ପୁଅ ଜନ୍ମ ହେବ ନା ଝିଅ, ଏଥିପାଇଁ ପୁରୁଷ ଦାୟୀ ! (Dr Subhashree Mishra)

ନମସ୍କାର ବନ୍ଧୁଗଣ ତେବେ ବିବାହ ପରେ କିଛି ସମୟ ବୈବାହିକ ଜୀବନକୁ ଅତିବାହିତ କରିବା ପରେ ପ୍ରାୟତଃ ସବୁ ଦମ୍ପତି ବାପା ମାଆ ହେବାକୁ ଇଚ୍ଛା କରିଥାନ୍ତି । ମାଆ ପାଇଁ ଏହା ଏକ ସ୍ବତନ୍ତ୍ର ଅନୁଭବ ଆଣି ଦେଇଥାଏ । କିଛି ଦମ୍ପତ୍ତି ବିଳମ୍ବରେ ପିଲା ଚାହୁଁଥିଲେ ବି କିଛି ପିଲା ବିବାହ ଅଳ୍ପ ବର୍ଷ ପରେ ପିଲା ଚାହିଁଥାନ୍ତି । ସମସ୍ତଂକ ପାଇଁ ସନ୍ତାନ ସୁଖ ପ୍ରାପ୍ତ କରିବା ଏକ ନିଆରା ଅନୁଭୂତି ହୋଇଥାଏ ।

ତେବେ ସମସ୍ତ ଦମ୍ପତ୍ତି କିନ୍ତୁ ଏହି ଖୁସି ପାଇ ପାରି ନାହାଁନ୍ତି । କିଛି ନା କିଛି ସମସ୍ୟା କାରଣରୁ ସେମାନେ ଏଥିରୁ ବଞ୍ଚିତ ରୁହନ୍ତି । ଆଉ ଅନେକାଂଶରେ ଦମ୍ପତ୍ତି ଏହି ଖୁସିକୁ ଅନୁଭଵ କରିଥାନ୍ତି । କିନ୍ତୁ କେଉଁଠି ନା କେଉଁଠି ପୁଅ ସନ୍ତାନ ପାଇଁ ଆଜିବି ସମାଜରେ ଅନେକଙ୍କ ର ଇଚ୍ଛା ରହିଛି । ତେବେ ଯଦିଓ ଆମେ ଅତ୍ୟାଧୁନିକ ଯୁଗରେ ପାଦ ଦେଇ ସାରିଛୁ ଏବଂ ଯୁଗ ବହୁତ୍ ଆଗେଇଲାଣି ତଥାପି କିଛି ଜଣଙ୍କର ମାନସିକତାରେ ପରିବର୍ତ୍ତନ ଏଯାବତ୍ ଆସିନାହିଁ ।

ନାରୀ ଏବଂ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ସଦୃଶ ଅଟନ୍ତି । ସମାଜରେ ଉଭୟଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ସମାଜକୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ଉଭୟଙ୍କ କର୍ତ୍ତବ୍ୟ ଏବଂ ସହଭାଗୀତା ସମାନ ରୂପେ ରହିଛି । ତେବେ ଏହି ଧାରାରେ ଉଭୟ ଉଭୟ ଙ୍କ କ୍ଷେତ୍ରରେ କେହି କାହାଠାରୁ କମ୍ ନୁହଁନ୍ତି । କିନ୍ତୁ ନାରୀ ହେଉଛନ୍ତି ଭଗବାନଙ୍କର ଏକ ଭିନ୍ନ ସୃଷ୍ଟି । ଯେଉଁମାନେ କି ଏ ଦୁନିଆକୁ ଆଉ ଏକ ସୃଷ୍ଟି କୁ ଦେଇଥାନ୍ତି ଏବଂ ସେମାନଂକୁ ଦୁନିଆର ଆଲୋକ ଦେଖାଇଥାନ୍ତି ।

ତେବେ କିନ୍ତୁ ସନ୍ତାନ ସନ୍ତନ୍ତି ନହେବା କ୍ଷେତ୍ରରେ କିମ୍ୱା କନ୍ୟା ସନ୍ତାନ ଜନ୍ମ ହେବାକୁ ନେଇ ଜଣେ ନାରୀକୁ ଦୋଷ ଦିଆ ଯାଇଥାଏ । ତେବେ ଏଥିପାଇଁ ପ୍ରକୃତରେ ପୁରୁଷ ହିଁ ଦାୟୀ ହୋଇଥାନ୍ତି । କେବଳ ପୁରୁଷ ପାଇଁ ହିଁ ଏହା ସମ୍ଭବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା କିପରି ପୁରୁଷ ହାତରେ ଥାଏ । ଆପଣ ଜାଣିଛନ୍ତି ମଣିଷ ଶରୀରରେ ୨୩ ଯୋଡା କ୍ରମୋଜୋମ ମଧ୍ୟରୁ ୧ ଯୋଡା ସେକ୍ସ୍ କ୍ରମୋଜୋମ ରହିଥାଏ ।

ଏହି ଏକ ଯୋଡା କ୍ରମୋଜୋମ ମହିଳା ମାନଙ୍କ ପାଖରେ xx ରହିଥିବା ବେଳେ ପୁରୁଷଙ୍କ ପାଖରେ xy ରହିଥାଏ । ତେବେ ମହିଳା ଙ୍କ ପାଖରେ କେବଳ ଝିଅ ଜନ୍ମ କରିବାର କ୍ରମୋଜୋମ ହିଁ ରହିଛି । କିନ୍ତୁ ପୁରୁଷଙ୍କ ପାଖରେ ଉଭୟ ଝିଅ ଏବଂ ପୁଅ କ୍ରମୋଜୋମ ରହିଛି । ତେବେ ଯେତେବେଳେ ମହିଳାଙ୍କ ଡିମ୍ଵାଣୁ ପୁରୁଷଙ୍କ ଧାତୁ ସହ ମିଶିଥାଏ ଏବଂ ଏହା x କ୍ରମୋଯୋମ ସହ ମିଶିଥାଏ ସେତେବେଳେ ମହିଳାଙ୍କ କନ୍ୟା ସନ୍ତାନ ଜନ୍ମ ନେଇଥାଏ ଏଵଂ ଯଦି ମହିଳାଙ୍କ ଡିମ୍ଵାଣୁ ପୁରୁଷଙ୍କ y କ୍ରମୋଜୋମ ସହ ମିଶିଥାଏ ତେବେ ତାଙ୍କର ପୁତ୍ର ସନ୍ତାନ ହୋଇଥାଏ ।

ତେଣୁ ଏଥିପାଇଁ ମହିଳା ଆଦୌ ଦାୟୀ ନୁହନ୍ତି । ଜଣେ ପୁରୁଷ ହାତରେ ହିଁ ରହିଛି ଯେ ଗର୍ଭସ୍ଥ ଶିଶୁଟି ପୁଅ ହେବ କିମ୍ୱା ଝିଅ ହେବ । ଏଥିପାଇଁ ମହିଳାଙ୍କୁ ଦୋଷ ଦେବା କିମ୍ୱା ସେମାନଂକୁ ନିନ୍ଦିତ କରିବା ସଂପୂର୍ଣ୍ଣ ଭାବରେ ଭୁଲ୍ ଅଟେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *