ପୁଅ ମନ୍ମଥ ରାଜନୀତି ପାଇଁ ଚାକିରୀ ଛାଡିଦେଲା, ମୁଁ ଏଥିରେ ଖୁସି ନାହିଁ, ଏପରି କାହିଁକି କହିଲେ ବିଧାୟକ ସୁର ରାଉତରାୟଙ୍କ ଧର୍ମପତ୍ନୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଖୁସି ନାହିଁ । ମୋ ମନ ଦୁଃଖ ମୋ ପୁଅ ମନ୍ମଥ ଚାକିରୀ ଛାଡି ଦେଲା । ତେବେ ଖବର ମୁତାବିକ ବିଧୟାକ ସୁର ରାଉତ ରାୟଙ୍କ ପୁଅ ମନ୍ମଥ ରାଉତରାୟ ରାଜନୀତି ପାଇଁ ଚାକିରୀ ଦେଇଛନ୍ତି । ଯେଉଁ କାରଣରୁ ତାଙ୍କ ମା’ ପୁଅ ଚାକିରୀ ଛାଡିଦେଇଥିବା କାରଣରୁ ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ପଡିଛନ୍ତି । କାରଣ ଜଣେ ମା’ ସବୁବେଳେ ନିଜ ପିଲା ମାନଙ୍କର ଭଲ ହିଁ ଚାହିଁଥାଏ । କିଭଳି ତା’ ର ପିଲା ମାନେ ଭଲ ଚାକିରୀ ଖଣ୍ଡେ କରିବେ ।

ଏହା ସହ ନିଜ ଜୀବନରେ ସୁଖ, ଶାନ୍ତିରେ ରହିବେ । ହେଲେ ନିଜ ବାପା ସୁର ରାଉତରାୟଙ୍କ ରାଜନୀତିର ସ୍ଵପ୍ନ ପୂରଣ କରିବାକୁ ଯାଇ ପୁଅ ମନ୍ମଥ ରାଉତରାୟ ଚାକିରୀ ଛାଡି ଦେଇଛନ୍ତି । ତେବେ ବିଧାୟକ ସୁର ରାଉତରାୟଙ୍କ ଧର୍ମପତ୍ନୀଙ୍କ କହିବା ମୁତାବିକ ମୋ ପୁଅ ବେଙ୍ଗାଲୁରରେ ପରୀକ୍ଷା ଦେଇଥିଲା । ଆଉ ତାପରେ ବହୁତ ଭଲ ପାଇଲଟ ଚାକିରୀଟେ ପାଇଥିଲା । ପୁଅ ମନ୍ମଥର ଚାକିରୀ ପାଇବା ଖୁସିରେ ଆମ ଘର ପରିବାର ସମସ୍ତଙ୍କ ମନ ବହୁତ ମାତ୍ରାରେ ଖୁସି ହୋଇଯାଇଥିଲା ।

ହେଲେ ଯେହେତୁ ମନ୍ମଥର ବାପା ରାଜନୀତି ଲାଇନର ଲୋକ ଅଟନ୍ତି । ସେ ଚାହାନ୍ତି ତାଙ୍କର ଅବସର ପରେ ରାଜନୀତିରେ ତାଙ୍କର ୨ ପୁଅ ମଧ୍ୟରୁ କେହି ଜଣେ ସାମିଲ ହେଉ । ତେଣୁ ସେ ମନ୍ମଥକୁ ରାଜନୀତିରେ ସାମିଲ ହେବା ପାଇଁ କହିଥିଲେ । ତେଣୁ ନିଜ ବାପାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ମନ୍ମଥ ଏତେ ଭଲ ଚାକିରୀ ଛାଡି ଦେଇ ବସିଲା । ଆଉ ଏବେ ରାଜନୀତିରେ ନିଜର କ୍ଯାରିଅର ବନେଇବ ବୋଲି କହୁଛି । ରାଜନୀତିରେ ରହି ଲୋକ ତଥା ନିଜ ଅଞ୍ଚଳର ସେବା କରିବା ତ ବହୁତ ଭଲ କଥା ।

ହେଲେ ରାଜନୀତିରେ ମନ୍ମଥଙ୍କର ବାପା ଏତେ ବର୍ଷରୁ ରହିଆସିଛନ୍ତି । ମୁଁ ଜାଣିଛି ଜଣେ ଲୋକ ରାଜନୀତିରେ ରହିଲେ । କେତେ କଷ୍ଟ କରିବାକୁ ପଡେ । ତେଣୁ ମୋ ପରିବାରରୁ ରାଜନୀତିରେ ଆଉ କେହି ସାମିଲ ହେଉ ବୋଲି ମୁଁ ଚାହୁଁନଥିଲି । ହେଲେ ମୋ ପୁଅ ମନ୍ମଥ ଯଦି ଚାକିରୀ ଛାଡି ରାଜନୀତିରେ କ୍ଯାରିଅର କରିବାକୁ ଚାହୁଁଛି ।

ତେବେ ଯାହା ବି କରୁ ମୋ ପୁଅ ଭଲରେ ରହୁ ବୋଲି ବୋଲି ଠାକୁରଙ୍କୁ ପ୍ରାଥନା କରୁଛି ।

Leave a Reply

Your email address will not be published. Required fields are marked *