ବାହାରିଥିବା ପେଟ, ମୋଟାପା Belly Fat, ଅଣ୍ଟା ଆଉ ଜଙ୍ଘର ଚର୍ବି ମହମ ପରି ତରଳେଇ ଦେବ, କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ବହୁତ ପାୱାର ଫୁଲ ଏବଂ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବଢୁ ଥିବା ଓଜନକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିବ । ଆପଣଙ୍କ ସମ୍ପୂର୍ଣ ବଡ଼ିରେ ମାନେ ଚର୍ବିକୁ ଏହା ଶେଷ କରିଦେବ । ଯେମିତି ଆପଣ ସମସ୍ତେ ଜାଣିଛନ୍ତି ଆଜିକାଲି କେବଳ ଆମ ଦେଶ ନୁହେଁ ପୁରା ଦୁନିଆରେ ମୋଟାପଣ ଯୋଗୁ ଅନେକ ରୋଗ ହେଉଅଛି ।

ସମସ୍ତଙ୍କ ପେଟରେ ମୋଟାପଣ ଭୋଳି ସମସ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । ଲୋକେ ମୋଟାପଣକୁ କମ କରିବା ପାଇଁ ଅନେକ ପ୍ରକାରର ମେଡିସିନ ମଧ୍ୟ ଖାଇଥାନ୍ତି ।
ଯାହାର ସାଇଟ ଇଫେକ୍ଟ ଭୋଗିବାକୁ ପଡ଼ିଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଜିମରେ ଝାଳ ବୁହାଁନ୍ତି, ବହୁତ ପରିଶ୍ରମ କରିଥାନ୍ତି । ଏମିତିରେ ପରିଶ୍ରମ କରିବା ଆବଶ୍ୟକ ଅଟେ । କିନ୍ତୁ କିଛି ଲୋକ ଏମିତିବି ଅଛନ୍ତି ଜିମ ପାଇଁ ସମୟ ବାହାର କରିପାରନ୍ତି ନାହିଁ ।

ଏମିତିରେ ଘରୋଇ ଉପାୟ ସେମାନଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଯଦି ଆପଣ ଏହାର ପ୍ରତିଦିନ ଏକ ମାସ ପର୍ଯ୍ୟନ୍ତ ସେବନ କରିବେ ତେବେ ଆପଣଙ୍କର ଓଜନ ବହୁତ ଶୀଘ୍ର କମ ହେବାକୁ ଲାଗିବ । ଆଜିର ଏହି ଉପଚାରକୁ ବନେଇବା ପାଇଁ ବହୁତ କମ ଜିନିଷର ଆବଶ୍ୟକତା ପଡ଼ିବ । ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାର ସେବନ କେମିତି କରିବେ ।

ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ କେବଳ ଦୁଇଟି ଜିନିଷର ଆବଶ୍ୟକତା ପଡ଼ିବ । କେବଳ ଦୁଇଟି ଜିନିଷ । ସେଥି ପାଇଁ ଆବଶ୍ୟକ ପିପଳି, ଯାହା ଆପଣଙ୍କୁ କୌଣସି ପୁଟଳି ବଣିଆ ଦୋକାନରୁ କିମ୍ବା ତେଜରାତି ଦୋକାନରୁ ବହୁତ ସହଜରେ ମିଳିଯିବ । ଯଦି ନ ମିଳେ ତେବେ ଏହାକୁ ଅନ ଲାଇନରୁ ମଗେଇ ପାରିବେ । ଏହା ବନ୍ଧୁଗଣ ଗୋଟେ ଆୟୁର୍ବେଦିକ ଔଷଧ ଅଟେ ।

ମୋଟାପଣକୁ କମ କରିବା ପାଇଁ ଏବଂ ଓଜନକୁ କମ କରିବା ପାଇଁ ପିପଳିର ସେବନ ବହୁତ ଅଧିକ ଲାଭଦାୟକ ଅଟେ । ଏହା ଆପଣଙ୍କ ବଢୁଥିବା ଓଜନକୁ ବହୁତ ଶୀଘ୍ର କଣ୍ଟ୍ରୋଲ କରିଥାଏ । ଏଥିରେ ଏମିତି ପୋଷାକ ତତ୍ତ୍ୱ ମିଳିଥାଏ ଯାହା ଆପଣଙ୍କ ଶରୀରରେ ଜମା ଚର୍ବିକୁ କମ କରିଥାଏ । ସାଥିରେ ଆପଣଙ୍କ ଶରୀରର ଆଳସ୍ୟ ଏବଂ ଦୁର୍ବଳତାକୁ ମଧ୍ୟ ଦୂର କରିଥାଏ ।
ସାଥିରେ ଏହା ଆପଣଙ୍କ ପାଚନ ତନ୍ତ୍ରକୁ ମଧ୍ୟ ମଜବୁତ ବନେଇଥାଏ ।

ଏହା ଛଡ଼ା ଏଥିରୁ ଅନେକ ଫାଇଦା ମିଳିଥାଏ । ଶରୀରରେ କଷ୍ଟ ହେଉ, ହାତ ଗୋଡ଼ ବଥା କରୁଥାଉ, ଆଣ୍ଠୁଗଣ୍ଠିରେ କଷ୍ଟ ହୋଇଥାଉ, ସେଥିରେ ମଧ୍ୟ ଏହି ପିପଳି ଚମତ୍କାରୀ କାମ କରିଥାଏ । ଏହା ସହିତ ଏହି ପିପଳି ହୃଦୟ ସମ୍ବୋଦ୍ଧିତ ରୋଗ, ପୋଲେଷ୍ଟର, କବଜ, ଅନ୍ତ ସମ୍ବୋଦ୍ଧିତ ରୋଗ,ଅର୍ରସ୍ୱ, ମୁଣ୍ଡବିଦ୍ଧା ବା ମାଇଗ୍ରୀନ ପ୍ରବ୍ଲେମ ଏବଂ ଆଖି ସମ୍ବୋଦ୍ଧିତ ରୋଗ ଯେମିତିକି ପାଖ ଦୂର ନଦେଖାଯିବା, ମତିଆ ବିନ୍ଦୁ,ଏନିମିଆ ବା ରକ୍ତର ଅଭାବ, ସ୍କିନ ସମ୍ବୋଦ୍ଧିତ ସମସ୍ୟା ଦୂର କରିବା ସହ ଏହା ଲିଭରକୁ ମଧ୍ୟ ହେଲ୍ଦି ରଖିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଏହା ଛଡ଼ା ଏହି ପିପଳିର ପ୍ରୟୋଗ ଆପଣ କଫ ପାଇଁ ମଧ୍ୟ କରିପାରିବେ । ଯାହାକୁ ୧୨ ମାସ କାଶ ଥଣ୍ଡା ରହୁଅଛି ସେମାନଙ୍କୁ ମଧ୍ୟ ଏହାର ସେବନ କରିବା

ଆବଶ୍ୟକ । ସ୍ତନ୍ୟପାନ କରାଉଥିବା ମା ମାନାଙ୍କ ପାଇଁ ମଧ୍ୟ ଏହା ବହୁତ ଅଧିକ ଲାଭଦାୟକ ଅଟେ । ସ୍ତନରେ କ୍ଷୀର ବଢ଼ାଇବା ପାଇଁ ଆପଣ ପିପଳିର ସେବନ କରିପାରିବେ । ଦିତୀୟ ଜିନିଷ ଏଥିପାଇଁ ଆବଶ୍ୟକ ତାହା ହେଉଛି ମହୁ ବା ହନି । ଆପଣଙ୍କୁ ତ ଜଣା ହିଁ ଥିବ ମହୁ ୱେଟଲସ ପାଇଁ କେତେ ସାହାର୍ଯ୍ୟ କରିଥାଏ । ମହୁ ଦ୍ବାରା ଶରୀରର ମେଟାବଲିଜମ ଭଲ ହୋଇଯାଏ ।

ମେଟାବଲିଜମ କ୍ରିୟେଟ ଠିକ ରହିବା ଦ୍ବାରା ପେଟରେ ଚର୍ବି ବହୁତ ଶୀଘ୍ର କମ ହୋଇଥାଏ । ତେବେ ଆସନ୍ତୁ ଜାଣିନେବ ଆପଣଙ୍କୁ ଏହାର ସେବନ କେମିତି, କେବେ ଏବଂ କେତେ ମାତ୍ରାରେ କରିବାକୁ ହେବ । ସର୍ବପ୍ରଥମେ ଆପଣ ୨୦ ଗ୍ରାମ ମାତ୍ରାରେ ପିପଳି ନିଅନ୍ତୁ । ପିପଳିକୁ ଆପଣ ଗ୍ରାଇଣ୍ଡିଂ କରି ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହାର ଚୂନ ପ୍ରସ୍ତୁତ କରନ୍ତୁ । ଏହି ଚୂନକୁ ମାତ୍ର ଅଧ ଚାମଚ ମାତ୍ରାରେ ଥରକ ପାଇଁ ପ୍ରୟୋଗ କରନ୍ତୁ ।

ଏତିକି ଯଥେଷ୍ଟ ଅଟେ ବଢୁଥିବା ଚର୍ବିକୁ କମ କରିବା ପାଇଁ । ଆପଣ ପ୍ରଥମେ ଏହି ଚୂନ ଏତିକି ମାତ୍ରାରେ ଏକ ପାତ୍ରକୁ ନିଅନ୍ତୁ । ଏବେ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ଏବଂ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ । ଯଦି ଆପଣଙ୍କୁ ମଧୁମେହ ବା ଡା଼ଇବେଟିସ ଭଳି ସମସ୍ୟା ଅଛି ତେବେ ଆପଣ ଏଥିରେ ମହୁ ମିଶାନ୍ତୁ ନାହିଁ । ମହୁ ବଦଳରେ ଆପଣ ଏଥିରେ ମେଥିଗୁଣ୍ଡ ପ୍ରୟୋଗ କରନ୍ତୁ । ମେଥି ଦାନାକୁ ପେଶୀ ନିଅନ୍ତୁ ଏବଂ ଅଧା ଚାମଚ ମେଥି ଗୁଣ୍ଡ ଏବଂ ଅଧା ଚାମଚ ଏହି ପିପଳିର ଗୁଣ୍ଡ ମିଶେଇ ସେବନ କରନ୍ତୁ ।

