କ୍ରାଇମ ବ୍ରାଞ୍ଚ ହାତରେ ଲାଗିଲା 5 ଟି ସବୁଠୁ ବଡ ପ୍ରମାଣ, Niranjana ଙ୍କୁ ନେଇ କଲା ବଡ ଖୁଲାସା…

ନମସ୍କାର ବନ୍ଧୁଗଣ ତେବେ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତୟଆ କାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଗିରଫ ପରେ ବିସ୍ଫୋରକ ତଥ୍ୟ ପଦାକୁ ଆସୁଛି । ଶର୍ମିଷ୍ଠା ଖରାପ ଫିଲ୍ମ ତିଆରି କରୁଥିଲେ ବୋଲି କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି । ସେ ସବୁ ଫିଲ୍ମର କିଛି ଦୃଶ୍ୟ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି । ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା । ତେବେ ମାନସଙ୍କୁ ହତୟଆ ପଛର ମୁଖ୍ୟ କାରଣ ହେଲା ଏକ ମେମୋରି ଚିପ୍‌ ।


ଚିପ୍‌ରେ କିଛି ଖରାପ ଫିଲ୍ମ ଥିବା କଥା ପୂର୍ବରୁ ଚାନ୍ଦବାଲି ଥାନା ପୁଲିସ୍‌ କହିଥିଲା । ଯେତେବେଳେ ମାମଲା କ୍ରାଇମ୍‌ବ୍ରାଞ୍ଚ ହାତକୁ ଗଲା ପ୍ରଥମେ ସେ ଶର୍ମିଷ୍ଠାକୁ ଧରିବାକୁ ଜାଲ ବିଛାଇ ସଫଳ ହେଲେ । ଏବେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମେମୋରି ଚିପ୍‌ ଓ ଖରାପ ଫିଲ୍ମ ବାବଦରେ ଅନେକ ତଥ୍ୟ ପାଇଛି । ତେବେ ଶର୍ମିଷ୍ଠାଙ୍କର ‘ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓଡ଼ିଆ’ ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଥିଲେ ।

ତା’ଛଡା ‘ସମ୍ପୂର୍ଣ୍ଣ ଏଣ୍ଟରଟେନ୍‌ମେଣ୍ଟ’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ୍‌ ଖୋଲି ସେଥିରେ ବିଭିନ୍ନ ସଟ୍‌ ଫିଲ୍ମ, ଆଲବମ୍‌ ଓ ଭଜନ ଅପ୍‌ଲୋଡ୍‌ କରିବାକୁ ଯୋଜନା କରୁଥିଲେ । ଏଥିପାଇଁ ୧୩ଟି ଭଜନ ସୁଟିଂ କରିଥିଲେ । ୬ଟି ଭଜନରେ ମୁଖ୍ୟ ଅଭିନେତା ଥିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ । ସବୁ ଠାରୁ ବଡ଼ କଥା ୮ଟି ଖରାପ ଫିଲ୍ମ (୧୫ରୁ ୨୦ ମିନିଟ୍‌ର) ସୁଟିଂ କରିଥିଲେ ।

୩ ଟିରେ ନିରଞ୍ଜନ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମ ଭିତରୁ ଗୋଟିଏରେ ଦୁଷ୍କର୍ମ ଦୃଶ୍ୟ ଥିଲା । ଆଉ ରିଲ୍‌ରେ କଏଦ ହୋଇଥିଲା ନିରଞ୍ଜନଙ୍କ ଏହି ରିୟଲ ଦୁଷ୍କର୍ମର ଦୃଶ୍ୟ । ଏହାକୁ ସୁଟିଂ କରିଥିଲେ ମାନସ । ତେବେ ମାନସଙ୍କ ସହଯୋଗୀ ଥିବା କ୍ୟାମେରାମ୍ୟାନ୍‌ ଜୟନ୍ତ ମଧ୍ୟ ଏ ବିଷୟରେ ଅବଗତ ଥିଲେ । ଉକ୍ତ ମେମୋରି ଚିପ ପାଇଁ ମାନସଙ୍କୁ ହତୟଆ କରାଯାଇଥିବା ଜଣାପଡ଼ିଛି । ନିରଞ୍ଜନ ଯେଉଁ ୩ଟି ଖରାପ ଫିଲ୍ମରେ ଥିଲେ ତାକୁ ଛାଡିଲେ ବାକି ୫ଟି ଫିଲ୍ମ କ୍ରାଇମ୍‌ବ୍ରାଞ୍ଚ ପାଇଛି ।


ସେ ଗୁଡ଼ିକ ହେଲା ‘ଧନ ଘରେ ନାହାନ୍ତି’, ‘ଦୁଷ୍ଟ ଦିଅର’ ରୋମିଓ ପ୍ରଫେସ୍‌ର’, ‘ତୁମ ସହ ନାଇଟ୍‌ ଲାଇଫ୍‌’ ଓ ‘ସେଇ ସ୍ପର୍ଶ’ । ଏ ସବୁ ଫିଲ୍ମରେ ପ୍ରତ୍ୟେକଟି ଦୃଶ୍ୟ ଉତ୍ତେଜନାମୂଳକ । ଏମିତି ଫିଲ୍ମ ଅନ୍‌ଲାଇ୍‌ରେ ଅପ୍‌ଲୋଡ୍‌ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଶର୍ମିଷ୍ଠାଙ୍କର ଲକ୍ଷ୍ୟ ଥିଲା । ଯାହା ତାଙ୍କୁ ବିପଦରେ ପକାଇଛି । ଏହି ଫିଲ୍ମର କିଛି ରୋମାନ୍ସ ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି ।


ତେବେ ସିନ୍ ରିକ୍ରିଏସନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା, ନିରଞ୍ଜନ ସେଠୀଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ଗତକାଲି କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଏମାନଙ୍କୁ ଅଣାଯିବା ପରେ ଘନ ଘନ ଜେରା ଚାଲିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *