‘ସ୍ଵାମୀ କବାଟ ଖୋଲିଲେନି ମୁଁ ପିଲାଙ୍କୁ ଧରି ଗ୍ୟାରେଜରେ ରହିଲି, ମୋ ସ୍ଵାମୀ ଭାଉଜ ସହ…’ ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ବିଷୟରେ ଯାହା କହିଲେ ଶୁଣିକି ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ଘର ବାହାରେ ବସିଛି ପତ୍ନୀ ଏବଂ ନ୍ୟାୟ ପାଇଁ ଭିକ୍ଷା କରୁଛି । ଏହି ଘଟଣାଟି ଘଟିଛି ଚନ୍ଦ୍ରଶେଖର ପୁର ଥାନା ନୀଳାଦ୍ରି ବିହାର ନିକଟରେ । ଜଣେ ମହିଳା ନିଜ ପୁଅ ଓ ଝିଅକୁ ଧରି ଘର ବାହାରେ ବସିଛି ହେଲେ ଘର ଭିତରେ ସ୍ଵାମୀ ତାଲା ଦେଇ ବସିଛନ୍ତି । ତେବେ ବନ୍ଧୁଗଣ ମହିଳା ଜଣକଙ୍କ ଅଭିଯୋଗ ହେଉଛି, ମୋତେ ସ୍ଵାମୀ, ଶାଶୁର ଓ ଶାଶୁ ସମସ୍ତେ ବହୁତ ହଇରାଣ କରୁଛନ୍ତି ।

କାଲି ଯେତେବେଳେ ମୁଁ ଆସି ଘରେ ପହଞ୍ଚିଲି ଘରେ ତାଲା ପଡିଛି ମୋତେ ଘରେ ପସିବାକୁ ଦେଲେନି । କାଲି ରାତି 4ଟା ଯାଏଁ ମୁଁ ଘର ବାହାରେ ବସିଛି । ପିସିଆର ଭେନ ବି ଯାଇଥିଲେ ହେଲେ ସେ ତଥାପି ଖୋଲିଲେ ନାହିଁ । ସେ କହିଲେ ଆମେ ଖୋଲିବା ନାହିଁ । ଏସବୁର ମୂଳ କାରଣ ହେଉଛି ଭାଉଜ । ଭାଉଜ ସହ ମୋ ସ୍ଵାମୀର ସମ୍ପର୍କ ଅଛି ଯାହାକି ମୋତେ ହଇରାଣ କରୁଛି ।

ମୁଁ ଚାହୁଁଛି ମୋ ସଂସାରରେ ମୋ ସ୍ଵାମୀ ଆଉ ମୋ ପିଲା ନେଇ ଚଳିବା ପାଇଁ  । କାଲି ମୁଁ ବାପ ଘରକୁ ଯାଇଥିଲି ଭଉଣୀର ନିର୍ବନ୍ଧ ଥିଲା ନିର୍ବନ୍ଧ ସରିକି ଚାକିରିକୁ ଗଲି ଆସିବା ପରେ ତାଲା ପକେଇଛନ୍ତି । ରାତି ସାରା ଆମେ ଗ୍ୟାରେଜ ପାଖରେ ରହିଛୁ । କାଲି ଠାରୁ ମୋ ଦୁଇ ଛୁଆ ଆଉ ମୁଁ କିଛି ବି ଖାଇନୁ । ଶଶୁର ନାମ ହେଉଛି ମାନ ଗୋବିନ୍ଦ ଶେଠୀ ସେ କହୁଛନ୍ତି ମୋର ବହୁତ ଲମ୍ବା ହାତ ତୁ ମୋର କିଛି କରିପାରିବୁ ନାହିଁ ।

ଆଉ ମୋ ବାପା ଭାଇଙ୍କୁ ବି ବହୁତ ଦୁର୍ବ୍ୟବହର କରିଛନ୍ତି । 7 ବର୍ଷ ହେଲାଣି ବିବାହ ଆଉ ସାଢେ 6 ବର୍ଷ ହେଲାଣି ସେ ମୋ ସହ ଏମିତି କରୁଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ କାନ୍ଦି କାନ୍ଦି ନିଜ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *