‘ମୁଁ ହିରୋ ହୋଇଥାନ୍ତି ତୁମେ ମୋ କ୍ୟାରିୟର ବର୍ବାଦ କରିଦେଲ, ତୁମକୁ ମୁଁ…’ ଅସଲ ଚେହେରା ଖୋଲିଯିବା ପରେ ସାମ୍ବାଦିକଙ୍କ ଉପରକୁ ରାଗରେ ଗର୍ଜିଲେ Tunguru, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏବେ ଏହି ଦୁଇ ପ୍ରେମିଯୁଗଳଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ଉଭୟଙ୍କ ଅପୂର୍ବ ପ୍ରେମ କାହାଣୀ ବିଷୟରେ ଯିଏ ବି ଜାନୁଛି ସିଏ ମୁଣ୍ଡରେ ହାତ ଦେଉଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ପ୍ରେମ କାହାଣୀରେ ଆଉ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । କେତେବେଳେ ବର୍ଷା ଟୁଙ୍ଗୁରୁ ଭୋଳଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ତ କେତେବେଳେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ।

ତେବେ ଥାନାରେ ଆପଶ ସମାଧାନ ହେବା ପରେ ଟୁଙ୍ଗୁରୁ ବର୍ଷାଙ୍କୁ ନିଜ ମା ଭଳି ବୋଲି କହିଥିଲେ । ହେଲେ ଗତ କାଲି ଟୁଙ୍ଗୁରୁ ବର୍ଷାଙ୍କୁ ସକାଳେ ଫୋନ କରି ସ୍ଵାମୀ ଭଳି ବ୍ୟବହାର କରିଥିଲେ ଓ ବର୍ଷାଙ୍କୁ ବାହା ହେବା କଥା କହିଥିଲେ । ତେବେ ବନ୍ଧୁଗଣ କ୍ୟାମେରା ସାମ୍ନାରେ ଗୋଟେ କଥା ଆଉ କ୍ୟାମେରା ପଛରେ ଟୁଙ୍ଗୁରୁଙ୍କ ଆଉ ଗୋଟେ କଥା ।

ଆଉ ମିଛ ଧରା ପଡିବା ପରେ ଏବେ ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ ପ୍ରତିନିଧିକୁ ନାଲି ଆଖି ଦେଖାଇ ଛନ୍ତି । ଯେତେବେଳେ ଟୁଙ୍ଗୁରୁ ଜାଣି ଗଲେ ଯେ ବର୍ଷା ତାଙ୍କ ସହ ଫୋନରେ କଥା ହେବା ବେଳେ ଗଣମାଧ୍ୟମକୁ ଡକାଇ ଥିଲେ ସେତେବେଳେ ସେ ରାଗ ଜର୍ଜରିତ ହୋଇଥିଲେ ।

ସତ ସାମ୍ନାକୁ ଆସିବା ପରେ ଏବେ ଟୁଙ୍ଗୁରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଦେଖାଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ କିଛି ସମୟ ତଳେ ଜଣେ ଗଣମାଧ୍ୟମ ପ୍ରତିନିଧି ଟୁଙ୍ଗୁରୁଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିବା ବେଳେ ଟୁଙ୍ଗୁରୁ କିଛି କହିବା ପାଇଁ ଆଦୌ ମନା କରିଦେଇଥିଲେ । ଆଉ ରାଗ ଜର୍ଜରିତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିଲେ ।

ଏମିତି କି ସେ ମୁଁ ହିରୋ ହୋଇଥାନ୍ତି ତୁମେ ମୋ କ୍ୟାରିୟର ବର୍ବାଦ କରିଦେଲ ବୋଲି କହିଛନ୍ତି । ଏହା ପରେ ସେ ଡିସିପିକୁ ଫୋନ କରି ଗଣମାଧ୍ୟମ ବିରୋଧରେ ଅଭିଯୋଗ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ । ଗତ କାଲି ଟୁଙ୍ଗୁରୁ ହିରୋ ହେବେ ବୋଲି ବହୁତ ଖୁସିରେ ଥିଲେ ଆଉ କହୁଥିଲେ ମାରକେଟରେ ଗୋଟିଏ ଟୋକା ଟୁଙ୍ଗୁରୁ ଭୋଳ କରିବ ଖେଳ ହେଲେ ଏବେ ତାଙ୍କ ସହ ଖେଳ ହେଇଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *