ବନ୍ଧୁଗଣ, ସୂଚନା ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ନେଇ ଅଡୁଆ ରେ ବିଜେଡି । କାହାକୁ ଷପୋର୍ଟ କରିବ ଦଳ ନେଇପାରୁନାହିଁ ନିଷ୍ପତ୍ତି । ବିଜେପି କୁ ବିରୋଧ କରିବାକୁ ମନା । କିନ୍ତୁ କେନ୍ଦ୍ର କୁ ଖପା କରିବାକୁ ଡର । କାହିଁକି ଶେଷ ମୂହୁର୍ତ୍ତରେ ନିଷ୍ପତ୍ତି ନେବେ ନବୀନ ? ନବୀନ ପଟ୍ଟନାୟକ ଠିକଣା ସମୟରେ ସଠିକ ନିଷ୍ପତ୍ତି ନିଅନ୍ତି ବୋଲି ତାଙ୍କ ଦଳନେତା କୁହନ୍ତି । ମାତ୍ର ବିଜେଡି ସୁପ୍ରିମ ଶେଷ ମୂହୁର୍ତ୍ତରେ ସବୁବେଳେ ନିଷ୍ପତ୍ତି ନିଅନ୍ତି । ଏଭଳି କାହିଁକି ହୁଏ ତାହା ତ ଭିନ୍ନ କଥା ।
ମାତ୍ର ରାଷ୍ଟ୍ରପତି ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇସାରିଥିଲେ ସୁଦ୍ଧା ବିଜେଡି କାହାକୁ ଷପୋର୍ଟ କରିବ ସେ କାର୍ଡ ଏ ଯାଏଁ ଖୋଲିନାହିଁ । ସମର୍ଥନ ହାସଲ କରିବା ଲାଗି ବିଜେପି ନବୀନ ଙ୍କ ସହ କଥାବାର୍ତ୍ତା କରିବା ପାଇଁ ଅଶ୍ଵିନୀ ବୈଷ୍ଣବ କୁ ଦାଇତ୍ଵ ଦେଇଛି । ସେପଟେ କଂଗ୍ରେସ ମଧ୍ୟ ସେହି ସମାନ କାରଣ ଲାଗି ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ଙ୍କୁ ଆଗକୁ ଆଣିଛି । ଏହି ଦୁଇ ନେତା ନିଜ ନିଜ ସ୍ତରରେ ନବୀନ ଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ।
ନବୀନ କିନ୍ତୁ ନିଷ୍ପତ୍ତି ନେଇ ପାରୁନାହାଁନ୍ତି । ବିଜୁ ଜନତା ଦଳ ଗୋଟିଏ ଧାରାରେ ଏ ପର୍ଯ୍ୟନ୍ତ ନିଜକୁ ପ୍ରମାଣିତ କରି ଆସିଛି ଯେ ତାହାର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ନିଷ୍ପତ୍ତି ଓଡିଶା ର ସ୍ଵାର୍ଥ କୁ ଆଖି ଆଗରେ ରଖି ଏବଂ ଜାତୀୟ ମର୍ଯ୍ୟଦା ରକ୍ଷାକରି ନିଷ୍ପତ୍ତି ନେଇଥାଏ, । ତେଣୁ ସମୟ କୁ ଅପେକ୍ଷା କରିଲେ ତାହାହିଁ ପ୍ରମାଣିତ ହେବ ବୋଲି କହିଛନ୍ତି ଦଳ ନେତା । ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ କଥା ମୁଖ୍ୟମନ୍ତ୍ରୀ ଙ୍କ ବିଚାର କୁ ଯିବ ।
ରାଜ୍ୟର ସ୍ଵାର୍ଥ ଏବଂ ଜାତୀୟ ମର୍ଯ୍ୟଦା ଏହି ଦୁଇଟି କଥା ମୁଖ୍ୟମନ୍ତ୍ରୀ ଙ୍କର ମାପକାଠି ହେବ । କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ଯାଇ ପୂର୍ବ ରୁ ନବୀନ ରାଷ୍ଟ୍ରପତି ପଦ ଲାଗୀ ପିଏସାଙ୍ଗାମା କୁ ଷପୋର୍ଟ କରିସାରିଛନ୍ତି । ଅବଶ୍ୟ ସେତେବେଳେ କେନ୍ଦ୍ର ରେ କଂଗ୍ରେସ ସରକାର ଥିଲା । ବର୍ତ୍ତମାନ ଅନେକ କ୍ଷେତ୍ରରେ ବିଜେଡି କେନ୍ଦ୍ର ରେ ବିଜେପି କୁ ଷପୋର୍ଟ କରୁଛି ।
ସଂସଦରେ ବିଭିନ୍ନ ବିଲ ଠାରୁ ଆରମ୍ଭକରି ରାଜ୍ୟସଭା ପ୍ରାର୍ଥୀ ଭାବରେ ଅଶ୍ଵିନୀ ବୈଷ୍ଣବ ପର୍ଯ୍ୟନ୍ତ ପ୍ରତିଟି କଥା ରେ ମୋଦୀ ସହ ଯୋଡି ସହିତ ନବୀନ ହଁ ଭରୁଛନ୍ତି । ମାତ୍ର ରାଷ୍ଟ୍ରପତି ନିର୍ବାଚନ ବେଳକୁ ସେ ଇଣ୍ଡିଏନ ନା ୟୁପିଏ କାହା ସପକ୍ଷରେ ଯିବେ ସେ ନେଇ ମୁହଁ ଖୋଲୁନାହାଁନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।