15 ମିନିଟ୍‌ ଧରି ୱାଶିଂ ମେସିନ୍‌ରେ ଘୁରିଲା ଦେଢ ବର୍ଷର ଶିଶୁ, ଉଦ୍ଧାର ପରେ ହୋଇଗଲା ଏମିତି ଅବସ୍ଥା..

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ବହୁତ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ୧୫ ମିନିଟ ୱାସିଂ ମେସିନରେ ଘୁରିଲା ଦେଢ ବର୍ଷର ଶିଶୁ ।

ଚିକିତ୍ସା ପରେ ବଞ୍ଚିଲା ଜୀବନ କଥାରେ ଅଛି ରଖେ ହରି ତ ମାରେ କିଏ । ବନ୍ଧୁଗଣ ଏଭଳି ଏକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି । ଗୋଟେ ଭୟଙ୍କର ଦୁର୍ଘଟଣାରୁ ଏକ ଦେଢ ବର୍ଷର ଶିଶୁ ପୁତ୍ର ଅଳ୍ପକେ ବଞ୍ଚି ଯାଇଛନ୍ତି । ଏହି ଶିଶୁଟି ଏକ ଟପ ଲୋଡିଙ୍ଗ ୱାସିଂ ମେସିନ ଭିତରକୁ ଖସି ପଡି ଥିଲା ।

କେବଳ ସେତିକି ନୁହେଁ ଡିଟର୍ଜନ ପାଣି ଭିତରେ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ବୁଡି ରହିଥିଲା । ୭ ଦିନ କୋମା ଏବଂ ଭେଣ୍ଟିଲେଟରରେ ରହିବା ପରେ ୧୨ ଦିନ ପରେ ୱାର୍ଡରୁ ସିଫ୍ଟ କରା ଯାଇଛି ଶିଶୁକୁ । ଏହା ପରେ ଶିଶୁଟି ସଂପୂର୍ଣ୍ଣ ଭାବେ ଠିକ ହେବା ପରେ ଘରକୁ ଫେରି ଯାଇଛି । ପିଲାଟି ବସନ୍ତକୁଞ୍ଜର ପୋଟେଷ୍ଟ ହସ୍ପିଟାଲରେ ଭର୍ତ୍ତି ହେଇଥିଲା । ହସ୍ପିଟାଲ ଡାକ୍ତରଙ୍କ କହିବା ଅନୁସାରେ ଏବେ ପିଲାଟି ସ୍ଵାଭାବିକ ଅବସ୍ଥାକୁ ଫେରି ଆସିଛି ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଡାକ୍ତର କହିଛନ୍ତି ଯେତେବେଳେ ତାଙ୍କୁ ହସ୍ପିଟାଲ ଅଣା ଯାଇଥିଲା ଶିଶୁଟି ବେହୋସ ଥିଲା । ଦେହ ଥାନ୍ତା ହୋଇଯାଇଥିବା ବେଳେ ନୀଳ ମଧ୍ୟ ପଡି ଯାଇଥିଲା । ନିଶ୍ଵାସ ନେବାରେ ବହୁତ କଷ୍ଟ ହେଉଥିଲା । ତାର ହାର୍ଟ ରେଟ ଦୁର୍ବଳ ଥିଲା ଆଉ ତାର ବିପି ଚାଲୁ ନଥିଲା । ପିଲାର ମାଆଙ୍କ କହିବା ଅନୁସାରେ ୱାସିଂ ମେସିନ ଭିତରେ ୧୫ ମିନିଟ ଯାଏଁ ଶିଶୁଟି ପଡି ରହିଥିଲା ।

ହେଲେ ଡାକ୍ତରଙ୍କ କହିବା ମୁତାବକ ଶିଶୁଟି ପାଣି ଭିତରେ ରହିବାର ସମୟ ବୋଧ ହୁଏ ୧୫ ମିନିଟରୁ କମ ହେବ । ଯଦି ଅଧିକ ସମୟ ସେ ରହିଥାନ୍ତା ତା ହେଲେ ବୋଧ ହୁଏ ସେ ଜୀବିତ ହୋଇ ପାରି ନଥାନ୍ତା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *