ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସରକାରଙ୍କ ନୂଆ ନିୟମ ! ଜାଣି ରଖନ୍ତୁ ଏହି ସବୁ ଗାଇଡଲାଇନ

ଦର୍ଶକ ବନ୍ଧୁ ଆମ ରାଜ୍ୟରେ ପାଠ ପଢିବାକୁ ଯାଉଥିବା ପ୍ରଥମ ଶ୍ରେଣୀ ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ଏକ ବଡ ଖବର ଆସିଛି । ଏହି ଖବରକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ପ୍ରଥମ ଶ୍ରେଣୀରେ ପାଠ ପଢିବାକୁ ଯାଉଥିବା ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ଆସିଛି ଏକ ବହୁତ ବଡ ଖବର ।

ଏଣିକି ନାମ ଲେଖା ବୟସରେ ହୋଇଛି ଏକ ବହୁତ ବଡ ପରିବର୍ତ୍ତନ । ଏନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏକ ନୂଆ ବିଜ୍ଞପ୍ତି । ଦର୍ଶକ ବନ୍ଧୁ ମିଡିଆ ରିପୋର୍ଟସ ଅନୁସାରେ ପିଲାକୁ 6 ବର୍ଷ ହେବା ପରେ ସେ ପ୍ରଥମ ଶ୍ରେଣୀରେ ପଢି ପାରିବେ ତା ପୂର୍ବରୁ ନୁହେଁ । ଜଣେ ଶିଶୁ 6 ବର୍ଷରେ ପହଞ୍ଚିବା ପରେ ପ୍ରଥମ ଶ୍ରେଣୀରେ ନାମ ଲେଖେଇ ପାରିବ ବୋଲି କେନ୍ଦ୍ର ନିର୍ଦେଶ ନାମା ଜାରି କରିଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଏକ ଚିଠି ପଠା ଯାଇଛି । ଏଥର ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାର ବୟସ ସୀମା 6 ବର୍ଷ ହୋଇଥିବା ନିହାତି ଆବଶ୍ୟକ । ନୂତନ ଶିକ୍ଷା ନୀତି ଅନୁସାରେ ଶିଶୁ ଟିଏ 3 ରୁ 8 ବର୍ଷ ଯାଏଁ ପାଞ୍ଚ ବର୍ଷ ପାଇଁ ଯେଉଁ ଆଦ୍ୟ, ଯତ୍ନ ଏବଂ ଯେଉଁ ଶିକ୍ଷା ପାଇବ ତାର ପ୍ରଥମ ତିନି ବର୍ଷ ଅଙ୍ଗନବାଡି ଏବଂ ଶିଶୁ ଶ୍ରେଣୀରେ କଟିବ ।

ଏହା ସହ ପରବର୍ତ୍ତୀ ଦୁଇ ବର୍ଷ ପରେ ଶିଶୁଟି ବିଦ୍ୟାଳୟ ଯାଇ ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀରେ ପାଠ ପଢିବ । ଏହା ପରେ ସେ 8 ରୁ 11 ବର୍ଷ ବୟସ ଯାଏଁ ତିନି ବର୍ଷ ପ୍ରାଥମିକ ଶିକ୍ଷା ପାଇବ । ଶିକ୍ଷା ନୀତି ଆଶା କରେ ଯେ ତୃତୀୟ ଶ୍ରେଣୀ ବେଳକୁ ମୌଳିକ ଭାଷା ଏବଂ ସଂଖ୍ୟା ଜ୍ଞାନ ଯଥେଷ୍ଟ ରୂପେ ପାଇ ସାରିଥିବ ।

ଯାହା ଦ୍ଵାରା ସେ ପରବର୍ତ୍ତୀ ଶ୍ରେଣୀ ମାନଙ୍କରେ ପାଠ ସହଜରେ ବୁଝି ପାରିବ । ଏହା ସହିତ ଶିଶୁର ବୁଦ୍ଧି ଶକ୍ତିରେ ବୃଦ୍ଧି ଘଟିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *