୮୦ ଫୁଟ ଗାତ ମଧ୍ୟରେ ୫ଦିନ ଧରି ଜୀବିତ ରହି ଉଦ୍ଧାର ହୋଇଥିବା ବାଳକ ରାହୁଲ ସାରା ଦୁନିଆକୁ ନିଜ ଧୈର୍ଯ୍ୟ ଓ ସାହସ ଦେଖାଇଛି । ବିପଦଶଙ୍କୁଳ ପରିସ୍ଥିତି ମଧ୍ୟରେ ଜୀବନ ସହ ସଂଗ୍ରାମ କରି ଆଜି ଦୁନିଆକୁ ଏକ ବଡ ଶିକ୍ଷା ଦେଇଛି ରାହୁଲ । ୧୦୫ ଘଣ୍ଟାର ରେସ୍କ୍ଯୁ ଅପରେସନ ପରେ ଗତକାଲି ରାହୁଲ ନୂଆ ଜୀବନ ପାଇଲା ସତ କିନ୍ତୁ ଏହା ପୂର୍ବରୁ ସେ ଆଉ ଥରେ ମଧ୍ୟ ପୁନର୍ଜୀବନ ପାଇଥିଲା । ଯାହା ନିଜେ କାନ୍ଦି କାନ୍ଦି ଜଣାଇଛନ୍ତି ରାହୁଲଙ୍କ ମାଆ ।
ଦିନେ ନିଜ ବାପାମା’ଅଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ ବଡଦାଣ୍ଡରେ କୁଆଡେ ହଜି ଯାଇଥିଲା ରାହୁଲ । ରାହୁଲକୁ ନପାଇ ଆତ୍ମହରା ହୋଇ ଯାଇଥିଲେ ରାହୁଲର ପରିବାର । ରାହୁଲର ମାଆ କାନ୍ଦି କାନ୍ଦି ନୟାନ୍ତ ହୋଇ ପଡିଥିଲେ । ରାହୁଲ ଜଣେ ଦିବ୍ୟାଙ୍ଗ ବାଳକ ହୋଇଥିବାରୁ ସେ କଥା କହି ପାରୁ ନଥିଲା କି ଶୁଣି ପାରୁ ନଥିଲା ।
ତେଣୁ ସେ ନିଜ ବାପାମା’ଙ୍କ ନାମ ମଧ୍ୟ କହି ପାରୁ ନଥିଲା କି ଠିକଣା ବି ଦେଇ ପାରୁ ନଥିଲା । ଅନ୍ୟପଟେ ରାହୁଲର ବାପାମା’ ମାଇକରେ ଯେତେ ଚିତ୍କାର କଲେ ମଧ୍ୟ ତାକୁ ଶୁଭୁ ନଥିଲା ।ଆଉ ଏପରି ଏକ ଘଡିସନ୍ଧି ସମୟରେ ଏହି ଦିବ୍ୟାଙ୍ଗ ବାଳକକୁ ପ୍ରଭୁ ଜଗନ୍ନାଥ ସାହା ହୋଇଥିଲେ । ନିଜ ଲୀଳା କରି ସେ ଦିବ୍ୟାଙ୍ଗ ବାଳକ ରାହୁଲକୁ ତା’ ବାପାମା’ଙ୍କ ସହ ପୁଣି ଥରେ ଭେଟ କରାଇ ଦେଇଥିଲେ । ପୁରୀ ବଡଦାଣ୍ଡରେ ହଜିଥିବା ରାହୁଲ ନିଜ ବାପାମା’ଙ୍କୁ ପାଇ ପୁଣି ଥରେ ଖୁସି ହୋଇଥିଲା ।
ଆଉ ସେ ୮୦ ଫୁଟ ଗାତ ମଧ୍ୟରେ ଫସି ରହିଥିବା ବେଳେ ଲକ୍ଷ ଲକ୍ଷ ଲୋକ ତାଙ୍କ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ଡ଼ାକିଥିଲେ । ପ୍ରଭୁ ଜଗନ୍ନାଥ ଏଥର ମଧ୍ୟ ତାଙ୍କ ଡାକ ଶୁଣି ଆଉ ଥରେ ରାହୁଲଙ୍କୁ ନୂଆ ଜୀବନ ଦେଇଛନ୍ତି । ତେବେ ଗପ ଭଳି ଲାଗୁଥିବା ଏହି କାହାଣୀ ରାହୁଲଙ୍କ ମାଆ ନିଜେ କହିଛନ୍ତି । ଭାରତରେ ଆଜି ଯାଏଁ ଯେତେ ବି ବୋରୱେଲ ରେସ୍କ୍ଯୁ ଅପରେସନ କରାଯାଇଛି ସେଥିରୁ ୭୦ ପ୍ରତିଶତ ଅପରେସନ ଫେଲ୍ ହୋଇଥିବାର ଦେଖାଯାଇଛି ।
କିନ୍ତୁ ରାହୁଲର ଦୃଢ ମନୋବଳ, ସାହସ ଓ ଧୈର୍ଯ୍ୟ ଆଜି ତାକୁ ଅନ୍ଧକାରମୟ ଗଭୀର ଗର୍ତ୍ତ ମଧ୍ୟରେ ବି ଜୀବିତ ରଖିଥିଲା । ଯାହା ଏତେ ଛୋଟ ବୟସର ପିଲା ଠାରେ ଚମତ୍କାରିତା ଭଳି ମନେ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।