‘ମୋ ଧନ କୋଉଠି ଅଛୁ ଫେରିଆ…ଧନ…’ ସ୍ତ୍ରୀ ଗଲା ପରେ ବାହୁନି କାନ୍ଦୁଛି ସ୍ଵାମୀ, Video ଦେଖିଲେ ଆପଣ ବି ନିଜକୁ ସମ୍ଭାଳିଉ ପାରିବେନି…

ନମସ୍କାର ବନ୍ଧୁଗଣ ତେବେ ଦୁଇ ବର୍ଷ ନିବିଡ ପ୍ରେମ ପରେ ବିବାହ ହୋଇଥିଲା । ଘରକୁ ନୂଆ ଅତିଥିର ଆଗମନ ହୋଇଥିଲା । କିନ୍ତୁ ହଠାତ ପ୍ରେମ ଉପରେ କଳା ଵାଦଲର ଛାଇ ମାଡି ଆସିଲା । ୬ ମାସର ସୁଖର ସଂସାରରେ କିଏ ଯେପରି ନଜର ଲଗାଇଦେଲା । ସ୍ୱାମୀର ଆଖି ଆଗରେ ଅନ୍ୟତ୍ର ଚାଲିଗଲେ ସ୍ତ୍ରୀ । ଯେତେ ଡାକିଲେ ବି ପଛକୁ ଚାହିଁଲେ ନାହିଁ କି ଶୁଣିଲେ ନାହିଁ । ଚାହୁଁ ଚାହୁଁ ୪ ଦିନ ବିତିଗଲାଣି କିଛି ଖୋଜ ଖବର ନାହିଁ ।

ଘରେ ସ୍ୱାମୀ କାନ୍ଦି କାନ୍ଦି ସ୍ତ୍ରୀର ବାଟକୁ ଅନାଇ ବସିଛନ୍ତି । ତେବେ ପରୀକ୍ଷା ଦେବାକୁ ଯାଇ ସ୍ତ୍ରୀ ଫେରାର ହୋଇ ଯାଇଥିବା ବେଳେ ସ୍ୱାମୀ ଘରେ କାନ୍ଦି କାନ୍ଦି ସ୍ତ୍ରୀର ଅପେକ୍ଷାରେ ଚାହିଁ ବସିଛି । ଏଭଳି ଘଟଣା ଏବେ ଭଦ୍ରକ ଧୁଷୁରି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବଜାରର ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ବ୍ରାହ୍ମଣୀପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲପାଉଥିଲେ ।

ତେବେ ଉଭୟ ଘରେ ନଜଣାଇ ଫେରାର ହୋଇ ଯାଇଥିଲେ । ସେମାନେ ଭୁବନେଶ୍ୱରରେ ରହୁଥିବା ବେଳେ କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ପାଇଥିଲେ । ପୁଅର ପରିବାର ଲୋକେ ପୁରୀର ନୃସିଂହ ନାଥ ମନ୍ଦିରରେ ଉଭୟଙ୍କ ବିବାହ କରେଇ ଘରକୁ ଆଣିଥିଲେ । ତେବେ ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଇଛା କରିଥିଲା ।

ପରିବାର ଲୋକ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରିପ୍ରିୟାକୁ ଯୁକ୍ତ ୩ ଆର୍ଟ୍ସରେ ଆଡ୍‌ମିସନ କରାଇଲେ । ପ୍ରତିଦିନ ଭଳି ସାବିତ୍ରୀ ବ୍ରତର ପରଦିନ ଅର୍ଥାତ ମଙ୍ଗଳବାର ପରୀକ୍ଷା ଦେବାକୁ ଯାଇଥିଲା ହରିପ୍ରିୟା ନିଜ ସ୍ୱାମୀଙ୍କ ସ୍କୁଟିରେ ବସି । ପରୀକ୍ଷା ସରିବା ପରେ ସ୍ୱାମୀ କଲେଜରୁ ସ୍ତ୍ରୀକୁ ଆଣିବାକୁ ଗଲେ । ହେଲେ ପରୀକ୍ଷା ହଲ୍‌ରୁ ହରିପ୍ରିୟା ବାହାରିବା ସମୟରେ ଏକ କାର୍ ଆସି ଲାଗିଲା କଲେଜ୍‌ ଗେଟ୍ ସାମ୍ନାରେ । ହରିପ୍ରିୟା କାର୍ ଗେଟ୍‌ ଖୋଲି ସିଧା କାର୍‌ରେ ବସିଲେ ଆଉ କୁଆଡେ ପଳେଇଲେ ।

ତେବେ ଏସବୁ ସ୍ୱାମୀ ଆଖି ଆଗରେ ଘଟିଗଲା । ସ୍ୱାମୀ ସ୍ତ୍ରୀ ପିଛା କରି ନିରାଶ ହୋଇ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କଲେ । ପରେ ପୋଲିସ ୪୪/୨୨ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାର ନିଜ ବୋହୂର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ୱାମୀ ରାହୁଲ ନିଜ ସ୍ତ୍ରୀର ଫଟୋକୁ ଧରି ପାଗଳ ପରି କାନ୍ଧୁଛି ଆଉ ସ୍ତ୍ରୀର ବାଟକୁ ଚାହିଁ ବସିଛି ।

ସ୍ତ୍ରୀର ବିରହରେ ସ୍ୱାମୀ କ୍ୟାମେରା ଆଗରେ ବାହୁନି ବାହୁନି କହୁଛି “ଫେରିଆ, ତୋ ବିନା ମୁଁ ବଞ୍ଚି ପାରିବିନି” । ସ୍ୱାମୀଙ୍କର ନିଜ ଭଲପାଇବା ଉପରେ ଖୁବ ବିଶ୍ୱାସ ରହିଛି । ତାଙ୍କ ସ୍ତ୍ରୀ ଦିନେ ନା ଦିନେ ତାଙ୍କ ପାଖକୁ ଫେରିଆସିବ ବୋଲି ତାଙ୍କର ବିଶ୍ୱାସ ରହିଛି । ସେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଯୁଆଡେ ବି ଯାଇଛନ୍ତି ସେ ପଳେଇ ଆସିବେ । ତେବେ ହରପ୍ରିୟା ମଧ୍ୟ ଏକ ମାସ ଓ ଆଠ ଦିନର ଗର୍ଭବତୀ ଅଛନ୍ତି । ଏହାକୁ ନେଇ ଦୁହେଁ ବେଶ ଖୁସି ଥିଲେ ।

ନୂଆ ଅତିଥିର ଅପେକ୍ଷାରେ ପରିବାର ଲୋକେ ଚାହିଁ ବସିଥିଲେ । କିନ୍ତୁ ସେମାନଙ୍କ ସୁଖର ସଂସାରରେ କଳାବାଦଲ ମାଡିଆସିଲା । କୁଆଡେ ଚାଲିଗଲା ତାଙ୍କ ସ୍ତ୍ରୀ । ଏହାକୁ ଝୁରି ଝୁରି ସ୍ୱାମୀ ଆଖିରୁ ଲୁହ ଶୁଖୁନି । ତେବେ ଏହି ଘଟଣା ପଛରେ ଝିଅର ମା’ର ହାତ ଥିବା ପୁଅର ମା’ ପ୍ରଭାତୀ ଦାସ ସନ୍ଦେହ କରୁଛନ୍ତି । ତାଙ୍କ କହିବା କଥା ବୋହୂ ସବୁବେଳେ ତା’ ମା’ ସହ କଥାହୁଏ । ତେଣୁ ଘରୁ ଫେରାର ହେବା ନେଇ ମା’-ଝିଅ ଯୋଜନା କରିଥାଇ ପାରନ୍ତି ବୋଲି ସେ ସନ୍ଦେହ କରୁଛନ୍ତି ।

ଅନ୍ୟ ପଟେ ଝିଅର ବାପା ବଳରାମ ପଣ୍ଡା ଓ ମା’ ମାଳତୀ ଲତା ପଣ୍ଡା କହିଛନ୍ତି ଯେ ସେମାନଙ୍କର ତାଙ୍କ ଝିଅ ସହ କୌଣସି ସଂପର୍କ ନାହିଁ । ଝିଅ ଭଲ ପାଇ ଘର ଲୋକଙ୍କୁ ନ ଜଣେଇ ଚାଲିଯାଇଥିବାରୁ ସେମାନେ ଝିଅ ସହ ସଂପର୍କ କାଟି ଦେଇଥିଲେ । ବିବାହ ପର ଠାରୁ ଝିଅ ସହ ସେମାନଙ୍କର କୌଣସି ଯୋଗାଯୋଗ ନଥିବା ସେମାନେ କୁହନ୍ତି । ତେବେ ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚାଲିଛି ।

ପୋଲିସର କାର୍ଯ୍ୟ ଧାରା ଉପରେ ଝିଅର ବାପା-ମାଆ ସହିତ ପୁଅ ଓ ତା’ର ବାପା-ମାଆ ଅପେକ୍ଷା କରିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *