୯୦ ଦଶକର ବଲୀଉଡର ଏକଶନ ହିରୋ ସୁନୀଲ ଶେଟ୍ଟୀ ନିଜର ଦମରେ ବଲୀଉଡରେ ଏକ ଖାସ ପରିଚୟ କରିଛନ୍ତି । ସୁନୀଲ ଶେଟ୍ଟୀ ଆଜି ଭାରତର ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ସେ ନିଜର କ୍ୟାରିୟରରେ ଗୋଟିଏ ରୁ ବଢି ଗୋଟିଏ ଫିଲ୍ମ କରିଛନ୍ତି । କିନ୍ତୁ ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳେ ସୁନୀଲ ଶେଟ୍ଟୀଙ୍କ ପିତା ବହୁତ ସମସ୍ଯା ଓ କଷ୍ଟର ସାମ୍ନା କରିଛନ୍ତି । ସୁନୀଲ ଶେଟ୍ଟୀଙ୍କ ପିତା ତାଙ୍କୁ ବଡ କରିବା ପାଇଁ ବହୁତ କଷ୍ଟ କରିଛନ୍ତି ।
ସୁନୀଲ ଶେଟ୍ଟୀ ଏକ ଇଣ୍ଟରଭିୟୁରେ ନିଜର ପିତାଙ୍କ ସଂଘର୍ଷ ପୂର୍ଣ ଜୀବନ ବିଷୟରେ କହିଥିଲେ ଓ କହିବା ସମୟରେ ସୁନୀଲ ଶେଟ୍ଟୀ ବହୁତ ଭାବୁକ ହୋଇ ଯାଇ ଥିଲେ । ସୁନୀଲ ଶେଟ୍ଟୀ କହିଲେ କି ତାଙ୍କର ପିତା ବୀରପ୍ପା ଶେଟ୍ଟୀ ଜଣେ ସଫେଇ କର୍ମଚାରୀ ଥିଲେ ।
ତଥାପି ସେ କେବେ ବି ନିଜର କାମକୁ ନେଇ ଲାଜ କରି ନାହାନ୍ତି । ଏହି କଥା ସେ ମୋତେ ବି ଶିଖାଇଛନ୍ତି । ମାତ୍ର ୯ ବର୍ଷ ବୟସରେ ମୁଁ ଓ ମୋର ପିତା ମୁମ୍ବାଇ ଚାଲି ଆସିଥିଲୁ । ଯେତେବେଳେ ବି ମୋତେ କେହି ପ୍ରଶ୍ନ କରିଥାଏ କି ମୋର ହିରୋ କିଏ ତେବେ ମୁଁ ନିଜର ବାପାଙ୍କ ନାଁ ନେଇଥାଏ । ମୋତେ ମୋ ପିତା ଉପରେ ଗର୍ବ ଅଛି । ସୁନୀଲ ଶେଟ୍ଟୀ ଆଗକୁ କହିଲେ କି ମୋର ପିତା ଆମକୁ ବଡ କରିବା ପାଇଁ ବହୁତ କଷ୍ଟ କରିଛନ୍ତି । ସେ ଯାହା ବି କରିଛନ୍ତି ତାକୁ ନେଇ ମୁଁ କେବେ ଲଜ୍ୟା କରେ ନାହିଁ ।
ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଯେଉଁ ବିଲଡିଙ୍ଗରେ ସେ ସଫେଇ କର୍ମଚାରୀ ରୂପରେ କାମ କରୁଥିଲେ ଦିନେ ସେ ସେଠିକାର ମ୍ୟାନେଜର ହୋଇଗଲେ ପୁଣି ସବୁ ବିଲଡିଙ୍ଗର ମାଲିକ ବି ହୋଇଗଲେ । ସେ ଏହିଭଳି ବ୍ୟକ୍ତିତ୍ବ ଥିଲେ । ସେ କହିଲେ କି ଯାହା ବି କାମ କରୁଛ ତାକୁ ଗର୍ବର ସହ କର ଓ ତାକୁ ପୁରା ହୃଦୟର ସହ କର ।’ କହିଦେଉଛୁ କି ୨୦୧୭ରେ ସୁନୀଲ ଶେଟ୍ଟୀଙ୍କ ପିତା ବୀରପ୍ପା ଶେଟ୍ଟୀଙ୍କ ମୃତ୍ୟୁ ହୋଇ ଯାଇ ଥିଲା ।
ମୁମ୍ବାଇରେ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ନିଧନ ହୋଇଥିଲା । ୨୦୧୩ରେ ବୀରପ୍ପା ଶେଟ୍ଟୀଙ୍କୁ ପାରାଲିସିସର ଆଟାକ ଆସିଥିଲା । ସୁନୀଲ ଶେଟ୍ଟୀ ମୁମ୍ବାଇରେ ଥିବା ଘରେ ଆଇସିୟୁ ରୁମ କରି ଦେଇ ଥିଲେ । କହିଦେଉଛୁ କି ପିତା ଅସୁସ୍ଥ ଥିବା କାରଣରୁ ସୁନୀଲ ଶେଟ୍ଟୀ ଫିଲ୍ମି ଦୁନିଆ ଠାରୁ ଦୂରେଇ ଯାଇ ଥିଲେ । କିନ୍ତୁ ବର୍ତ୍ତମାନ ସେ କେତେକ ଫିଲ୍ମରେ ନଜର ଆସୁଛନ୍ତି । ଏହା ସହିତ ତାଙ୍କର ପୁଅ ଓ ଝିଅ ମଧ୍ୟ ଫିଲ୍ମ କରୁଛନ୍ତି ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।