ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ବହୁତ କିଛି ଜିନିଷର ବିକାଶ ଘଟିଛି । ଆଗ କାଳରେ ଦୁନିଆ ଏତେ ଆଡଭାନ୍ସ ନଥିଲା ହେଲେ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସବୁ କିଛି ସମ୍ଭବ ହୋଇ ପାରୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଛୋଟ ପିଲା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନର ସମୟରେ ଅନେକ ଛୋଟ ପିଲା ମୋବାଇଲ ଓ କମ୍ପୁଟରର ବ୍ୟବହାର କରୁଛନ୍ତି ।
କରୋନା ସମୟରେ ଅନଲାଇନ କ୍ଳାସ ହେବାରୁ ପିଲା ମାନେ ଆଉ ଆକ୍ଟିଭ ହୋଇ ରହିପାରୁ ନାହାନ୍ତି ସେମାନେ ଦିନ ରାତି କେବଳ ମୋବାଇଲ ଭିତରେ ପଶି ରହୁଛନ୍ତି । ଏହା ଦ୍ଵାରା ସେମାନଙ୍କ ଶାରୀରିକ ବିକାଶ ଠିକ ଭାବରେ ଘଟି ପାରୁ ନାହିଁ । ଯଦି ଛୁଆଟି ଖେଳ କୁଦ କରିବ ତା ହେଲେ ତାର ଶାରୀରିକ ଓ ମାନସିକ ବିକାଶ ବହୁତ ଭଲ ଭାବରେ ହୋଇପାରିବ ହେଲେ ଏବେ ପିଲା ମାନେ କେବଳ ଗୋଟିଏ ଜାଗାରେ ବସି ରହୁଛନ୍ତି ନଚେତ ଶୋଉଛନ୍ତି ।
ବନ୍ଧୁଗଣ ଏହାଦ୍ବାରା ପିଲା ମାନେ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି । ଯଦି ବାପା ମା ଛୁଆ ମାନଙ୍କୁ ବାଲାନ୍ସ ଡାଏଟ ଦେବେ ତା ହେଲେ ପିଲା ମାନଙ୍କ ଶାରୀରିକ ବିକାଶ ଠିକ ଭାବରେ ହେବ ଓ ବଡ ହେଲେ ମଧ୍ୟ ତାଙ୍କୁ କୌଣସି ରୋଗ ହେବ ନାହିଁ । ଛୋଟ ବେଳୁ ଯଦି ତାଙ୍କର ମୋଟାପଣ ବଢି ବଢି ଯିବ ତା ହେଲେ ତାଙ୍କୁ ଭବିଷ୍ୟତରେ ଡାଇବେଟିସ, ଆଣ୍ଠୁ ଗଣ୍ଠି ସମସ୍ୟା ଓ ଫ୍ୟାଟି ଲିଭର ମଧ୍ୟ ହୋଇପାରେ ।
ତେବେ ବନ୍ଧୁଗଣ ପିଲା ମାନଙ୍କୁ କେଉଁ ସବୁ ଖାଦ୍ୟ ଦେଲେ ସେମାନଙ୍କ ଶାରୀରିକ ବିକାଶ ଠିକ ଭାବରେ ହେବ ଓ ସେମାନେ ମୋଟା ହେବେ ନାହିଁ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଗୋଟେ ଛୋଟ ଛୁଆକୁ ପ୍ରୋଟିନ, ଆଇରନ, କାର୍ବୋ ହାଇଡ୍ରେଟ ଓ କ୍ୟାଲସିୟମ ଦରକାର । ତେଣୁ ଆପଣ ମାନେ ନିଜ ପିଲା ମାନଙ୍କୁ ଫଳମୂଳ ଓ ପନିପରିବା ଆଦି ଖାଇବାକୁ ନିହାତି ଦିଅନ୍ତୁ ।
ମନେକର ଗୋଟେ ପିଲା ପନିର ଖାଇବାକୁ ଭଲ ପାଉ ନାହିଁ ତା ହେଲେ ଆପଣ ସାଣ୍ଡୁଇଚ ଭିତରେ ପନିର ରଖି ଦେଇପାରିବେ । ଠିକ ସେହି ଭଳି ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଆପଣ ଅଲଗା ଅଲଗା ଉପାୟରେ ଦେଇପାରିବେ । ସକାଳ ସମୟରେ ଆପଣ ଦହି, ଅଣ୍ଡା ଷିଜା, ଛେନା ଦେଇପାରିବେ । ସନ୍ଧ୍ୟା ସମୟରେ ତାଙ୍କୁ ଛେନା, ବୁଟ ଷିଜା କିମ୍ବା ମଟର ଷିଜା ତାଙ୍କୁ ଦେଇପାରିବେ ।
ରାତିରେ ତାଙ୍କୁ ରୁଟି ସୋୟାବିନ ତରକାରୀ, ରାଜମା କିମ୍ବା ଛୋଲେ ତରକାରୀ ଦେଇପାରିବେ । ଛୋଟ ବେଲାରୁ ଫଳ ଖାଇବା ଶିଖେଇବେ ଯଦି ସେମାନେ କଞ୍ଚା ଫଳ ଖାଉ ନାହାନ୍ତି ତା ହେଲେ ଆପଣ ଫଳ ଜୁଷ କରି ମଧ୍ୟ ଦେଇପାରିବେ । ଏହା ସହିତ ଆପଣ ସବୁଦିନ ସକାଳେ କ୍ଷୀର ଦେଇପାରିବେ । ଏପରି ଭାବରେ ଡାଏଟ କଲେ ପିଲା ନିରୋଗ୍ଯ ରହିବ ଓ ମୋଟାପଣର ଶିକାର ହେବ ନାହିଁ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।