‘ମୁଁ ବିକଳାଙ୍ଗ ହୋଇଗଲି ବୋଲି ମୋତେ ରାସ୍ତାକଡରେ ଫୋପାଡ଼ିଦେଇ ଯାଇପାରିଲୁ ବୋଉ…’ ଦେଖନ୍ତୁ ଏହି Video ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵରରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ଛାତି କୋହଭରା ହୋଇଯିବ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଜଣେ ମା’ ନିଜ ଶିଶୁ କୁ ୧୦ ମାସ ଗର୍ଭ ରେ ଧାରଣ କରି ରଖିଥାଏ । ଛୁଆଟି ପାଇବା ନିମନ୍ତେ କେତେ ଦିଅଁ ଦେବତା ଙ୍କୁ ପୂଜା କରାଯାଇଥାଏ । ଅସହ୍ୟ ଯନ୍ତ୍ରଣା ସହି ନିଜ ସନ୍ତାନକୁ ଜନ୍ମ ଦେଇଥାଏ ।

ମାତ୍ର ଶିଶୁ ଟି ବିକଳାଙ୍ଗ ହୋଇଯିବା ଦେଖି ତାଙ୍କ ମା’ ତାକୁ ରାସ୍ତା କଡରେ ଫିଙ୍ଗିଦେଇ ଚାଲିଗଲେ । ଲୋକେ କୁହନ୍ତି କୁଆଡେ ମା’ ମାନଙ୍କ ଭଲ ପାଇବା ତାଙ୍କ ସନ୍ତାନ ପ୍ରତି ନିସ୍ଵାର୍ଥପର ରହିଥାଏ । ମାତ୍ର ଜନ୍ମ ଦେବାର ସ୍ଵାର୍ଥ ଲୁଚି ରହିଥିଲା ଏହି ମା’ ଜଣଙ୍କ ଭିତରେ । ଯଦି ମା’ ବାପା ଶିଶୁଟିକୁ ପାଳି ପାରିଲେ ନାହିଁ ତେବେ ଆମ୍ଭ ସମାଜ ରେ ଦିବ୍ୟଙ୍ଗଙ୍କ ନିମନ୍ତେ ଅନେକ ଆଶ୍ରମ ମାନ ରହିଅଛି ସେଠାରେ ଯାଇ ମାତା ପିତା ଶିଶୁ କୁ ଛାଡି ଆସିପାରିଥାନ୍ତେ ମାତ୍ର ସେମାନେ ସେଭଳି କିଛି କରିଲେ ନାହିଁ ।

ଶିଶୁ ଟି ଚାଲି ପାରୁନି କି କଥା କହି ପାରୁନି ତଥାପି ତା’ର ମା’ କୁ ଟିକିଏ ମାତ୍ର କଷ୍ଟ ହେଲାନାହିଁ ଏବଂ ନିଜ ପିଲାକୁ ନେଇ ରାସ୍ତା କଡରେ ଫିଙ୍ଗିଦେଇ ଆସିଲେ । ଏହି ଘଟଣା ଟି ହେଉଛି ଭୁବନେଶ୍ୱର ମଞ୍ଚେଶ୍ଵର ଥାନା ଅଧୀନ ଇଣ୍ଡଷ୍ଟ୍ରିଆଲ ଏରିଆରେ ଦେଖିବାକୁ ମିଳିଛି ଏହିଭଳି ଅଭାବନୀୟ ଘଟଣା । ରାସ୍ତା ଉପରେ ଗଛ ମୂଳରେ ଦିବ୍ୟାଙ୍ଗ ଶିଶୁ କୁ ଫିଙ୍ଗିଦେଇ ଚାଲି ଯାଇଛନ୍ତି ମା’ ବାପା ।

ସ୍ଥାନୀୟ ଲୋକେ ୧୦ ବର୍ଷ ଦିବ୍ୟାଙ୍ଗ ପିଲାକୁ ଉଦ୍ଧାର କରି ମଞ୍ଚେଶ୍ଵର ଥାନା କୁ ଜଣାଇଥିଲେ । ମଞ୍ଚେଶ୍ଵର ଥାନା ପୋଲିସ ପିଲାଟିକୁ CWC କୁ ହସ୍ତାନ୍ତର କରିଛନ୍ତି । ତେବେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ କରିଥିଲା ଏହି ଶିଶୁ ଟି ? କାହିଁକି ଏହିଭଳି ଭାବରେ ପିଲାଟିକୁ ଫୋପାଡି ଦେଇ ଚାଲିଗଲେ ମା’ ବାପା ।

ଜନ୍ମ କଲା ମା ଏତେ ନିର୍ଦ୍ଧୟ କିଭଳି ହୋଇ ପାରିବ ? ଶିଶୁ ଟି ପ୍ରଥମେ ମା’ ବୋଲି ଡାକିଥାଏ । କିନ୍ତୁ ଏହି ଶିଶୁ ଟି ବିକଳାଙ୍ଗ ବୋଲି ମା’ ଜଣକର ଏଭଳି ରାସ୍ତା କଡରେ ଫିଙ୍ଗିଦେବା କେତେଦୂରେ ଠିକ ? ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *