ଲିଭର ସିରୋସିସ୍ କଣ ? ଶରୀର ଦେଇଥାଏ କେଉଁ ସବୁ ସଂକେତ ? ଏଥିରୁ କିପରି ନିଜକୁ ବଞ୍ଚାଇବେ ? (Dr. Ashutosh Mohapatra)

ଦର୍ଶକ ବନ୍ଧୁ ଲିଭର ଶିରୋସିସ ରୋଗରେ ଆକ୍ରାନ୍ତ ହୋଇ ଅଭିନେତା ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ ହୋଇଛି । ତେବେ କଣ ଏହି ଲିଭର ଶିରୋସିସ ଏହାର ମୁଖ୍ୟତ ଲକ୍ଷଣ ସବୁ କଣ ରହିଛି ଆଉ କାରଣ ସବୁ କଣ ରହିଛି ଏବଂ କିଭଳି ଏକ ମାରାତ୍ମକ ରୋଗ ଠାରୁ ଆପଣ ଦୂରେଇ ରହିବେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଦର୍ଶକ ବନ୍ଧୁ ଏହା ବିଷୟରେ ଜାଗୃତ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ କହିଛନ୍ତି-‘ଲିଭର ଶିରୋସିସରେ ଯେତେବେଳେ ଶେଷ ସ୍ଟେଜ ହେଇଯାଏ ବା ସାଧାରଣ ଭାବରେ କହିବାକୁ ଗଲେ ଯେତେବେଳେ ଆଡଭାନ୍ସ ଶିରୋସିସ ହେଇଯିବ ସେତେବେଳେ ପେଟରେ ପାଣି ଯମେ, ଜଣ୍ଡିସ ହୁଏ, ପାଦ ଫୁଲେ, ଭୋକ ଲାଗିବା କମିଯିବ, ବାନ୍ତି ଲାଗିବ ଏହୁଡାକ ସବୁ ଆଡଭାନ୍ସ ଶିରୋସିସର ଲକ୍ଷଣ ।

ଯଦି ଲିଭର ଟ୍ରାନ୍ସପ୍ଳାଣ୍ଟ ହେବା ପୂର୍ବରୁ ଆପଣଙ୍କ ପେଟରେ ପାଣି ଯମୁଛି ଏବଂ ପାଣିରେ ଇନଫେକସନ ହେଇଛି ବା ରକ୍ତ ବାନ୍ତି ହେଉଛି କଳା ଝାଡା ହେଉଛି ଆଉ ଜଣ୍ଡିସ ହେଉଛି ଯଦି ଏସବୁ ଲକ୍ଷଣ ଆପଣଙ୍କର ରହିଛି ତା ହେଲେ 50 ପ୍ରତିଶତ ଲୋକଙ୍କର ମୃତ୍ୟୁ ମାତ୍ର 2 ବର୍ଷ ମଧ୍ୟରେ ହେଇଯାଏ । ତେବେ ଏଆର୍ଲି ସ୍ଟେଜ ଲିଭର ଶିରୋସିସ ଆପଣଙ୍କୁ ବେଳେବେଳେ ରୁଟିନ ଚେକ ଅପ୍ ରେ ଜଣା ପଡି ଥାଏ ।

ଆପଣଙ୍କର କିଛି ଲକ୍ଷଣ ନଥିବ ଆପଣ ଅଲ୍ଟ୍ରା ସାଉଣ୍ଡ କରିବେ ଅଲ୍ଟ୍ରା ସାଉଣ୍ଡରେ ଆପଣଙ୍କୁ ଡାକ୍ତର କହିବେ ଆପଣଙ୍କ ଲିଭର କେମିତି ଅଛି । ସାଧାରଣତଃ ଆଡଭାନ୍ସ ସ୍ଟେଜ ଲିଭର ଶିରୋସିସରେ ଡାକ୍ତର ଲିଭର ଟ୍ରାନ୍ସପ୍ଳାଣ୍ଟ କରିବାକୁ ପରାମର୍ଶ ଦେଇଥାନ୍ତି । ଏଆର୍ଲି ସ୍ଟେଜରେ ଯଦି ଆପଣ ଅଛନ୍ତି ତା ହେଲେ ଡାକ୍ତରଙ୍କ ପରାମର୍ଶକୁ ଆରୁ ପର୍ଯ୍ୟନ୍ତ ମାନିବା ଦରକାର । ଆପଣ ପ୍ରତି ମାସ ଡାକ୍ତରଙ୍କ ପାଖକୁ ଯାଇ ଚେକ ଅପ୍ କରେଇବେ ଆଉ ମେଡ଼ିସିନ ଖାଇବେ ତା ହେଲେ ଆପଣଙ୍କ ଲିଭର ଠିକ ହେଇଯିବ ।

ଯଦି ଆପଣ ମଦ ପିଉଛନ୍ତି ତା ହେଲେ ତୁରନ୍ତ ବନ୍ଦ କରନ୍ତୁ । ହେଲେ ଲୋକ ପଚାରିବେ ଆମେ ଡାଏଇଟ କଣ କରିବା ଆରେ ଆପଣ ଆଗେ ମଦ ସିଗାରେଟ ତ ବନ୍ଦ କରନ୍ତୁ ଡାଏଟ କଥା ପରେ ବୁଝିବା । ଆଗେ ମଦ ସିଗାରେଟ ଖାଇବେ ତା ପରେ କହିବେ ଆମେ ଚିକେନ ମଟନ ବନ୍ଦ କରି ଦେଉଛୁ ତାର ମାନେ କଣ କିଛି ଲାଭ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *