ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣିଛନ୍ତି ଯେ, କିନ୍ନର ସମାଜ ଏକ ଏପରି ସମାଜ ଅଟେ ଯିଏ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଆନ୍ତି । ଏହା ମଧ୍ୟ କୁହାଯାଏ ଯେ,କିନ୍ନର ମାନଙ୍କ ଆଶୀର୍ବାଦ ଏବଂ ଅଭିଶାପ ନିଶ୍ଚିତ ଭାବରେ ଫଡ଼ିଥାଏ । ତାଙ୍କର ଏକ ମାତ୍ର ସାହାରା ହେଉଛି ଆଖପାଖ ରେ ହେଉଥିବା ସମାହାର ରେ ଯୋଗ ଦେବା ଏବଂ ନାଚ ଗୀତ କରିବା । କିନ୍ନର ସମାଜ ଏକ ଏପରି ସମାଜ ଯାହା ଅନ୍ୟ ମାନଙ୍କ ପାଇଁ ଏକ ଜିଜ୍ଞାସା ହୋଇ ରହି ଯାଇଥାଏ ।
ତେବେ କିଛ ବ୍ୟକ୍ତି ଏପରି ମଧ୍ୟ ଭାବି ଥାଆନ୍ତି ଯେ, କିନ୍ନର ମାନଙ୍କ ସାମ୍ନାକୁ ଯିବା ଆଦୋୖ ଉଚିତ ନୁହେଁ କାରଣ ସେମାନଙ୍କ ସମ୍ମୁଖକୁ ଯିବା ଦ୍ୱାରା ସେମାନଙ୍କ କହିବା ଅନୁସାରେ ସବୁ କରିବାକୁ ପଡିଥାଏ ନଚେତ ସେମାନେ କିଛିଭି କରି ଦିଅନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ, ଆପଣ ମାନେ ଯଦି ଏହି ଜିନିଷ ଟି ମାଗି ଆଣିବେ ତାହେଲେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ଏବଂ ଆପଣ ଧନ ସମ୍ପତ୍ତି ର ଅଧିକାରୀ ହେବେ ।
ତେବେ କିନ୍ତୁ ଏହି ସମାଜ କିନ୍ନର କୁ ସହଜରେ ଗ୍ରହଣ କରି ପାରି ନାହିଁ ତେବେ ଏହାକୁ ବଞ୍ଚଇବା ପାଇଁ ଏବଂ ଏହାର ମହତ୍ତ୍ୱ ପାଇଁ ପ୍ରତିବର୍ଷ ଜୁନ ମାସରେ ଏକ ପଦଯାତ୍ରା ହୁଏ ତେବେ ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା । ତେବେ କାଲି ଅନୁଗୁଳ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ରେନବୋ ପ୍ରାଇଡ଼ ୱାକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଥି ପରିବାର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କିନ୍ନର ଏକାଠି ହୋଇଥିଲେ ।
ତେବେ ଜିଲ୍ଲାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକାଠି ହୋଇ ବାଜା ବଜାଇ ଶୋଭାଯାତ୍ରା କରି କଲେଜ ଛକ ପର୍ଯ୍ୟନ୍ତ ଯାଇଥିଲେ । ସମାଜରେ କିନ୍ନର ମାନଙ୍କ ପ୍ରତି ବହୁ ଲୋକଙ୍କର ଘୃଣା ମନୋଭାବ ରହିଛି । ବହୁ କିନ୍ନରଙ୍କୁ ସେମାନଙ୍କ ପରିବାର ଲୋକ ଆକଟ କରି ଘର ଭିତରେ ରଖିଛନ୍ତି । ଫଳରେ ସେମାନେ ତାଙ୍କ ଜୀବନର ଲକ୍ଷ୍ୟ ସାଧିତ କରି ପାରୁନାହାନ୍ତି ।
ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିନ୍ନର ମାନଙ୍କୁ ଏକାଠି କରି ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ବାହାରକୁ ଆଣିବା ଲକ୍ଷ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା କିନ୍ନର ସଂଘ ପକ୍ଷରୁ କୁହାଯାଇଛି । ତେବେ କିନ୍ନର ମାନେ ସଚେତନତା କରିବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ । ଲିଙ୍ଗଗତ ସମାନତା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ପାଇଁ ସଚେତନତା କରାଯାଉଛି । ସାଧାରଣ ଲୋକଙ୍କ ପରି ସମସ୍ତ କ୍ଷେତ୍ରରେ ସମାନ ଅଧିକାର ପାଇଁ ଲଢେଇ କରୁଛନ୍ତି ।
ତେବେ ଏହି ପଦଯାତ୍ରା ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ସଚେତନତା କରାଯାଉଛି । ତେବେ ଯୌନତା, ସ୍ଵ ପରିଚତ, ଲିଙ୍ଗଗତ ବିଭିନ୍ନତାକୁ ଆନନ୍ଦର ସହ ପାଳିବା, ଅଧିକାର ସାବ୍ୟସ୍ତ କରିବା ପାଇଁ ଏବଂ ଆତ୍ମ ସମ୍ମାନର ସହ ଜୀବନଯାପନ କରିବା ସମାଜ ତଥା ଅନ୍ୟାନ୍ୟ ବର୍ଗଙ୍କୁ ବାର୍ତ୍ତା ଦେବା ଉଦ୍ଧେଶ୍ୟରେ ରେନବୋ ସ୍ୱାଭିମାନ ପଦଯାତ୍ରା ଆରମ୍ଭ କରିଥିଲେ ।
ତେବେ ଏହି ଯାତ୍ରା ସବୁଆଡେ ହେଉଥିଲା ଏବଂ ଭୁବନେଶ୍ୱର ରେ ମଧ୍ୟ ହେଉଥିଲା ଯେଉଁଠି କିନ୍ନର, ସମଲିଙ୍ଗୀ ସମସ୍ତେ ଆସି ଯୋଗଦାନ କରିଥିଲେ ଏହି ପଦଯାତ୍ରା ରେ ଏବଂ ସମସ୍ତେ ଖୁବ ନାଚିଥିଲେ ମଧ୍ୟ ତେବେ କିନ୍ନର ମାନଙ୍କ ର ଗୁରୁ ଭାବେ ପରିଚିତ ମୀରା ପରିଡା ବହୁତ ଖୁସି ଥିଲେ ଏବଂ ସେ ଏକଦମ ଜୋଶ ରେ ରହିଥିଲେ ଏବଂ ବହୁତ ନାଚିଥିଲେ ମଧ୍ୟ ତେବେ ଏହି ଯାତ୍ରା ରେ ସମସ୍ତେ ସପ୍ତରଙ୍ଗୀ ଶାଢ଼ୀ ଏବଂ ଛତା ଚୁଡ଼ି ଆଦିରେ ଭରି ହୋଇ ସମସ୍ତେ ଯାତ୍ରାରେ ଯୋଗଦେଇ ଥିଲେ । ତେବେ ସମସ୍ତ ଙ୍କ ମୁହଁରେ ଗୋଟିଏ କଥା ଆମ ପରିଚୟ ଆମ ଅଧିକାର, ଆମ ପରିଚୟ ଆମ ଗର୍ବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।