ଭୁବନେଶ୍ଵର Hotel Mayfair ରେ ଖେଳାଳୀଙ୍କୁ ଭବ୍ୟ ସ୍ଵାଗତ, ଜମିଲା କ୍ରିକେଟ ପ୍ରେମୀଙ୍କ ଭିଡ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆସନ୍ତା 12 ତାରିଖ ରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ମ୍ୟାଚ ପାଇଁ ଉଭୟ ଦଳ 10 ତାରିଖ ସକାଳେ ଭୁବନେଶ୍ଵରରେ ଆସି ପହଞ୍ଚିଛନ୍ତି । ଉଭୟ ଦଳକୁ ଅତି ସୁନ୍ଦର ଭାବେ ଭବ୍ୟ ସ୍ଵାଗତ କରଯାଇଥିଲା । ଓଡିଶା ର ଲୋକ ସଙ୍ଗୀତ ସାଙ୍ଗକୁ ଖେଳାଳୀ ମାନଙ୍କ ସ୍ଵାଗତ ବେସ ମନଲୋଭା ଥିଲା । ସମୁଦାୟ ଦୁଇଟି ବସ ରେ ଖେଳାଳୀ ମାନେ ଆସି ଭୁବନେଶ୍ଵର ର ମେଫେୟାର ରେ ପହଞ୍ଚିଥିଲେ ।

ଘୋଡା ନାଚ ସାଙ୍ଗକୁ ଶଙ୍ଖର ଧ୍ୱନି ରେ ସମସ୍ତେ ମୁଗ୍ଧ ଥିଲେ । ସାଉଥ ଆଫ୍ରିକା ଙ୍କ ଖେଳାଳୀ ନିମନ୍ତେ ଏହି ଦୃଶ୍ୟ ଅଧିକ ମନଲୋଭା ଥିଲା । ଗତ ଖେଳରେ ଚମତ୍କାର ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକା ଖେଳାଳି ଏହି ସ୍ଵାଗତ ଦେଖି ଅତି ଖୁସି ହୋଇଥିଲେ । ଭୁବନେଶ୍ବରରେ ଥିବା ମେଫାୟାର ହୋଟେଲରେ ଉଭୟ ଦଳ ବିଶ୍ରାମ କରିବା ପରେ କଟକକୁ ଯାଇ ଅଭ୍ୟାସ କରିବେ ।

ଭାରତୀୟ ଦଳରେ ତାରକା ଖେଳାଳିଙ୍କ ଅଭାବ ରହିଥିବା ସତ୍ଵେ ଭାରତ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିଲା । ମାତ୍ର ଦକ୍ଷିଣ ଆଫ୍ରିକାର ଉତ୍ତମ ପ୍ରଦର୍ଶନ ଯୋଗୁଁ ପରାଜୟ ସ୍ଵୀକାର କରିବାକୁ ପଡିଥିଲା । ଚେହେଲ ପୁଷ୍ପ ଗୁଛ ଧରି ହାତ ହଲାଇ ସମସ୍ତଙ୍କ ଅଭିନନ୍ଦନ ଙ୍କୁ ଖୁସି ରେ ଗ୍ରହଣ କରିଥିଲେ । ତେବେ ସେ ଭାରତୀୟ ଟିମ ରେ ସବୁଠାରୁ ଅଧିକ ୱିକେଟ ନେଇଥିଲେ । ତେଜ ବଲର ଭୁବନେଶ୍ଵର କୁମାର ମଧ୍ୟ ହୋଟେଲ ରେ ପହଞ୍ଚି ବହୁତ ଖୁସି ହୋଇଥିଲେ ।

ଆୱେସ ଖାନ ଙ୍କ ସମେତ ସମସ୍ତଙ୍କୁ ସ୍ଵାଗତ କରାଯାଇଥିଲା । ଭାରତୀୟ ଖେଳାଳୀ ଋଷଭ ପଣ୍ଟ ଙ୍କୁ ମଧ୍ୟ ସ୍ଵାଗତ କରାଯାଇଥିଲା । ତେବେ ଭୁବନେଶ୍ବର ବିମାନ ବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଛିଡା ହୋଇଥିଲେ ଶହ ଶହ କ୍ରିକେଟ ପ୍ରେମୀ ଯେ କେତେବେଳେ ଆସି ପହଞ୍ଚିବେ ଖେଳାଳୀ ?

ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଥିଲା ଠିକ ୧.୩୦ ରେ । ବିମାନ ବନ୍ଦରରେ ପହଞ୍ଚିବା ପରେ ଦୁଇଟି ସ୍ଵତନ୍ତ୍ର ବସ ରେ ମେଫାୟାର ହୋଟେଲ କୁ ବାହାରିଥିଲେ କ୍ରିକେଟ ପ୍ରେମୀ । ପ୍ରିୟ ଖେଳାଳୀ ଙ୍କ ଟିକିଏ ଝଲକ ନିମନ୍ତେ ଉତଫୁଲିତ ଥିଲେ ଫ୍ୟାନ୍ସ ମାନେ । ଫ୍ୟାନ୍ସ ମାନେ କହିଥିଲେ ଯେ ଆମ୍ଭେ ବହୁତ ସମୟ ଧରି ଅପେକ୍ଷା କରିଥିଲୁ ଚହଲ ଙ୍କୁ ଦେଖିବା ପାଇଁ ପୋଲିସ ପ୍ରଶାସନ ଆମ୍ଭକୁ ଦେଖିବାକୁ ଛାଡିଥିବାରୁ ଆମ୍ଭେ ସେମାନଙ୍କୁ ଧନ୍ୟବାଦ ଦେଉଅଛୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *