ନମସ୍କାର ବନ୍ଧୁଗଣ ତେବେ ମହିଳା ମାନଙ୍କ ର ପିରିୟଡ଼ ଅର୍ଥାତ ଋତୁସ୍ରାବ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଯେଉଁଥିରେ ମହିଳା ମାନଙ୍କ ର ଅପରିଷ୍କାର ରକ୍ତ ନିଷ୍କାସିତ ହୋଇଥାଏ । ଏହା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ରହିବା ସହ ସେମାନଙ୍କ ଗର୍ଭାଶୟ ସୁରକ୍ଷିତ ରହିଥାଏ । ଋତୁସ୍ରାବ ସମୟରେ ମହିଳା ମାନଙ୍କ ଦେହରୁ ଅଧିକ ରକ୍ତ ନିଷ୍କାସିତ ହେବା ଫଳରେ ସେମାନଙ୍କ ଶରୀର ଦୁର୍ବଳ ଲାଗିବା ସହ ଭିନ୍ନ ଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ ।
ସେଥିପାଇଁ ଏହି ସମୟରେ ମହିଳା ମାନଂକୁ ବିଶ୍ରାମ କରିବା ପାଇଁ କୁହାଯାଏ ଏବଂ କିଛି କାମ ପାଇଁ ବାରଣ ମଧ୍ୟ କରାଯାଏ । ନଚେତ ଏହା ଦ୍ୱାରା ସେମାନଙ୍କ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ତେବେ ସବୁ ମାସରେ ଏହି ପିରିୟଡ଼ ର ସମୟ ଆସି ଥାଏ କିନ୍ତୁ ଯେତେବେଳେ ପିରିୟଡ଼ ଠିକ ରେ ହୁଏ ନାହିଁ ତାହା ଚିନ୍ତା ର ବିଷୟ। ତେବେ ଏହାକୁ ପିସିଓଏସ କୁହାଯାଏ ଅର୍ଥାତ ପଲିସିଷ୍ଟିକ ଓଭାରୀ ସିଣ୍ଡ୍ରୋମ।
ତେବେ ଏଥିରେ ମହିଳା ମାନଙ୍କର ଉଭୟ ବାମ ଏବଂ ଡାହାଣ ପାର୍ଶ୍ଵର ଥିବା ଓଭାରି ରୁ ପ୍ରତ୍ୟେକ ମାସ ଗୋଟିଏ ଲେଖାଏଁ ଅଣ୍ଡା ରିଲିଜ୍ ହୋଇଥାଏ।ଆଉ ତାର ୧୫ ଦିନ ପରେ ପିରିଅଡସ ହୋଇଥାଏ। ଯେହେତୁ ହର୍ମୋନାଲ୍ ପ୍ରବ୍ଲେମ ରହିଥାଏ ତେଣୁ ଓଭାରିରୁ ଅଣ୍ଡା ରିଲିଜ୍ ହୋଇ ପାରି ନଥାଏ। ସେଥିପାଇଁ ମହିଳାଙ୍କ ମେନ୍ସେସ ଠିକ୍ ହୋଇ ପାରେନାହିଁ। ତେଣୁ ସେଠାରେ ଫଲିକଲ୍ ରେ ପାଣି ଜମି ସିଷ୍ଟ ହୋଇ ଯାଇଥାଏ ଯାହାକୁ ପିସିଓଏସ କହନ୍ତି।
