‘ମୋ ଦୀନେଶର ଜୀବନ ପ୍ରତି ବିପଦ ଅଛି ,ସେମାନେ ତାକୁ ମାରିଦେବେ, କାହିଁକି ନା ସେ ମତେ…’ Deepika

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁରର କେ. ଦୀପିକା ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି । ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ ତାଙ୍କ ସାଥିରେ ଅଛନ୍ତି । ନିଜ ଶାଶୁ ଘର ଆଗରେ ୭୦ ଦିନ ଧାରଣା ଦେବା ପରେ ନ୍ୟାୟ ନ ମିଳିବାରୁ ସେ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ନିଜ ପିଲାକୁ ବାପାର ପରିଚୟ ଦେବା ପାଇଁ ସ୍ୱାମୀଙ୍କ ଘର ସମ୍ମୁଖରେ ଆନ୍ଦୋଳନ କରୁଥିଲେ ଦୀପିକା ।


ପୂର୍ବରୁ ମଧ୍ୟ ମହିଳା କମିଶନ ଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ ଦୀପିକା । କିନ୍ତୁ ତାଙ୍କ ସ୍ୱାମୀ ଦିନେଶ ଆସିନଥିଲେ । ଏବେ ପୁଣି ଥରେ ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି । ସୂଚନାଯୋଗ୍ୟ, ନିଜକୁ ନ୍ୟାୟ ମିଳିବା ପାଇଁ ସେ ନିଜେ ଶାଶୁ ଘର ଆଗରେ ଅଡି ବସିଛନ୍ତି । ନିଜ ପୁଅକୁ ବାପାର ପରିଚୟ ଦରକାର ବୋଲି ସେ ଦୀର୍ଘଦିନ ଧରି ସଂଘର୍ଷ ଜାରି ରଖିଛନ୍ତି ।

ଶାଶୁ ଘର ନିକଟରେ ଧାରଣା ଦେଇଛନ୍ତି । ସେ ନିଜ ଶାଶୁ ଘର ସାମ୍ନାରେ ଏକ ଜରି ପାଲ ଟାଙ୍ଗି ରହୁଛନ୍ତି । ଏନେଇ ଶାଶୁଘର ଲୋକେ ଜରିପାଲ ଚିରି ଦେଇଥିବାରୁ କିଛି ଦିନ ପୂର୍ବେ ଗଣ୍ଡଗୋଳ ହୋଇଥିଲା । ତେବେ ତାଙ୍କ ଶାଶୁ, ଶଶୁର ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଆଉ ତାଙ୍କ ପାଲ ଚିରି ଦେଇଥିଲେ । ଏହା ସହ ବହୁତ ଦୁଃଖ ଦେଇଥିଲେ ତାଙ୍କ ମାମଲା ଯେତେବେଳେ କୋର୍ଟରେ ଚାଲିଥିଲା ସେତେବେଳେ ଦିନେଶ ଦୀପିକାଙ୍କୁ ବିବାହ କରିବା ପାଇଁ ରାଜି ଥିଲେ ।

କିନ୍ତୁ ସେ ତାଙ୍କ ବାପା ମାଆଙ୍କ କଥା ଶୁଣି ନାହିଁ କରୁଛନ୍ତି । ଏବେବି ଦିନେଶ ଦୀପିକାଙ୍କୁ ନିଜର କରିବା ପାଇଁ ରାଜି ଅଛନ୍ତି କିନ୍ତୁ ତାଙ୍କ ମାଆ ମନା କରୁଛନ୍ତି ବୋଲି ସେ ସେମିତି କିଛି କରୁନାହାଁନ୍ତି । ତେବେ ଦିନେଶଙ୍କ ମାଆ ତାଙ୍କ ପୁଅ ଦିନେଶଙ୍କୁ ଲୁଚେଇ ରଖିଛନ୍ତି । ଆଉ ଏବେ ଏହି ଘଟଣା ତ ଚାରିଆଡ଼େ ବ୍ୟାପି ସରିଲାଣି ଆଉ ଦିନେଶଙ୍କୁ ଲୁଚେଇ ରଖିଲେ ଆଉ କଣ ଲାଭ ମିଳିବ ।


ଦିନେଶ କେବେ ଆସିବେ ଆଉ ସେ ଦୀପିକାଙ୍କୁ ନିଜର କରିବେ ଆଉ ତାଙ୍କ ପୁଅକୁ ବାପାର ପରିଚୟ ଦେବେ । ସୋସିଆଲ ମିଡ଼ିଆରେ ଏବେ ଏହି ଘଟଣା ବହୁତ ମାତ୍ରାରେ ଚର୍ଚ୍ଚା ହେଉଛି । ଲୋକମାନେ ସମସ୍ତେ ଏହି ଘଟଣାର ଆଗକୁ କଣ ମୋଡ଼ ନେବ ତାକୁ ହିଁ ଅପେକ୍ଷା କରିଛନ୍ତି ।

ତେବେ ବର୍ତ୍ତମାନ ଦୀପିକା ନିଜର ଇନ୍ଟର୍ଭିୟୁ ରେ କହିଛନ୍ତି କି ତାଙ୍କ ସ୍ୱାମୀ ଦିନେଶ ଙ୍କ ଜୀଵନ ପ୍ରତି ବିପଦ ଅଛି । ତେବେ ତାଙ୍କ ଘର ଲୋକ ଆମକୁ ମିଶେଇବାକୁ ଦେଉ ନାହାନ୍ତି ଏବଂ ତାକୁ ଜୀବନରୁ ମାରିଦେବେ ସେଥିପାଇଁ ସେ ସାମ୍ନା କୁ ଆସୁ ନାହାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *