“ଜୀବନ ସଂଗ୍ରାମରେ ଲଢ଼ିବାକୁ କହୁଥିବା ମଣିଷ ଆଜି ଚାଲିଗଲା, ସେ ଜଣେ…’ ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରଶୀଥ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ କିଛି ସମୟ ତଳେ ରାଇମୋହନ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କର ଜଣେ ସମ୍ପର୍କୀୟ ନିଜର ବୟାନ ଗଣମାଧ୍ୟମ ସାମ୍ନାରେ ଦେଇଛନ୍ତି ।

ତାଙ୍କର କହିବା ମୁତାବକ-‘ଆମର ସିନେମା ଇଣ୍ଡଷ୍ଟ୍ରିର କଣ ହେଇଛି ମୁଁ ଜାଣି ପାରୁନି ଆମ ଓଡିଆ ଇଣ୍ଡଷ୍ଟ୍ରି ଆଉ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାର ଗୋଟେ ପରେ ଗୋଟେ ମୃତ୍ୟୁ ବରଣ କରୁଛନ୍ତି । ସେ ସୁସାଇଡ କେସକୁ ବହୁତ ଘୃଣା କରନ୍ତି । ସେ ନିଜେ ବି କୁହନ୍ତି ଆରେ ସୁସାଇଡ କାହିଁକି କରିବ ଯାହା ଅଛି ଲଢିବ । ତାଙ୍କର ମାନସିକ ଚାପ ନଥିଲା କି ଆର୍ଥିକ ଚାପ ନଥିଲା ।

ସେ ସିନେମା କରିଲେ କେବଳ ବଞ୍ଚି ପାରିବେ ସେମିତି ନୁହେଁ । ନା ପାରିବାରିକ କଳହ ଥିଲା କିଛି ବି ନଥିଲା । ସେ କିଛି ନ ହେଲେ ଗୋଟେ ଗୋଟେ ଜାଗାରେ ଗେଷ୍ଟ ହେଇ ଯାନ୍ତି 40-50 ହଜାର ହାତରେ ନେଇ ଆସନ୍ତି । ତାଙ୍କର ପଇସାର କୌଣସି ଅଭାବ ନଥିଲା । କଣ ପାଇଁ ଏମିତି ହେଇଛି କିଛି ବି ଜଣା ପଡୁନି ସେଇଟା କେବଳ ଭଗବାନଙ୍କୁ ଜଣା । ମୋତେ ସେ ସବୁବେଳେ କୁହନ୍ତି ଆମେ ଯେମିତି ବଞ୍ଚିଛେ ସେମିତି ବଞ୍ଚିବା ଆଉ ଆଗ ଭଳିଆ ସେନମା ନାହିଁ ଏବେ ଟିକେ ସିନେମା କମ ଆସିବ ।

ଆମେ ଯଦି ହେବ ସିରିଏଲ ଟିକେ କରିବା । ଆମେ ମିଶିକି ମଞ୍ଜରି ଟିଭିର ସିଂହଦ୍ଵାର ସିରିଏଲ କରିଥିଲୁ । ତାଙ୍କର କୌଣସି ଚିନ୍ତା ନଥିଲା ସେ କାହିଁକି ଏମିତି କରିଲେ ମୁଁ ବି ବୁଝି ପାରୁନି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାଇମୋହନଙ୍କ ସମ୍ପର୍କୀୟ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *