ବନ୍ଧୁଗଣ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଓଡିଶାର ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ପାର୍ଥୀ ହୋଇଛନ୍ତି ଆଉ ଏହା ଆମ ମାନଙ୍କ ପାଇଁ ଗୌରବର କଥା । ତେବେ ବନ୍ଧୁଗଣ ରାଷ୍ଟ୍ରପତି ପଦରେ ବସିବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁଙ୍କ ଏକ ମାତ୍ର କନ୍ୟା ଇତି ମୁର୍ମୁ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ଇତି ମୁର୍ମୁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଆମେ ଏ କଥା ମିଡିଆ ରିପୋର୍ଟରୁ ଜାଣିଥିଲୁ ।
ଆଉ ଆମକୁ ଏମିତି କିଛି ଫର୍ମାଲ ଆସି ନଥିଲା ଏହା ପରେ ଜେପି ନଡା ଯେତେବେଳେ ଆନାଉନ୍ସ କରିଲେ ସେତେବେଳେ ଆମେ ଜାଣିଲୁ । ଆମେ ମାଟି ରାସ୍ତା ଦେଇ ରାଜପଥରେ ପହଞ୍ଚିବା ଗୋଟେ ସ୍ଵପ୍ନର କଥା । ସେ ନିଜ କର୍ମକୁ ଜୀବନ କରିଥିଲେ କିନ୍ତୁ ତାର ଫଳ ସେ ପାଇବେ ଏଭଳି ସେଇଟା ଆମେ କେବେ ଭାବି ନଥିଲୁ । ଗତ 20 ତାରିଖ ମାଙ୍କର ଜନ୍ମ ଦିନ ଥିଲା ଆମେ ସବୁ ମିଶିକି ଥିଲୁ ।
ଆଉ 21 ତାରିଖ ଦିନ ଆମେ ଏହି ଖବର ପାଇଲୁ । ମୋ ମା ବହୁତ ଷ୍ଟ୍ରଙ୍ଗ ଅଛନ୍ତି କଥାରେ ଅଛି ମା ସବୁଠାରୁ ଶକ୍ତିଶାଳୀ । ସେ ସବୁବେଳେ କୁହନ୍ତି ମୋର ଦୁଇଟି ପୁଅ ପଳେଇ ଗଲେ ହେଲେ ମୋର ଝିଅ ଅଛି । ତେଣୁ ଆମେ ପରସ୍ପରକୁ ସବୁବେଳେ ଦେଖୁ ଯଦି ସେ ଭାଙ୍ଗି ଯିବେ ତା ହେଲେ ମୁଁ ଭାଙ୍ଗି ଯିବି ଆଉ ଯଦି ମୁଁ ଭାଙ୍ଗି ଯିବି ତା ହେଲେ ସେ ଭାଙ୍ଗି ଯିବେ ।
ମଣିଷ ମାତ୍ରେ ଦୁଃଖ ରହିବ ଏହିସବୁ ଖୁସି ସମୟରେ ଆମେ ମୋ ଭାଇ ଆଉ ମୋ ବାପାଙ୍କୁ ମନେ ପକାଇ ଦୁଃଖ କରୁ । ମା କେବେବି ରାଗନ୍ତି ନାହିଁ ସେ ବହୁତ ଶାନ୍ତ ସ୍ଵଭାବ । ସେ ନିଜ ଜୀବନରେ ଏତେ କିଛି ହରେଇ ଛନ୍ତି ତାଙ୍କ ପାଖରେ ମାନ ରଖିବାକୁ କିଛି ବି ନାହିଁ ତେଣୁ ସେ ଅଭିମାନ କଣ କରିବେ ।
ରାଷ୍ଟ୍ରପତି ପାର୍ଥୀ ଆନାଉନ୍ସ ହେବା ପରେ ମୁଁ ମାଙ୍କ ସହ କଥା ହେଇପାରି ନାହିଁ କାରଣ ତାଙ୍କର ଏତେ ଶୁଭ ଚିନ୍ତକ ଅଛନ୍ତି ସେ ପୁରା ବ୍ୟସ୍ତରେ ରହୁଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଇତି ମୁର୍ମୁ ନିଜ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।