Exclusive: ‘ମୋ ପୁଅ ପାଖରେ ଟଙ୍କା ଥିଲେ ତ ଦବ, ବର୍ଷେ ହେଲାଣି ବାହା ହେଲାଣି ମୋ ଠାରୁ ଟଙ୍କା ନେଇ ଚଳୁଛି, ସେଥିରେ ପୁଣି…’

ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଲିଭର ଜନିତ ସମସ୍ୟାରେ ପୀଡିତ ଅଛନ୍ତି ଆଉ ସେ ଏବେ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଛନ୍ତି । ତାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ତାଙ୍କୁ ସାରା ଓଡିଶାବାସୀ ଏବଂ ଓଲିଉଡ କଳାକାର ମାନେ ଆର୍ଥିକ ସହାୟତା କରିଛନ୍ତି । ହେଲେ ଗତ କିଛି ଦିନ ତଳେ ଜଣେ ଯୁବକ ଆସି ପିଣ୍ଟୁ ନନ୍ଦଙ୍କୁ 50 ହଜାର ଟଙ୍କା ଚେକ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ସେହି ଚେକ ବାଉନ୍ସ ହେଇ ଯାଇଥିଲା ।

ଚେକ ବାଉନ୍ସ ହେବା ପରେ ଓଡିଆ ଅଭିନେତା ବବି ମିଶ୍ର ଏହାକୁ ନିନ୍ଦା କରିଥିଲେ ଆଉ ଭଗବାନ ତାକୁ ଶାସ୍ତି ଦେବେ ବୋଲି କହିଥିଲେ । ଏହାକୁ ନେଇ ଏବେ ଅନେକ ବିବାଦ ସୃଷ୍ଟି ହୋଇଛି ଆଉ ଏହାରି ମଧ୍ୟରେ ସେହି ଯୁବକଙ୍କ ମାଆ ଆସି ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ତାଙ୍କ ମାଆ କହିଛନ୍ତି-‘ମୋ ପୁଅର ମୁଣ୍ଡ ଖରାପ ଛୁଆ ବେଳୁ ସେ ମେଡ଼ିସିନ ଖାଉଥିଲା ହେଲେ ଏବେ ଆଉ ଖାଉନି ନିଶା ପାଣି ଖାଉଛି । ସେ ଯେଉଁ ମାନଙ୍କ ସହ ନିଶା ଖାଉଛି ମୁଁ ଜାଣିନି ତମେ ଯଦି ଧରିପାରିବ ତ ଧର । ସେ ଛୁଆ ବେଳୁ ଟେଣ୍ଟ କାମ କରୁଥିଲା । ହେଲେ ସବୁ ମଜୁରିଆ ମୁଲିଆ ଖାଇଦେବେ ସବୁ ପଳେଇବ । ମୋ ପୁଅର ମୁଣ୍ଡ ଖରାପ ଛୁଆ ବେଳୁ ।

ସେ ଫିଲ୍ମ କରିଛି ସେ କେତେ ପ୍ରକାରର କରିଛି ତାକୁ ପଚାରିବ । ସେ କୌଣସି ଫିଲ୍ମ ପୁରା କରିନି ସବୁ ଟିକେ ଟିକେ ଯେଉଁଠି ସବୁ ସୁଟିଙ୍ଗ ହେଇଛି । ତାକୁ 15 ଜଣ ଶତ୍ରୁ ପଇସା ଖାଇବେ ମୋ ପରିବାର ନଷ୍ଟ କରିବେ । ମୁଁ ସେମାନଙ୍କୁ ଜାଣିନି କି ଚିହ୍ନିନି ତମେ ଧରି ପାରିଲେ ଧରି ଦିଅ । ଆଉ ରହିଲା ପଇସା କଥା ତା ପାଖରେ ପଇସା ଥିଲେ ସିନା ସେ ଦେବ ।

ଏବେ ତମେ ଜବାବ ଦେଇଥିବ ଫିଲ୍ମ ଲୋକ ଜବାବ ଦେଇଥିବେ ହେଲେ ପଛରେ ସେଇଠୁ ପଇସା ଦେବେ ନାହିଁ । ଆ ପାଖରେ କିଛି ପଇସା ନାହିଁ ଟଙ୍କାଟେ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *