ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡିଆ ମାରିଲେ Rahul ଙ୍କ ମା’, କାନ୍ଦି କାନ୍ଦି କହିଲେ କିଛି ଏମିତି…ଭାଇରାଲ ହେଲା ଏହି Video

ନମସ୍କାର ବନ୍ଧୁଗଣ ତେବେ ରାହୁଲ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଥିବା ନେଇ ସିଡିଏମଓଙ୍କର ସୂଚନା । ରାହୁଲ ଶରୀରରେ ସୋଡିୟମ ସ୍ତର ହ୍ରାସ ପାଇଛି । ସେପଟେ ରାହୁଲଙ୍କୁ ଦେଖାକରିବାକୁ ଆପୋଲୋ ହସ୍ପିଟାଲରେ ପହଞ୍ଚିଲେ ଛତିଶଗଡମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଗାତରୁ ଉଦ୍ଧାର ପରେ ଚିକିତ୍ସାଧୀନ ନାବାଳକ ରାହୁଲୁକୁ ଦେଖିବାକୁ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ରାହୁଲ ଙ୍କ ମା ତାଂକ ପାଦ ଛୁଇଁ ଥିଲେ ।

ଗାତରୁ ରାହୁଲର ଉଦ୍ଧାର ନେଇ ଟିକିନିଖି ଖବର ରଖୁଥିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଇ । ସେନା, ଏନଡିଆରଏଫ ଓ ସ୍ଥାନୀୟ ପ୍ରଶାସନର ୧୦୪ ଘଣ୍ଟା ପରେ ମୁକ-ବଧୀର ବାଳକ ରାହୁଲକୁ ୮୦ ଫୁଟ ଗଭୀର ବୋରୱେଲ ପାଇ ଖୋଳା ଯାଇଥିବା ଗାତରୁ ଉଦ୍ଧାର କରାଯାଇଛି । ଗଭୀର ଗାତରୁ ଉଦ୍ଧାର କରାଯିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତରୀ ଟିମ୍ ରାୁହଲର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

ଏହା ପରେ ଡାକ୍ତରଙ୍କ ହେପାଜତରେ ରାହୁଲକୁ ଏକ ଆଇସିୟୁ ଆମ୍ବୁଲାନ୍ସ ମାଧ୍ୟମରେ ବିଳାସପୁରସ୍ଥିତ ଆପଲୋ ହସ୍‌ପିଟାଲକୁ ନିଆଯାଇ ସେଠାରେ ଭର୍ତ୍ତି କରାଯାଇଛି । ରାହୁଲକୁ ବିଳାସପୁର ହସ୍ପିଟାଲ ନିଆଯିବା ପାଇଁ ପ୍ରାୟ ୧୦୦ କିଲୋମିଟର ଗ୍ରୀନ କରିଡର କରାଯାଇଥିଲା । ତେବେ ଜନ୍ମରୁ ରାହୁଲ ଥିଲେ ଦିବ୍ୟାଙ୍ଗ ସେଥିପାଇଁ ସେ ଠିକ ସେ କଥା କହିପାରନ୍ତିନି କି ଶୁଣି ମଧ୍ୟ ପାରନ୍ତିନି ।

ସାଧାରଣ ପିଲାଙ୍କର ଯେପରି ମାନସିକ ସ୍ଥିତି ରହିଛି ସେପରି ରାହୁଲ ର ନ ଥିଲା ସେଥିପାଇଁ ରାହୁଲ ଜନ୍ମ ହେବା ପାଖରୁ ତାଙ୍କର ମା ବାପା ବହୁତ ଚିନ୍ତାରେ ଥିଲେ କିନ୍ତୁ ତାଙ୍କର ସେହି ମାନସିକ ବିକଳାଙ୍ଗତା ଆଜି ବଞ୍ଚାଇବାରେ ସାହାଯ୍ୟ କରିଲା ରାହୁଲଙ୍କୁ |

ଦୀର୍ଘ ସମୟ ପାଖା ପାଖି ୧୦୦ ଘଣ୍ଟା ଧରି ସେହି ୮୦ ଫୁଟର ଗାତ ଭିତରେ ପଶି ରହିଥିଲେ ରାହୁଲ, ଆଉ ରାହୁଲ ମଧ୍ୟ ପାଇଥିଲେ ଗାତ ଭିତରେ ବହୁତ କଷ୍ଟ କିନ୍ତୁ ଶେଷରେ ସେମାନଙ୍କର ଚେଷ୍ଟାରେ ଅନ୍ତ ଘଟିଲା ଓ ଟିମ ମଧ୍ୟ ରାହୁଲଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହେଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *