ବନ୍ଧୁଗଣ, ସୂଚନା ଅନୁଯାୟୀ ଶିକ୍ଷକତାରୁ ଆସିଥିଲେ ଆଉ ରାଜନୀତି ଦୁନିଆରେ ପାଦ ଦେଇଥିଲେ । ଏବେ ପୁଣି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହେବାକୁ ଯାଉଅଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । NDA ତରଫରୁ ଚଳିତ ଥର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ସମୟରେ ଗୋଟିଏ ବଡ ଦିଗଟି ସାମ୍ନା କୁ ଆଣିଛି NDA । ତାହା ହେଉଛି ଶିକ୍ଷକତା । ତେବେ ଚଳିତ ଥର ମହିଳା ପ୍ରାର୍ଥୀ ଏବଂ ଶିକ୍ଷକତା କୁ ପ୍ରାଥମିକତା ଦିଆଯାଇଅଛି ।
ମଙ୍ଗଳବାର ବିଜେପି ସଭାପତି ଜେପି ନଡା, ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ବେଳେ, କହିଛନ୍ତି ଯେ ସଂସଦୀୟ ବୋର୍ଡ ର ୨୦ ଜଣ ପ୍ରାର୍ଥୀ ଙ୍କ ନାମ କୁ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏଠାରେ କିନ୍ତୁ ସମସ୍ତଙ୍କ ସହମତୀ ପରେ ହିଁ ଏଥର ପୂର୍ବ ରୁ ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ଜଣେ ମହିଳାଙ୍କୁ ହିଁ ଦେଶର ସମ୍ବିଧାନ ର ବଡ ପଦରେ ବସାଇବାକୁ ନିଷ୍ପତ୍ତି ହୋଇଥିଲା ଏବଂ କେବଳ ସେଥିପାଇଁ ହିଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନିମନ୍ତେ NDA ତରଫରୁ ଏହି ନିଷ୍ପତ୍ତି ନିଆଯାଇଅଛି ।
ବିଜେପି ସଭାପତି ନଡା ଙ୍କ କହିବା ଅନୁଯାୟୀ ଏଠାରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣାନ ଯେପରି ଦେଶର ପ୍ରଥମ ରାଷ୍ଟ୍ରପତି ଥିଲେ, ସେ ରାଷ୍ଟ୍ରପତି ହେବା ପୂର୍ବ ରୁ ପ୍ରଥମେ ଶିକ୍ଷକତା କରୁଥିଲେ ।ଏଠାରେ ମଧ୍ୟ ଠିକ ସେହିଭଳି ସମାନ ଦ୍ରୌପଦୀ ଙ୍କ କ୍ଷେତ୍ରରେ ରହିଅଛି । ଦ୍ରୌପଦୀ ରାଜନୀତି ଙ୍କୁ ଆସିବା ପୂର୍ବ ରୁ ସେ ପ୍ରଥମେ ଶିକ୍ଷକତା ରେ ରହିଥିଲେ ।
ଏଠାରେ ସେ ବିଜେପି ର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ବିଧାୟକ ପୁଣି ମନ୍ତ୍ରୀ ହୋଇ ଝାଡଖଣ୍ଡ ର ରାଜ୍ୟପାଳ ଭଳି ପଦରେ ବସିଥିଲେ । ୬୪ ବର୍ଷୀୟ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡିଶା ର ମୟୂରଭଞ୍ଜ ରେ ଜନ୍ମ ଗ୍ରହଣ କରିଛନ୍ତି । ଏହା ସହିତ ସେ ଭୁବନେଶ୍ଵରର ରମାଦେବୀ ମହିଳା ଉଚ୍ଚବିଦ୍ୟାଳୟ ରୁ ସ୍ନାତକ ହାସଲ କରିଥିଲେ ।
ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ଆଣ୍ଡ ରିସର୍ଜ ରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିବା ପରେ ଓଡିଶା ସରକାର ଙ୍କର ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବରେ ସେ କାମ କରୁଥିଲେ । ଏହାପରେ ସେ ୧୯୯୭ ମସିହାରେ ବିଜେପି ରେ ଯୋଗ ଦେଇଥିଲେ । ଆଉ ବର୍ତ୍ତମାନ ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ଦେଶ ସ୍ଵାଧୀନ ହେବା ପରର ଶ୍ରୀମତୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ପଦ ଭାର ସମ୍ଭାଳିବେ । ତେବେ ବନ୍ଧୁଗଣ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।