ଏବେ ଏବେ Ollywood ରୁ ଆସିଲା ଏକ ଦୁଃଖଦ ଖବର, ଏହି Ollywood ଅଭିନେତାଙ୍କର ହେଇଗଲା ପରଲୋକ

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ବିରାଜ ଦାସ ଙ୍କ ପରଲୋକ ହୋଇଛି । ଫୁସ ଫୁସ କ୍ୟାନ୍ସର ରେ ପୀଡିତ ଥିବା ବିରାଜ ଚିକିତ୍ସ୍ୟାଧିନ ଅବସ୍ଥା ରେ ଆଜି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃ-ତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । କର୍କଟ ରୋଗରେ ଆକ୍ରାନ୍ତ ହେବା ସମୟରେ ସେ ଦୀର୍ଘ ୪ ମାସ ଧରି ରାଜଧାନୀ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସ୍ୟାଧିନ ଥିଲେ । ବିରାଜ ଙ୍କ ପରଲୋକ ନେଇ ତାଙ୍କ ସାନପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି ।

ସେ ଅନେକ ଟିଭି ସିରିୟଲ ଏବଂ ଚଳଚିତ୍ର ରେ ନିଖୁଣ ଅଭିନୟ କରିଥିଲେ । ଓଡିଆ ସିନେମା ବଗୁଲା ବଗୁଲି ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଜା ଦେବୀ ସର୍ବ ଭୂତେଷୁ, ମା’ ପରି କିଏ ହେବ, ଗୁଲାମଗିରି, ପ୍ରେମ ବନ୍ଧନ ପରି ବହୁତ ସିନେମ ରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ର ସଫଳ ଫିଲ୍ମ ତମସାଥିରେ ଏବଂ ଡାକ ମୁନସି ଦୂର ଦର୍ଶନ ରେ ଦର୍ଶକୀୟ ଆଦୃତି ପାଇଥିଲା ।

ପ୍ରଣବ ଦାସ ଙ୍କ ଅଜାତି ଚଳଚ୍ଚିତ୍ର ରେ ସେ ମୁଖ୍ୟ ଭୂମିକରେ ଅଭିନୟ କରିଥିଲେ । ତେବେ ବିରାଜ ଦାସ ଙ୍କ ଭାଇ ଦିଲୀପ ଦାସ କହିଛନ୍ତି ଯେ ଦୂରଦର୍ଶନ କହିଲେ ବିରାଜ ଦାସ ଙ୍କୁ ବୁଝାଊଥିଲା । ଯଦି ସେହି ସମୟ କୁ ଦେଖିବେ ତେବେ ଏଭଳି କୌଣସି ସିରିୟଲ ନାହିଁ ଯେଉଁଥିରେ ବିରାଜ ଦାସ ନାହାଁନ୍ତି । ବିରାଜ ଦାସ କହିଲେ ଦୂରଦର୍ଶନ କୁ ବୁଝାଉଥିଲା ।

ଆଜି ଆବଶ୍ୟ କହିବାକୁ ଗଲେ ବହୁତ ଚ୍ୟାନେଲ ହୋଇ ଗଲାଣି କିନ୍ତୁ ତାଙ୍କ ସମୟରେ ଗୋଟିଏ ଆକ୍ଟର ରହୁଥିଲା ସେ ହେଉଛନ୍ତି ବିରାଜ ଦାସ ।  ଅଭିନେତା ବିରାଜ ଙ୍କ ସମ୍ପର୍କୀୟ କହିଛନ୍ତି ଯେ ନିଶ୍ଚିତ ଭାବରେ ଏହା ଅତି ଦୁଃଖ ର ବିଷୟ ଆମ୍ଭ ମାନଙ୍କ ପାଇଁ ଏହା ଗଭୀର କ୍ଷତି ଅଟେ । ମୁଁ ସାନ ଥିବା ସମୟରେ ତାଙ୍କୁ ଫିଲ୍ମ ରେ ଦେଖିଥିଲି ।

ଏହା ପରେ ସେ ଚାକିରି କରିବା ପରେ ତଥା ବାହାଘର ପରେ ମୁଁ ଗୋଟେ ଦିଟା ଚଳଚିତ୍ର ଦେଖିଛି । ତାଙ୍କ ମଧ୍ୟରେ ଯେଉଁ ମଣିଷ ପଣିଆ ଥିଲା ଯଥା ନିଜେ ନ ଖାଇ ଅନ୍ୟକୁ ଖୁଆଇବା, ଅତି ଆପଣାର କରିବା ଆଊ ଅଳ୍ପ ଦିନ ମଧ୍ୟରେ ସେ ଯେମିତି ଆମ୍ଭ ମନକୁ କିଣି ନେଇଥିଲେ ବୋଧ ହୁଏ ସମସ୍ତେ ତାହା କରି ପାରନ୍ତି ନାହିଁ ।

ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *