ନିକୀଙ୍କ ପ୍ରାଇଭେଟ୍ ଗାର୍ଡ ! ବାପାଙ୍କ ମୃତ୍ୟୁ ପରେ ପ୍ରାଇଭେଟ୍ ଗାର୍ଡ ରଖିଛନ୍ତି ନବ ଦାସଙ୍କ ଝିଅ Dipali, ଦେଖନ୍ତୁ ଏମାନେ କିପରି କରୁଛନ୍ତି ସୁରକ୍ଷା

ବାପାଙ୍କ ହତୟଆ ପରେ ସତର୍କତା ଅବଲମ୍ୱନ କରୁଛନ୍ତି ନିକୀ… ନବ ଦାସଙ୍କ ଝିଅ ରଖିଛନ୍ତି ପ୍ରାଇଭେଟ୍ ଗାର୍ଡ । ସଦାବେଳେ ପାଖେପାଖେ ରହୁଛନ୍ତି ବନ୍ଧୁକଧାରୀ ସୁରକ୍ଷାକର୍ମୀ । ବୁଲାବୁଲି କରୁଛନ୍ତି, କିନ୍ତୁ ନିଜ ସୁରକ୍ଷା ନେଇ ସତର୍କ ଅଛନ୍ତି । ନବ ତାଙ୍କୁ କରିଥିଲେ ନିଜର ରାଜନୈତିକ ଉତ୍ତରାଧିକାରୀ । ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଆପଣାର କରୁଛନ୍ତି ଦୀପାଳି । ନିଜ ବାପାଙ୍କୁ ହରେଇବାର ଦୁଃଖକୁ ନିଜ ମନ ଭିତରେ ରଖି ସମାଜସେବାରେ ଲାଗି ପଡିଛନ୍ତି ଦୀପାଳି ।

ନବ ଦାସଙ୍କ କ୍ରିୟା କର୍ମ ସାରିବା ପରେ ନିକୀ ଏବେ ନିର୍ବାଚନ ମଣ୍ଡଳୀ ବୁଲିବା ଆରମ୍ଭ କରିଛନ୍ତି । ବାପାଙ୍କ ମୃତ୍ୟୁ ପରେ କେଉଁଠି ସେ ଆମ୍ବୁଲାନ୍ସ ଦାନ କରୁଛନ୍ତି ତ ଆଉ କେଉଁଠି ଯାଇ ନାମ ଯୋଗ୍ୟରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି । ତେବେ ସବୁଠାରୁ ବଡ କଥା ହେଲା ନିକୀ ଆଉ ଆଗ ଭଳି ଏକା ଏକା ବୁଲୁ ନାହାନ୍ତି ତାଙ୍କ ସାଥିରେ ରହୁଛନ୍ତି ବନ୍ଧୁକ ଧାଡ଼ି ପ୍ରାଇଭେଟ୍ ଗାର୍ଡ ।

ସେ ନିଜ ଖର୍ଚ୍ଚରେ ନିଜ ପାଇଁ ତିଆରି କରିଛନ୍ତି ଏକ ବ୍ୟକ୍ତିଗତ ସୁରକ୍ଷା ତାଙ୍କ ବାପାଙ୍କୁ ଯେଉଁ ଭଳି ଭାବରେ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ହତୟଆ କଲା ସେହି କାରଣରୁ ବୋଧ ହୁଏ ନିକୀ ନିଜ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଛଡା ଆଉ କାହାକୁ ବିଶ୍ଵାସ କରୁ ନାହାନ୍ତି । ବଞ୍ଚି ଥିବା ଅବସ୍ଥାରେ ସ୍ଵର୍ଗତ ନବ ଦାସ ଝିଅ ଦୀପାଳିକୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ଗାଇଡ କରୁଥିଲେ ।

ପଦ୍ମପୁର ଉପ ନିର୍ବାଚନ ବେଳେ ଉଭୟ ବାପ-ଝିଅ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିଲେ । ସେହି ସମାନ ଦୃଶ୍ୟ ଦେଖିବାକୁ ମିଳି ଥିବା ବ୍ରଜରାଜ ନଗର ଉପ ନିର୍ବାଚନ ବେଳେ ନବ ନିଜ ପୁଅ ବିଶାଳକୁ ବ୍ୟବସାୟ ଏବଂ ଝିଅକୁ ରାଜନୀତି କ୍ଷେତ୍ରରେ ଆଣିବା ପାଇଁ ଚାହୁଁ ଥିଲେ । ତେବେ ନବଙ୍କ ମୃତ୍ୟୁ ପରେ କେତେବେଳେ ବି ଝାରସୁଗୁଡା ଉପ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

 

ନିକୀ ଯେଉଁ ଭଳି ଭାବରେ ବୁଲା ବୁଲି କରୁଛନ୍ତି ବିଜେଡି ଏଥର ସେଠାରୁ ତାଙ୍କୁ ପ୍ରାର୍ଥୀ କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ଦିବଙ୍ଗିତ ନେତାଙ୍କ ପରିବାରକୁ ଟିକେଟ ଦେବା ବିଜେଡିର ଏକ ପରମ୍ପରା ରହିଛି । ଏହା ଛଡା ନିଜ ବାପାଙ୍କୁ ପୋଲିସ guli କରି ମାରିବା ସତ୍ବେ ଦୀପାଳି ପୋଲିସ କିମ୍ବା ପ୍ରଶାସନ ବିରୋଧରେ ପଦ ଟିଏ କହୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *