ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ଗ୍ୟାସ ବା ପେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଗ୍ୟାସ ସମସ୍ୟା ଭୁଲ ଖାଦ୍ୟ ପେୟ ଓ ଭୁଲ ଜୀବନ ଶୈଳୀ ହେତୁ ହୋଇଥାଏ । ତେବେ ବନ୍ଧୁଗଣ ଗ୍ୟାସ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଉପଚାର କରିଥାନ୍ତି ହେଲେ ସେମାନଙ୍କୁ କୌଣସି ସଠିକ ଫଳ ମିଳି ନଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇବା ଦ୍ଵାରା ଆପଣ ମାନଙ୍କ ଗ୍ୟାସ ସମସ୍ୟା ଦୂର ହୋଇଯିବ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗ୍ୟାସ ହେଉଛି ଏକ ପ୍ରକାରର କ୍ରନିକ ଡିଜିଜ । ସାଧାରଣତଃ ଆମ ମାନଙ୍କ ଜ୍ଵର, ଥଣ୍ଡା ବା ଝାଡା ହେଲେ ଆମର କିଛି ଲାଭ ହୋଇଥାଏ । ଏ ସବୁ ରୋଗ ମାତ୍ର କିଛି ଦିନ ପର୍ଯ୍ୟନ୍ତ ରହିଥାଏ ଓ ଆମ ଦେହରେ ଥିବା ଟକସିନ ଓ ମଲା ଟିଷୁ ଗୁଡିକୁ ବାହାର କରିଥାଏ । ହେଲେ ଡାଇବେଟିସ, କୋଲେଷ୍ଟ୍ରୋଲ ଓ ଗ୍ୟାସ ହେଉଛି କ୍ରନିକ ଡିଜିଜ ।
ଏହା ଆମ ଦେହରେ ଆଜୀବନ ରହିଥାଏ ଆମେ ଏହାକୁ ଦୂର କରିପାରିବା ନାହିଁ ହେଲେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା । କିନ୍ତୁ ଯଦି ଦୁଇ ତିନି ଦିନ ଗ୍ୟାସ ହେଲା ଓ ପଳେଇଲା ତା ହେଲେ ଠିକ ଅଛି ହେଲେ ଯଦି ଗ୍ୟାସ ରହିବ ତା ହେଲେ ଆମକୁ ଗ୍ୟାସ କଣ୍ଟ୍ରୋଲ କରିବାକୁ ପଡିବ । ଗ୍ୟାସ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ କିଛି ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ।
ଆମକୁ ସବୁଦିନ ସକାଳୁ ଉଠି ଏକ ଗ୍ଳାସ ପାଣି ପିଇବା ଉଚିତ । ଖରାବେଳେ ଫ୍ରେସ ଦହି ଖାଇବା ଦହି ଆମ ହଜମ ପ୍ରକ୍ରିୟାକୁ ଭଲ କରିବ । ରାତିରେ ଖାଦ୍ୟ ଖାଇବା ପରେ ଅଧିକ ପାଣି ପିଇବେ । ଏହା ସହିତ ଆପଣ ମାନେ ଚିନ୍ତା ମୁକ୍ତ ରହିବା ନିହାତି ଆବଶ୍ୟକ । ଷ୍ଟ୍ରେସ ଆମ ସବୁ ପ୍ରକାରର ହରମୋନକୁ ଇନବାଲାନ୍ସ କରୁଛି । ଆମକୁ ଭଲ ନିଦ ନିହାତି ଆବଶ୍ୟକ ।
ଯଦି ଆମେ ରାତିରେ ଚିନ୍ତାରେ ରହିବା ଶୋଇବା ନାହିଁ ତା ହେଲେ ଆମ ଶରୀରର ହରମୋନ ଇନବାଲାନ୍ସ ହେବ ଏହାଦ୍ଵାରା ଆମ ହଜମ ପ୍ରକ୍ରିୟା ଠିକ ଭାବରେ ହୋଇପାରିବ ନାହିଁ । ତେଣୁ ଆପଣ ମାନଙ୍କୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଆମକୁ ସକାଳେ ଉଠି ବାୟାମ ଓ ଯୋଗ ଆଦି କରିବା ନିହାତି ଜରୁରୀ । ସକାଳେ ଆଲକା ଲାଇନ ଖାଦ୍ୟ ଖାଇବା, ଖରା ବେଳେ ଅଧିକ କ୍ୟାଲେରୀ ଖାଦ୍ୟ ଓ ରାତିରେ ହାଲ୍କା ଖାଦ୍ୟ ଖାଇବା ଉଚିତ ।
ଏହା ସହିତ ଆପଣ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ ନିଶ୍ଚିତ ଜଣାଇବେ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।