ହେ ଭଗବାନ ! ପୁଣି ଜଣେ ଲୋକପ୍ରିୟ ଅଭିନେତାଙ୍କ ହତ୍ୟା, ଭଉଣୀ ମୃତ୍ୟୁର ପ୍ରତିଶୋଧ ନେଲା କି ଶଳା ?

ବନ୍ଧୁଗଣ, ସୂଚନା ଅନୁଯାୟୀ କନ୍ନଡ଼ ଫିଲ୍ମ ଅଭିନେତା ସତୀଶ ଭାଜ୍ରା ଙ୍କୁ ହତୟଆ । ତେବେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ୩୨ ବର୍ଷୀୟ ଅଭିନେତା ଙ୍କ ମୃତଦେହ ଉଦ୍ଧାର ହୋଇଅଛି । ସତୀଶ ବେଙ୍ଗାଲୁରୁ ର ଆରଆର ନଗରୀରେ ରହୁଥିବା ଘରୁ ତାଙ୍କ ମୃତଦେହ କୁ ଉଦ୍ଧାର କରାଯାଇଅଛି । ତେବେ ତାଙ୍କୁ ହତୟଆ କରାଯାଇଥିବା ସ୍ପଷ୍ଟ ହୋଇଅଛି । ତେବେ ରିପୋର୍ଟ ଅନୁସାରେ ଏହି ଘଟଣା ଟି ରବିବାର ଦିନ ଘଟିଅଛି । ତେବେ ସତୀଶ ଙ୍କ ଘର ମାଲିକ ପୋଲିସ ଙ୍କୁ ଘଟଣା ନେଇ ସୂଚନା ଦେଇଥିଲେ ।

ସତୀଶ ରହୁଥିବା ଘରୁ ହଠାତ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ପହଞ୍ଚି ପରେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଏହି ଫୁଟେଜ ରୁ ଜଣା ପଡିଥିଲା ଯେ ଯେତେବେଳେ ସତୀଶ ଘରେ ପ୍ରବେଶ କରିଥିଲେ ସେତେବେଳେ ଦୁଇଜଣ ଅଜ୍ଞାତ ଲୋକ ତାଙ୍କୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ ।

ଏହା ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ଫଳରେ ସତୀଶ ଙ୍କ ହତୟଆକାରୀ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି । ତେବେ ସୂଚନା ଅନୁସାରେ ୩ ମାସ ପୂର୍ବ ରୁ ସତୀଶ ଙ୍କ ପତ୍ନୀ ଆତ୍ମହତୟଆ କରିଥିଲେ ।

ଏହା ସହିତ ପୋଲିସ ବର୍ତମାନ ସନ୍ଦେହ କରୁଛି ଯେ ଭଉଣୀ ର ମୃତ୍ୟୁ ର ପ୍ରତିଶୋଧ ନେବା ପାଇଁ ସତୀଶ ଙ୍କ ଶଳା ହିଁ ତାଙ୍କ ଉପରେ ଆକ୍ରମଣ କରି ସତୀଶ ଙ୍କୁ ହତୟଆ କରିଛନ୍ତି । ସତୀଶ ତାଙ୍କ ପରିବାର ବିରୁଦ୍ଧରେ ଯାଇ ବିବାହ କରିଥିଲେ । ଉଭୟଙ୍କ ବିବାହ ରେ ସତୀଶ ଙ୍କ ପରିବାର ଏବଂ ତାଙ୍କ ପତ୍ନୀ ଙ୍କ ପରିବାର ଲୋକେ ଖୁସି ନଥିଲେ ।

ଏହା ଫଳରେ ଉଭୟ ଙ୍କ ପରିବାରରେ ବହୁ ସମୟରେ ବିବାଦ ଲାଗି ରହୁଥିଲା । ତାଙ୍କ ହତୟଆକାଣ୍ଡ ରେ ଶଶୁର ଘର ଲୋକ ଙ୍କର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ସତୀଶ ଙ୍କ ଶଳା ଏବଂ ଶଶୁର ଙ୍କୁ ପୋଲିସ ଖୋଜାଖୋଜି କରୁଛି । ବର୍ତ୍ତମାନ ପୋଲିସ ଏହି ମାମଲା ର ତଦନ୍ତ ଆରମ୍ଭ କରିଅଛି । ତେବେ ଏହି ଅଭିନେତା ଙ୍କ ମୃତ୍ୟୁ ରେ ସାରା କନ୍ନଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଅଛି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *