ପ୍ରଥମ ଦେଖାରେ କାହା ପାଇଁ ଭୋ ଭୋ ହୋଇ କାନ୍ଦିଲେ ସୁନ୍ଦରୀ ଅର୍ଚ୍ଚନା, ଦେଖନ୍ତୁ exclusive ରିପୋର୍ଟ

ସେ ଧନ୍ଦା କରୁଥିଲା ତୁମେ ସେ ଧନ୍ଦାରେ ସାମିଲ ଥିଲ, ସେ ବେଶ-ୟା ଥିଲା, ତୁମେ ବି ତା ଗରାଖ ଥିଲ, ସେ ଟଙ୍କା ପାଇଁ ଭୋକିଲା ଥିଲା ତୁମେ ଶରୀର ପାଇଁ ଭୋକିଲା ଥିଲ  ତୁମେ ସାଧାରଣ ଜନତାଙ୍କୁ ଲୁଟୁ ଥିଲ ସେ ତୁମକୁ ଲୁଟୁ ଥିଲା । ତୁମେ ଲୋକଙ୍କୁ ଭୁଆଁ ବୁଲାଉ ଥିଲ, ସେ ତୁମକୁ ଭୁଆଁ ବୁଲାଉ ଥିଲା । ସେ ଯଦି ଚରିତ୍ରହୀନ ଥିଲା ତୁମେ ବି ଚରିତ୍ରହୀନ ଥିଲ । ଫରକ ଏତିକି ସେ ତା ସ୍ଵାମୀକୁ ଧୋକା ଦେଇନି ତୁମେ କିନ୍ତୁ ତୁମ ସ୍ତ୍ରୀକୁ ଧୋକା ଦେଉଥିଲ ।

ସେ ଦୋଷୀ ପାପିନି ହୋଇଥାଇ ପାରେ, କିନ୍ତୁ ତୁମେ ବି କିଛି କମ ନଥିଲ । ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଏମିତି ଦୁଇ ପଦ ଲେଖା ଏ ମୋବାଇଲ ରୁ ସେ ମୋବାଇଲକୁ ଘୁରି ବୁଲୁଛି । ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏଠି କଥା ଉଠୁଛି କାଲି ଯେତେବେଳେ ଭିଡିଓ କନଫ୍ରେଂସିଙ୍ଗରେ ହାଜର କରାଗଲା ଆଉ ସରକାରୀ ଓକିଲଙ୍କ ଯୁକ୍ତି ମଧ୍ୟରେ ତାଙ୍କୁ ଲାଗିଲା ସେ ଜାମିନ ପାଇବେ ନାହିଁ ସେ ଭୋ ଭୋ ହୋଇ କାନ୍ଦିଲେ ।

ଏଠି କହି ରଖିବାକୁ ଚାହିଁବୁ ଯେ, ଶୁଣାଣି ବେଳେ ଭିଡିଓ କନଫ୍ରେଂସିଙ୍ଗରେ ଉପସ୍ଥିତ ଥିବା ଅର୍ଚ୍ଚନା ବେସ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜେଲକୁ ଆସିବା ଦିନରୁ ବହୁତ ସମୟରେ ଗୁମ ସୁମ ହୋଇ ରହୁଛନ୍ତି । ସେ ଭଲରେ ଖିଆ ପିଆ କରୁ ନାହାନ୍ତି ତେଣୁ ତାଙ୍କ ଚେହେରାରେ କିଛି ଅବନତି ଘଟିଛି  ।

କିଛି ମହିଳା ଅନ୍ତେବାସୀ ତାଙ୍କୁ ସମର୍ଥନ କରି ତାଙ୍କ ମନ ବଳ ବଢେଇବା ପାଇଁ ଚେଷ୍ଟା କରିବା ବେଳେ ଆଉ କିଛି ଅନ୍ତେବାସୀ ତାଙ୍କୁ ଘୃଣା କରୁଛନ୍ତି ନୀଚ ଆଖିରେ ଦେଖୁଥିବା ଚର୍ଚ୍ଚା ହେଉଛି । ସେ ଅନ୍ତେବାସୀ ମାନଙ୍କ ସହ ସହଜରେ ମିଶି ପାରୁ ନାହାନ୍ତି ତେଣୁ ବହୁତ ସମୟରେ ତାଙ୍କୁ ଏକୁଟିଆ ଗୁମ ସୁମ ହୋଇ ବସି ରହୁଥିବା ଦେଖିବାକୁ ମିଳୁଛି । ତେବେ ଏ ସବୁ ପଛରେ କଣ କେବଳ ଅର୍ଚ୍ଚନା ଦୋଷୀ ନା ଅର୍ଚ୍ଚନା ଯେଉଁ ମାନେ ଅର୍ଚ୍ଚନାଙ୍କ ମାୟା ଜାଲରେ ପଡିଛନ୍ତି ସେମାନେ ବି ଦୋଷୀ ।

ତେବେ ଲୋକେ ଚର୍ଚ୍ଚା କରୁଛନ୍ତି ତଦନ୍ତ କଣ ଅର୍ଚ୍ଚନାଙ୍କ ପାଖରେ ଅଟକି ଯିବ । ଆଉ ଅର୍ଚ୍ଚନା ଲିକ୍ ରେ ଆସିଥିବା ସବୁ ବଡ ବଡିଆ ମାନଙ୍କୁ କଣ ପୋଲିସ କେବେ ବି ପଚରା ଉଚରା କରିବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *