ମାନବପ୍ରେମୀ Aditya Das ଗଲାପରେ କିପରି ଚାଲିଛି ବୃଦ୍ଧାଶ୍ରମ…? ଆସିଲା ସାଂଘାତିକ ଅଭିଯୋଗ, ବୃଦ୍ଧାଙ୍କ ପ୍ରତି ହେଉଛି ଅତ୍ୟାଚାର ? ଦେଖନ୍ତୁ ଏହି Video

ମାନବପ୍ରେମୀ ଆଦିତ୍ୟ ଦାସ ଗଲାପରେ କିପରି ଚାଲିଛି ବୃଦ୍ଧାଶ୍ରମ ..ଵୃଦ୍ଧାଶ୍ରମରେ ହେଉଥିବା ଅଭିଯୋଗର କଣ ରହିଛି ସତ୍ୟତା ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପିପଲ ଫର ସେବା ବୁଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କୁ ନାନା ପ୍ରକାରର ଟର୍ଚର କରାଯାଉଛି । ତେବେ ବନ୍ଧୁଗଣ ଏମିତି କିଛି ସତ୍ୟତା ଆସିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ପିପଲ ଫର ସେବା ବୁଦ୍ଧାଶ୍ରମରେ ଯାଇ ପହଞ୍ଚି ଥିଲେ ।

ବୁଦ୍ଧାଶ୍ରମରେ ଥିବା ଅନ୍ତେବାସୀ ମାନେ କହିଛନ୍ତି, ଆଦିତ୍ୟ ଦାସ ଥିବା ସମୟରେ ଯେଉଁ ଭଳି ଭାବରେ ସେବା ସେମାନଙ୍କୁ ମିଳୁ ଥିଲା ଏବେ ମଧ୍ୟ ମିଳୁଛି । ଅନ୍ତେବାସୀ ମାନଙ୍କୁ ସକାଳେ ଟିଫିନ ଆଉ ଚାହା ଖାଇବାକୁ ଦିଆଯାଉଛି । ଏହା ପରେ ସେମାନଙ୍କୁ ଲଞ୍ଚ ଦିଆଯାଉଛି ସନ୍ଧ୍ୟା ସମୟରେ ଚାହା ଦିଆଯାଉଛି । ରାତିରେ ମଧ୍ୟ ଖାଇବା ଦିଆଯାଉଛି । ଏଣିକି ଅନ୍ତେବାସୀ ମାନଙ୍କର କହିବା ମୁତାବକ ଖାଇବା ପିଇବାରେ କୌଣସି ଅସୁବିଧା ନାହିଁ ।

ଆଉ ଯଦି କାହାର ଦେହ ଖରାପ ହେଉଛି ତା ହେଲେ ସେମାନଙ୍କୁ ମେଡିକାଲ ନିଆ ଯାଉଛି ଔଷଧ ପତ୍ର ମଧ୍ୟ ଦିଆଯାଉଛି । ହେଲେ ବନ୍ଧୁଗଣ ଜଣେ ବୃଦ୍ଧ ମହିଳା କହୁଛନ୍ତି ତାଙ୍କର କେୟାର ଠିକ ଭାବରେ ନିଆ ଯାଉନି । ଅନ୍ତେବାସୀ ମାନଙ୍କ କହିବା ମୁତାବକ ଯେଉଁ ମାଉସୀ ଜଣକ ଏଭଳି ଅଭିଯୋଗ ଆଣିଛନ୍ତି ସେ ମିଛ କହୁଛନ୍ତି । ତାଙ୍କ ସହ ଆଉ ଜଣେ ମଉସା ବି ଅଛନ୍ତି ସେ ଦୁଇଜଣ ମିଶି ଆଶ୍ରମ ବିଷୟରେ ମିଛ କଥା କହୁଛନ୍ତି ।

ଅନ୍ତେବାସୀ ମାନଙ୍କ କହିବା ମୁତବକ ସେହି ମଉସା ମାଉସୀ ତିନି ଚାରି ବର୍ଷ ହେବ ଆଶ୍ରମରେ ଅଛନ୍ତି । ଉଭୟ ବୃଦ୍ଧ ଓ ବୃଦ୍ଧା ଅନ୍ୟ ଅନ୍ତେବାସୀ ମାନଙ୍କୁ ହଇରାଣ କରୁଛନ୍ତି । ଉଭୟ ବୃଦ୍ଧା ଓ ବୃଦ୍ଧ ଅନ୍ତେବାସୀ ମାନଙ୍କ ସହ ଝଗଡା କରୁଥିବା କଥା ମଧ୍ୟ ଶୁଣିବାକୁ ମିଳିଛି । ଅନ୍ତେବାସୀ ମାନଙ୍କ କହିବା ମୁତାବକ ସେହି ବୃଦ୍ଧ ଆଉ ବୃଦ୍ଧାଙ୍କୁ ଖାଦ୍ୟ ପେୟ ଠିକ ଭାବରେ ଦିଆଯାଉଛି ହେଲେ ତଥାପି ସେ ମିଥ୍ୟାରେ ଆଶ୍ରମକୁ ନେଇ ଅଭିଯୋଗ କରୁଛନ୍ତି ।

ଏମିତି କି ସେହି ବୃଦ୍ଧ ଜଣକ ଅନ୍ତେବାସୀ ମାନଙ୍କୁ ଗାଳିଗୁଲଜ କରିବା ସହ ସେମାନଙ୍କ୍ଜୁ ମାରପିଟ ବି କରୁଛନ୍ତି । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅନ୍ତେବାସୀ ମାନେ ଆଶ୍ରମର ସତ୍ୟତା ବିଷୟରେ କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *