ବେଳେ ପୋଲିସର 4 ଜଣିଆ ଟିମ ଅହରହ ତଦନ୍ତ କରୁଛନ୍ତି । ପୋଲିସ ପରିବାର ସଦସ୍ୟଙ୍କ ସମେତ ଏ ପର୍ଯ୍ୟନ୍ତ 12 ଜଣଙ୍କୁ ନିଜ ତଦନ୍ତ ଘେରକୁ ନେଇଛି । ଏତିକି ତଦନ୍ତ ଭିତରେ ପୋଲିସ ଅନେକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପାଇଛି ।

ପୋଲିସ ସୂଚନାରୁ ଯାହା ଜଣା ପଡିଛି ରାଇମୋହନଙ୍କ ମୃତ୍ୟୁରେ ଜଣେ ଯୁବକଙ୍କ ଭୂମିକା ଥିବା ଜଣା ପଡିଛି । ପୋଲିସ ଯୁବକଙ୍କ ଭୂମିକାକୁ ନେଇ ସନ୍ଦେହ କରୁଛି । ରାଇମୋହନଙ୍କ ଉଦୟପୁର ପଛ ପାର୍ଶ୍ଵରେ ରହୁଥିବା ଯୁବକ ଜଣକ ହେଉଛନ୍ତି ନିଶାଖୋର । ସେ ଯୁବକ ଜଣକ କୌଣସି ମତେ ରାଇମୋହନଙ୍କ ପରିବାରର ନିକଟମ ହେବାକୁ ଚେଷ୍ଟା କରୁଥିଲେ ।

ସେହି ଯୁବକର କେବଳ ରାଇମୋହନଙ୍କୁ ଛାଡି ଦେଲେ ପୁରା ପରିବାର ସହ ଭଲ ସମ୍ପର୍କ ଥିଲା । କିନ୍ତୁ ଏହାକୁ ସହ୍ୟ କରିପାରୁ ନଥିଲେ ରାଇମୋହନ । ଦିନକୁ ଦିନ ଯୁବକଙ୍କର କାର୍ଣ୍ଣମା ବଢିବାକୁ ଲାଗିଥିଲା । ଏଥିରେ ଅତିଷ୍ଟ ହୋଇ ରାଇମୋହନ ପୋଲିସରେ ଅଭିଯୋଗ କରିଥିଲେ । ଏହା ପରେ ଘଟଣାର ପୂର୍ବ ଦିନ ପୋଲିସର ଏକ ଟିମ ଯୁବକର ଘରକୁ ଯାଇ ଯୁବକକୁ ତାଗିତ କରି ଫେରି ଥିଲେ ।

ଆଉ ଏହା ପରେ ରାଇମୋହନଙ୍କ ଘରେ କଳହ ଆରମ୍ଭ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଯାହା ଜଣା ପଡୁଛି ଯୁବକଙ୍କ ପାଇଁ ଘରେ କଳହ ହୋଇଥିବାରୁ ରାଇମୋହନ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ରାଇମୋହନଙ୍କ ପରିବାର ଲୋକେ ଏହାକୁ ଏକ ସୁପରି କଳ୍ପିତ ହତୟଆ ବୋଲି ଅଭିଯୋଗ କରିଛନ୍ତି । ଏ ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।

ମୃତ୍ୟୁ ପରେ ଘରର କବାଟ ଖୋଲା ଥିବା କାରଣରୁ ପୁତୁରାକୁ ଆଉ ଥରେ ପୋଲିସ ଜେରା କରିଛି । ରାଇମୋହନଙ୍କର କେହି ଶତ୍ରୁ ଥିଲେ କି, ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଥିଲେ ରାଇ ଏନେଇ ତାଙ୍କର ମୋବାଇଲ ନମ୍ବର କଲ୍ ଡିଟେଲ୍ସ ଯାଞ୍ଚ ଚାଲିଛି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *