ଆସୁଛି କି ବଡ ବିପଦ, ମହାକାଶରୁ ଖସିଲା ଅଦ୍ଭୁତ ବସ୍ତୁ । ଭୟରେ ଏଣେ ତେଣେ ଦୌଡିଲେ ଲୋକେ ବୈଜ୍ଞାନିକଙ୍କୁ ବି ଆଚମ୍ବିତ କରିଛି ଏହି ପେଣ୍ଡୁ । କେତେବେଳେ ଭୂମିକମ୍ପ ତ କେତେବେଳେ ସୁନାମୀ କେତେବେଳେ ତୁର୍କୀ ତ କେତେବେଳେ ତାଜକିସ୍ତାନ ଆଉ କେତେବେଳେ ପୁଣି ଜାପାନ । ଏବେ ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏକ ରହସ୍ୟମୟ ପଦାର୍ଥ । ହଁ ଦର୍ଶକ ବନ୍ଧୁ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସମୁଦ୍ର କୂଳରେ ମିଳିଥିବା ରହସ୍ୟମୟ ପଦାର୍ଥ ବହୁତ କିଛି ସଂକେତ ଦେଉଛି । ବିଚରେ ମଜା ନେଉଥିବା ଲୋକ ମାନେ ହଠାତ ଦେଖିବାକୁ ପାଇଥିଲେ ଏହି ବିଶାଳକାୟ ପେଣ୍ଡୁ ଟିକୁ ଆଉ ଭୟରେ ଏଣେ ତେଣେ ଦୌଡିବା ଆରମ୍ଭ କରିଥିଲେ ।
ଏମିତି ଏକ ଅଦ୍ଭୁତ ବସ୍ତୁ ଦେଖିବାକୁ ମିଳିଛି ଜାପାନର ଉପକୂଳ ବର୍ତ୍ତୀ ସହର ଭମାମାସ୍ୟୁ ଠାରେ । ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟସ ଅନୁସାରେ ଏହା ଧାତୁରେ ନିର୍ମିତ ଏକ ବିଶାଳକାୟ ପେଣ୍ଡୁ ଯାହା ସମୁଦ୍ର କୂଳରେ ଦେଖିବାକୁ ମିଳିଛି । ହେଲେ ଏହା କେଉଁ ଠାରୁ ଏବଂ କେଉଁ ପରିସ୍ଥିତିରେ ଆସିଛି ଏହାର ତଥ୍ୟ ଏ ପର୍ଯ୍ୟନ୍ତ ମିଳି ନଥିବା ବେଳେ ଏହା ମହାକାଶରୁ ଖସି ଥିବା ଅନୁମାନ କରା ଯାଉଛି ।
ଏହି ପେଣ୍ଡୁର ଆକାର ଦେଢ ମିଟର ଥିବା କୁହା ଯାଉଛି । ଏହାର ଯାଞ୍ଚ ବୋମା ନିଷ୍କ୍ରିୟ କାରୀ ଦଳ କରୁଛି । ଜାପାନ ନୌସେନା ଏବଂ କୋଷ୍ଟ ଗାର୍ଡ ଟିମ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି । ସୂଚନା ମୁତାବକ ଗତ ମଙ୍ଗଳବାର ଜଣେ ମହିଳାଙ୍କ ନଜରରେ ପ୍ରଥମେ ଏହା ପଡିଥିଲା । ସେ ତୁରନ୍ତ ତାର ସୂଚନା ସ୍ଥାନୀୟ ପ୍ରଶାସନକୁ ଦେଇଥିଲେ । ଏହା ପରେ ଜାପାନୀ ବୋମା ନିଷ୍କ୍ରିୟ କାରୀ ଦଳ ସେଠାରେ ପହଞ୍ଚି ଥିଲେ ।
ସେହି ଅଞ୍ଚଳକୁ ବର୍ତ୍ତମାନ ବ୍ଲକ କରି ଦିଆ ଯାଇଛି । ଧୀରେ ଧୀରେ ସେଠାରେ ସମସ୍ତ ଟିମ ପହଞ୍ଚିବା ସହିତ ବୈଜ୍ଞାନିକଙ୍କର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।