ତେବେ ଏହା ଜେନେଟିକ କାରଣ ପାଇଁ ଅନେକାଂଶରେ ହେଉଥିବାର ଦେଖାଯାଏ। ଏହାଛଡ଼ା ବିଳମ୍ବିତ ରାତ୍ରୀରେ ଶୋଇବା, ଜୀବନଶୈଳୀରେ ପରିବର୍ତ୍ତନ ହେବା, ଅଧିକ ସମୟ ଲାପଟପ୍, ମୋବାଇଲ୍ ଆଗରେ ବସି ରହିବା, ବାହାର ଖାଦ୍ୟ ଅଧିକ ଖାଇବା, ମଇଦା ଜାତୀୟ ଜିନିଷ ଖାଇବା ଆଦି ଏହି ସମସ୍ୟା ବୃଦ୍ଧି ହେବାର କାରଣ ଅଟେ।
ତେବେ ଏହାର ମୁଖ୍ୟତଃ ୩ଟି କ୍ରାଇଟେରିଆ ରହିଥାଏ। ପ୍ରଥମଟି ହେଲା କ୍ରନିକ ଏନୋବିଲେଶନ, ଯେଉଁଥିରେ ମାସକୁ ଥରେ ଗୋଟିଏ ଏଗ ଓଭାରୀ ରୁ ରିଲିଜ୍ ହେବା କଥା, ଯାହା ନହେଲେ ପିରିଆଡ଼ସ ଇରେଗୁଲାର ହୋଇଥାଏ। ଦ୍ଵିତୀୟ ଟି ହେଲା ଏଣ୍ଡ୍ରଜେନ ଏକ୍ସେଶ ଅର୍ଥାତ୍ ମେଲ୍ ହର୍ମନ ଏକ୍ସେସ। ତୃତୀୟ ଟି ହେଲା ପଲିଶିଷ୍ଟ୍ରିକ ଓଭାରିଆନ ମର୍ଫୋଲୋଜି। ଯେଉଁଥିରେ ମଲ୍ଟିପଲ୍ ସିଷ୍ଟ ଦେଖା ଦେଇଥାଏ। ତେବେ ଏହି ତିନିଟି ଅବସ୍ଥା ରୁ ଯେ କୌଣସି ଦୁଇଟି ଅବସ୍ଥା ଦେଖାଦେଲେ ଆମେ ତାକୁ ପିସିଓଏସ ବୋଲି କହିବା।
ତେବେ ତେବେ ଏହାକୁ ରୋକିବା ପାଇଁ ଆପଣ ନିଜ ଜୀଵନ ଶୈଳୀ କୁ ବଦଳାଇବା କୁ ପଡିବ । ନାଚ,ଖେଳ କୁଦ,ବ୍ୟାୟାମ ଆଦି ଶାରୀରିକ ପରିଶ୍ରମ କରିବାକୁ ପଡିବ । ଏହା ଛଡା ନିଜ ଖାଦ୍ୟ ରେ ମଧ୍ୟ କିଛି ପରିବର୍ତ୍ତନ ଆଣିବାକୁ ପଡିବ ଯେପରି ନିଶାଦ୍ରବ୍ୟ ରୁ ଦୁରେଇ ରହିବା, କ୍ଷୀର,ଦହି,ସବୁଜ ପନିପରିବା, ଅଣ୍ଡା,ମାଛ,ଆଦି ର ସେବନ କରିବା ଏବଂ ରାତି ଅନିଦ୍ରା ହେବା ନାହିଁ।
ଏହା ଛଡା ଡାକ୍ତର ଙ୍କ ଅନୁସାରେ ଓବ୍ୟୁଲେଶନ ଇଣ୍ଡକ୍ସନ ଦ୍ୱାରା ମଧ୍ୟ ଏହାର ଉପଚାର କରି ହେବ । ତେବେ ଆପଣ ମଧ୍ୟ ଅଳସୁଆ ନୀତି ଛାଡି ସର୍ଵଦା ଆକ୍ଟିଭ ରୁହନ୍ତୁ କାର୍ଯ୍ୟ କରନ୍ତୁ ଏବଂ ଠିକ ସମୟରେ ନିଜର ଖାଇବା ପିଇବା ଏବଂ ଶୋଇବାର ଧ୍ୟାନ ମଧ୍ୟ ଦିଅନ୍ତୁ । ଏହା ଦ୍ୱାରା ହିଁ ଆପଣ ଏହି ପିସିଓଏସ ରୁ ମୁକ୍ତି ପାଇଁ ପାରିବେ।