Rai Mohan ଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଖୁଲାସା କଲେ ଅଭିନେତ୍ରୀ ରାଣୀ… କହିଲେ ‘ରାଇମୋହନ ଭାଇଙ୍କୁ ମା-ରିକି ତାଙ୍କୁ…’ ଦେଖନ୍ତୁ Video

ବନ୍ଧୁଗଣ ଚର୍ଚ୍ଚିତ କଳାକାର ରାଇମୋହନଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସପ୍ସେନ୍ସ । ଆଜି ତାଙ୍କ ମୃତ୍ୟୁକୁ ତିନି ଦିନ ବୀତି ଥିଲେ ସୁଧା ଏ ଯାଏଁ ଘଟଣାର କୌଣସି ସ୍ପର୍ଷ୍ଟ ସୂଚନା ବାହାରି ପାରି ନାହିଁ । କେମିତି ହେଲା ରାଇମୋହନଙ୍କ ମୃତ୍ୟୁ ତାକୁ ନେଇ ଏବେ ଅନେକ ପ୍ରଶ୍ନ ଆସୁଛି । ଆଉ ଏହାରି ମଧ୍ୟରେ ଆଲବମ ତଥା ମଞ୍ଚ ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ଏକ ଗୁରୁତ୍ଵର ବୟାନ ଦେଇଛନ୍ତି । ବନ୍ଧୁଗଣ ରାନୀ ଗଣମାଧ୍ୟମ ସାମ୍ନାରେ ନିଜ ବୟାନ ଦେବା ସହ ଏକ ସାଂଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ରାନୀ କହିଛନ୍ତି, ସେ ଏମିତି ନିଷ୍ପତ୍ତି କେବେ ହେଲେ ନେଇ ନାହାନ୍ତି ତାଙ୍କୁ ମାରି ଟାଙ୍ଗୀ ଦିଆଯାଇଛି । ଏଭଳି ଅଭିଯୋଗ ସିଧା ଯାତ୍ରା ମଞ୍ଚ ଉପରେ ତଥା ଦର୍ଶକଙ୍କ ସମ୍ମୁଖରେ ଆଣିଛନ୍ତି ରାନୀ । ଏହା ସହ ସେ ରାଇମୋହନଙ୍କୁ ମନେ ପକାଇ କାନ୍ଦି ପକାଇ ଛନ୍ତି । ଆଉ ରାଇମୋହନଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ ମଞ୍ଚରେ ପ୍ରାର୍ଥନା କରିଛନ୍ତି ।

ଏପରି କି ସମସ୍ତ ଦର୍ଶକ ମାନେ ମଧ୍ୟ ଛିଡା ହୋଇ ରାଇମୋହନଙ୍କ ପାଇଁ ପ୍ରାର୍ଥନା କରିଥିଲେ । ପୁରୀ ବଡଙ୍ଗା ନିକଟ କଳିଙ୍ଗ କନ୍ୟା ଯାତ୍ରା ମଞ୍ଚରୁ ଏଭଳି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଘଟଣାକୁ ନ ଛାପି ଉଚ୍ଚ ତଦନ୍ତ କରିବାକୁ କହିଛନ୍ତି ରାନୀ । ଏହା ସହ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ଆଲବମ ତଥା ସିରିଏଲ ଜଗତର ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ।

ରାନୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋର ଆତ୍ମା ଛାଡି ଗଲା ମୁଁ ବିଶ୍ଵାସ କରିପାରିଲିନି । ମୁଁ ନ୍ୟୁଜ ଚ୍ୟାନେଲରେ ଦେଖିବା ପରେ ଭାବିଲି କାହିଁକି ରାଇ ଭାଇ ଆତ୍ମହତୟଆ କରିବେ ବହୁତ କଷ୍ଟ ହେଲା । ମୁଁ ଶୁଣିକି ମୋର ଦେହ ପୁରା ଖରାପ ହେଇଗଲା । ଏତେ ବଡ ନିଷ୍ପତ୍ତି କାହିଁକି ନେବେ ରାଇ ଭାଇ । ମୁଁ ତାଙ୍କ ସହ ମିଶିଛି ତାଙ୍କୁ ଜାଣିଛି ସେ ବହୁତ ଭଲ ଲୋକ ସେ ବହୁତ ଷ୍ଟ୍ରଙ୍ଗ ଲୋକ ଏମିତି ଲୋକ ଆତ୍ମହତୟଆ କରିବା ଅସମ୍ଭବ ।

ତାଙ୍କୁ କିଏ ଗୋଟେ ମାରିକି ଟଙ୍ଗେଇ ଦେଇଛି କାରଣ ଫାଶୀ ଦେବା ବେଳେ ତାଙ୍କର ଗୋଟେ ଗୋଡ ତଳେ ଲାଗିଛି । ସେ କେବେ ବି ଏମିତି କରିବେ ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାନୀ ନିଜର ଅଭିଯୋଗ ଆଣିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *