ପ୍ରଥମ ଥର ଦେଖନ୍ତୁ ଓଡିଆ ଫିଲ୍ମ ଅଭିନେତା Rai Mohan Parida ଙ୍କ ପରିବାର ଓ ଜୀବନୀ, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିଗଜ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ କିଛି ସମୟ ତଳେ ରାଇମୋହନ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାଇମୋହନଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ରାଇମୋହନଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ରାଇମୋହନ ନିଜ ବାସ ଭବନ ସାମ୍ନାରେ ନିଜ ପରିବାର ସହ ଛିଡା ହୋଇଥିବାର ନଜର ଆସୁଛନ୍ତି । ତାଙ୍କ ପାଖରେ ତାଙ୍କର ଦୁଇ ଝିଅ ଆଉ ତାଙ୍କ ପତ୍ନୀ ବି ଛିଡା ହୋଇଛନ୍ତି ।

ଏହା ସହିତ ତାଙ୍କର ଅନ୍ୟ ସମ୍ପର୍କୀୟ ମାନେ ବି ଛିଡା ହୋଇଛନ୍ତି । ବନ୍ଧୁଗଣ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରେଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଜନ୍ମ 10 ଜୁଲାଇ 1963 ମସିହାରେ ହୋଇଥିଲା । ତାଙ୍କର ଜନ୍ମ କେନ୍ଦୁଝରର ଉଦୟପୁରରେ ହୋଇଥିଲା । ସେ ମାତ୍ର 57 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ରାଇମୋହନ ଓଡିଆ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଅସ୍ରୁ ମୋଚନଙ୍କ ସହ ତାରିଣୀ ଗଣନାଟ୍ୟରେ କାମ କରୁଥିଲେ ।

ସେ ଗଣନାଟ୍ୟରେ ଖଳନାୟକ ଭୂମିକାରେ କାମ କରୁଥିଲେ ଆଉ ଏହା ପରେ ସେ ଗଙ୍ଗଶିଉଳି ଫିଲ୍ମରୁ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ । ଏହା ପରେ ସେ 70ଟି ଓଡିଆ ଫିଲ୍ମରେ ଖଳନାୟକ ଭାବେ ଅଭିନୟ କରି ଆସିଛନ୍ତି । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ଆଜି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତ ଲୋକ ଦୁଃଖ ପ୍ରକାଶ କରିଛନ୍ତି । ତା ହେଲେ ବନ୍ଧୁଗଣ ରାଇମୋହନଙ୍କର ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *