‘ମୋ ବସ’ ରେ ଝିଅଟି ସହ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…ଝିଅଟି କଣ କହୁଛି ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରୀ ଜଣକ କହିଛନ୍ତି ଯେ ମୋ ମା’ ଙ୍କର ଚେକଅପ ନିମନ୍ତେ ମୁଁ ସମ ହସ୍ପିଟାଲ କୁ ଆସିଥିଲି । ଆମ୍ଭେ ଫାୟାର ଷ୍ଟେସନ ରେ ଓହ୍ଲାଇଲେ, ସେଠାରେ ମୋ ବସ ଲାଗିଥିଲା । ଏବଂ ସେଥିରେ ବହୁତ ଭିଡ ଥିଲା । ଆମ୍ଭେ ସେହି ମୋ ବସ ରେ ଚଢିଗଲୁ ଏବଂ ସେ ଝିଅ ଦୁଇଜଣ ଆମ୍ଭ ପଛରେ ଚଢିଲେ । ମୁଁ ମୋ ବ୍ୟାଗ କୁ ଏହିଭଳି ଭାବରେ ଧରିଥିଲି ଏବଂ ରେଣ୍ଟାଲ ପାଖରେ ସେହି ଦୁଇଟି ଝିଅ ହଡବଡ ହୋଇ ଓହ୍ଲାଇଛନ୍ତି ।

ମାତ୍ର ଆମ୍ଭେ ଭାବିଲୁ ଯେ ବସ ଛାଡିଦେଲାଣି ତ ସେଥିପାଇଁ ବୋଧ ହୁଏ ସେମାନେ ଜଲ୍ଦି ଜଲ୍ଦି ଓହ୍ଲାଇ ଗଲେ । ଯେତେବେଳେ କଣ୍ଡକ୍ଟର ପଇସା ମାଗିଲେ ମୋ ପାଖରେ ପଇସା ଥିଲା ମୁଁ ପର୍ସ ଖୋଲି ଦେଖିଲା ବେଳକୁ ମୋର ପର୍ସର ଦୁଇଟି ଯାକ ଚେନ ଖୋଲା । ଏହାପରେ ଯୁବତୀ ଜଣଙ୍କ ନିଜ ମା’ ଙ୍କୁ କହିଲେ ଯେ ତୁ ଓହ୍ଲାଇ ପଡ । ଯୁବତୀ ଙ୍କ ମା’ ଙ୍କ ଦେହ ବହୁତ ଅସୁସ୍ଥ ଥିବାରୁ ସେ କାନ୍ଦିବାକୁ ଲାଗିଲେ ।

ଏହାପରେ ଯୁବତୀ ନିଜ ମା ଙ୍କୁ କହିଲେ ବ୍ୟସ୍ତ ହନି ସେ ଦୁଇ ଝିଅ ଅଧିକ ଦୂର ଯାଇ ନଥିବେ ମୁଁ ଯାଇ ଦେଖୁଛି । ଏହାପରେ ଯୁବତୀ ଜଣକ ଦୁଇ ଝିଅ କଥା ରାସ୍ତା ରେ ପଚାରି ପଚାରି ଗଲେ । ରାସ୍ତାରେ ଥିବା ଜଣେ ବ୍ୟକ୍ତି କହିଲେ ଯେ ସେ ଝିଅ ଏଇ ଆଗକୁ ଯାଇଛନ୍ତି । ଏଇଠି ବର୍ତ୍ତମାନ ଥିଲେ ।

ଯୁବତୀ ଜଣଙ୍କ ଆଉ ଏକ ବ୍ୟକ୍ତି ଙ୍କୁ ସମସ୍ତ କଥା କହି ତାଙ୍କୁ ଲିଫ୍ଟ ମାଗି ତାଙ୍କ ସହିତ ଗଲେ ଏବଂ ସେ ବ୍ୟକ୍ତି ଜଣକ ମଧ୍ୟ ବହୁତ ଦୃତ ଗତିରେ ଗାଡି ଚଳାଇ ଯୁବତୀ ଙ୍କ ସହିତ ଗଲେ । ଗଲା ବେଳକୁ ଉଭୟ ଝିଅ ମିଶି ୫୦୦ ଟଙ୍କିଆ ନୋଟ ଗଣୁଥିଲେ । ଏହା ପରେ ଯୁବତୀ ଜଣକ ଝିଅ ଦୁଇଟି ଙ୍କୁ ଧରିଲେ ।

ଯୁବତୀ କହିଛନ୍ତି ଯେ ମା’ ଙ୍କ ଦେହ ଅସୁସ୍ଥ ଏବଂ ଏହା ମୋ ବାପା ଙ୍କର ଝାଳ ବୁହା ଟଙ୍କା ଥିଲା ଏଭଳି ଏତେ କମ ବୟସରୁ ଚୋରୀ କରିବା ଠିକ ନୁହେଁ । ଉଭୟଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା କଥା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *