ଖରା, ବର୍ଷା, ଶୀତ କାକରରେ ପ୍ରତି ମୂହୁର୍ତ୍ତରେ ପାଖରେ ଥିଲେ ପ୍ରମିଳା ମାଆ ଆଉ କରୁଥିଲେ ସାହାର୍ଯ୍ୟ । କିନ୍ତୁ ଏବେ ବ୍ରହ୍ମପୁର ବଡ ବଜାର ବେହେରା ସାହିରେ ନିଜ ହକ୍ ପାଇଁ ଦାବି କରି ବସିଥିବା କେ ଦୀପିକାଙ୍କ ମୁହଁ ଭୁଲି ଗଲେଣି ସମାଜସେବୀ ପ୍ରମିଳା ତ୍ରିପାଠୀ ଆଉ ଯେଉଁ କାରଣଊ ଏପରି କିଛି କହିଛନ୍ତି କେ ଦୀପିକା । ସାହାର୍ଯ୍ୟ ପାଇଁ ନୁହଁ ବରଂ ନିଜର ପବ୍ଲିସିଟି କରୁଥିଲେ ସମାଜସେବୀ ପ୍ରମିଳା ତ୍ରିପାଠୀ ।
ସେ ଓକିଲ ନୁହେଁ ମୋତେ ନ୍ୟାୟ ଦେବେ । ସେ ମୋ ଦୁଃଖ ଦେଖି ଆସିଥିଲେ କିନ୍ତୁ ଏବେ ସାହାର୍ଯ୍ୟ କରିବାକୁ ଭୁଲି ଗଲେ । ତେବେ ଅନେକ ଦିନ ଧରି କେ ଦୀପିକା କେତେବେଳେ ପୁଅକୁ ବାପାର ପରିଚୟ ତ କେତେବେଳେ ସ୍ତ୍ରୀର ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି । ଦୀର୍ଘ ମାସ ଧରି ନିଜର ଅଧିକାର ପାଇବା ଦାବିରେ ଏବେ ବି ସଂଘର୍ଷ କରୁଛନ୍ତି କେ ଦୀପିକା ।
ବିବାଦ ଉପରୁ ସମାଧାନର ବାଟ ବାହାରି ପାରୁନି ଦିନକୁ ଦିନ ନୂଆ ମୋଡ ନେଉଛି ବ୍ରହ୍ମପୁରର ଦୀପିକା-ଦିନେଶ ପ୍ରେମ କାହାଣୀ । ଦୀର୍ଘ ମାସ ଧରି ନିଜର ଅଧିକାର ପାଇଁ ଦାବିରେ ଏବେ ବି ସଂଘର୍ଷ କରୁଛନ୍ତି କେ ଦୀପିକା । ଆଉ ଏହାରି ମଧ୍ୟରେ ଗତ କିଛି ଦିନ ତଳେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ କମେଣ୍ଟ ମାରିବା କାରଣରୁ ଦୀପିକା ଜଣେ ଯୁବକଙ୍କୁ ପିଟି ଥିଲେ ।
କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଅନେକ କଷ୍ଟ ଯନ୍ତ୍ରଣା ପାଇ ନିଜର ହକ୍ ପାଇଁ ଦାବି କରୁଛନ୍ତି କେ ଦୀପିକା । ହେଲେ ଏଥିରେ କେବଳ ପ୍ରାର୍ଥକ୍ୟ ରହିଛି ପୂର୍ବରୁ ପାଖରେ ଥିଲେ ପ୍ରମିଳା ମାଆ କିନ୍ତୁ ଏବେ ସେ ଦୂରେଇ ଯାଇଛନ୍ତି । କୌଣସି ପ୍ରକାରର ସାହାର୍ଯ୍ୟ କରିବାକୁ ଆସୁ ନାହାନ୍ତି । କି ଦୀପିକାଙ୍କ ସାଥ ଦେଉ ନାହାନ୍ତି ।
କଣ ଦୀପିକାଙ୍କ ଶାଶୁଘର ଲୋକଙ୍କ ଚାପରେ ଚାପି ହୋଇଯାଇଛନ୍ତି ପ୍ରମିଳା ତେବେ ଏହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଦୀପିକା ଏବେ ମୁହଁ ଖୋଲି ଛନ୍ତି । ଆଉ କହିଛନ୍ତି ମତେ ସାହାର୍ଯ୍ୟ କରିବା ପାଇଁ ନୁହଁ ବରଂ ପବ୍ଲିସିଟି କରିବା ପାଇଁ ଆସୁଥିଲେ ପ୍ରମିଳା ମାଆ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।