ଏବେ ଆସନ୍ତୁ ଜାଣିବା ଏହାର ସେବନ କେତେବେଳେ କରିବେ । ସକାଳୁ ଯେବେ ଆପଣ ଉଠିବେ ବାସି ମୁହଁରେ ବ୍ରସ୍ କରିବା ପୁର୍ବରୁ ୨ ରୁ ୩ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ଆପଣଙ୍କୁ ଶୋଷ ଲାଗୁ ବା ନଲାଗୁ । ସକାଳୁ ଉଠି ଉଷୁମ ପାଣି ନିହାତି ପିଅନ୍ତୁ । ପାଣି ପିଇବା ପରେ ଆପଣଙ୍କ ନିତ୍ୟ କ୍ରମ ସାରନ୍ତୁ । ତା ପରେ ଏହି ମିଶ୍ରଣକୁ ଚାଟି ନିଅନ୍ତୁ । ତା ପରେ ଆପଣ ଏକ ଗ୍ଲାସ ଉଷୁମ ପାଣି ପିଇନିଅନ୍ତୁ ।

ଗୋଟିଏ କଥାର ଧ୍ୟାନ ରଖନ୍ତୁ ଏହାର ସେବନ ପରେ ଏକ ଘଣ୍ଟା ପର୍ଯ୍ୟନ୍ତ କିଛିବି ଖାଆନ୍ତୁ ନାହିଁ । ଯଦି ଆପଣଙ୍କ ପେଟ ଫୁଲା ଫୁଲା ରହୁଅଛି କିଛିବି ଖାଇବା ଦ୍ବାରା ଆପଣଙ୍କୁ ଗ୍ୟାସ, କବଜ, ଏସିଡିଟି ଭୋଳି ସମସ୍ୟା ହେବାକୁ ଲାଗିଥାଏ ତେବେ ଏହି ଚୂନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ । ଡା଼ଇବେଟିସ, ହାର୍ଟପେସେନ୍ଟ, କୁଡ୍ନୀ ପେସେନ୍ଟ, ଥାଇରଡ଼ , ଫର୍ମନାଲଇନବାଲାନ୍ସ ପେସେନ୍ଟ, ମଧ୍ୟ ଏହି ଚୂନକୁ ନେଇ ପାରିବେ ।


ମହିଳା ଡେଲିଭରି ପରେ ମୋଟାପଣ କମ କରିବା ପାଇଁ ଏହାର ସେବନ କରିପାରିବେ । କେବଳ ପ୍ରେଗନେଟ ଲେଡି ବା ଗର୍ଭବତୀ ମହିଳା ମାନଙ୍କୁ ଏହାର ସେବନ କରିବା କଥା ନୁହେଁ । ସକାଳେ ବେଳା ଏହାର ଥରେ ସେବନ କରନ୍ତୁ । ଏବଂ ରାତିରେ ଶୋଇବା ପୂର୍ବରୁ ଏହାକୁ ଥରେ ସେବନ କରନ୍ତୁ । ଏହି ପ୍ରକାରରେ ଯଦି ଆପଣ ଏକ ମାସ ପର୍ଯ୍ୟନ୍ତ ଏହାର ସେବନ କରନ୍ତି ତେବେ ଏହା ଆପଣଙ୍କର ଶରୀରର ଚର୍ବିକୁ ବହୁତ ଶୀଘ୍ର କମ କରିବାରେ ସାହାର୍ଯ୍ୟ କରିଥାଏ ।

ଆପଣଙ୍କର ବଢ଼ିଥିବା ଫଟକୁ କମ କରିଥାଏ । ଏକରୁ ଦୁଇ ସପ୍ତାହ ଏହାର ସେବନ କରିବା ପରେ ଆପଣଙ୍କୁ ରେଜାଲ୍ଟ ଦେଖାଯିବ । ବନ୍ଧୁଗଣ ଏହି ରେମିଡି ସମ୍ପୂର୍ଣ ନେଚୁରାଲ ଅଟେ । ଏବଂ ଏଥିରୁ ଆପଣଙ୍କୁ କୌଣସି ସାଇଟଇଫେକ୍ଟ ହେବ ନାହିଁ । ଏବଂ ପ୍ରତ୍ୟକ ବୟସର ଲୋକ ଓଜନ କମ କରିବା ପାଇଁ ଏହାର ସେବନ କରିପାରିବେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *