ପିରିୟଡ୍ସ ବେଳେ କେମିତି ରହିବେ ସଫା ସୁତରା ? Dr Lipika Moharana

ନମସ୍କାର ବନ୍ଧୁଗଣ ତେବେ ପିରିୟଡସ୍ ବା ଋତୁସ୍ରାବ ବେଳେ ସଫାସୁତୁରା ରହିବା ନିହାତି ଆବଶ୍ୟକ । ନଚେତ ଏହା ବିଭିନ୍ନ ପ୍ରକାରର ରୋଗ ଓ ସଂକ୍ରମଣର କାରଣ ହୋଇପାରେ । ତେଣୁ ଏନେଇ ପ୍ରତ୍ଯେକ ମହିଳା ସଚେତନ ହେବା ଜରୁରୀ । ଯଦି କୌଣସି ସମସ୍ଯା ଅନେକ ଦିନ ଧରି ଲାଗି ରହୁଛି ତେବେ ତାହାକୁ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ଟୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣାଙ୍କ ଠାରୁ କି ପିରିୟଡସ୍ ବେଳେ କେମିତି ସ୍ବଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବେ।


ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଆମେ ପ୍ରତିଦିନ ଦାନ୍ତ ଘଷିବା ଯେତେ ଜରୁରୀ ଋତୁସ୍ରାବ ବେଳେ ନିଜକୁ ସଫାସୁତୁରା ରଖିବା ମଧ୍ୟ ସେତେ ଜରୁରୀ । ଆଜିନି ଅନେକ ମହିଳା ମାନେ ଏହି ବିଷୟରେ କଥା ହେବା ପାଇଁ ଲାଜ କରନ୍ତି । କିନ୍ତୁ ବୁଝିବା ଦରକାର ଯେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଓ ଏହାକୁ ନେଇ କଥା ହେବା ପାଇଁ ବା ନିଜ ସମସ୍ଯା ବିଷୟରେ ଜଣାଇବା ପାଇଁ କୁଣ୍ଠାବୋଧ କରିବା ଅନୁଚିତ । ପ୍ରତ୍ଯେକ ମହିଳା ବୁଝିବା ଦରକାର କି ଆମ ପରିସ୍ରା ଜାଗା ଏବଂ ଋତୁସ୍ରାବ ହେଉଥିବା ଜାଗା ବହୁତ ପାଖାପାଖି ରହିଛନ୍ତି।

ତେଣୁ ଏହି ଦୁଇଟି ମଧ୍ୟରୁ ଗୋଟିଏ ସଂକ୍ରମିତ ହେଲେ ଅନ୍ଯଟି ଉପରେ ଏହାର ପ୍ରଭାବ ପଡିଥାଏ । ତେଣୁ ଯଦି ଋତୁସ୍ରାବ ସମୟରେ ସ୍ବଚ୍ଛ ରହିବେ ତେବେ ୟୁରିନ ଇନଫେକ୍ସନ ହେବାର ବହୁମାତ୍ରାରେ ସମ୍ଭାବନା କମିଯିବ । ଏହାସହ ଆମ ଋତୁସ୍ରାବରେ ମଧ୍ୟ କୌଣସି ଅସୁବିଧା ଦେଖାଦେବ ନାହିଁ । ବାରମ୍ବାର ସଂକ୍ରମଣ ହେଲେ ଏହା କ୍ୟାନ୍ସର ହେବାର ସମ୍ଭାବନାକୁ ବଢାଇଥାଏ । ତେଣୁ ପରିଷ୍କାର ରହିବା ଦ୍ଵାରା ସର୍ଭାଇକାଲ କ୍ୟାନ୍ସର ଆଶଙ୍କା ମଧ୍ୟ କମିଯାଏ।


ତେବେ ଋତୁସ୍ରାବ ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ପ୍ୟାଡକୁ ପିନ୍ଧିବା ମଧ୍ୟ ସଂକ୍ରମଣର କାରଣ ହୋଇଥାଏ । ତେଣୁ ରକ୍ତସ୍ରାବର ଫ୍ଲୋ କୁ ନଜରରେ ରଖି ୪ ରୁ ୬ ଘଣ୍ଟା ମଧ୍ୟରେ ନିୟମିତ ବ୍ଯବଧାନରେ ପ୍ୟାଡ ବଦଳାଇବା ମଧ୍ୟ ଜରୁରୀ ଅଟେ । ସେହିପରି ପ୍ୟାଡ ଫିଙ୍ଗିବା ବେଳେ ମଧ୍ୟ ଖୋଲାରେ ଫୋପାଡିବା ଉଚିତ ନୁହେଁ । ଏ

ହାଦ୍ବାରା ଦୁର୍ଗନ୍ଧ ଏବଂ ମଶା ମାଛି ଆଦି ହୋଇ ପରିବେଶ ମଧ୍ୟ ଦୂଷିତ ହୁଏ । ଏହାର ପ୍ରଭାବ ଆସି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡେ । ଏହା ଯୋଗୁଁ ହେପାଟାଇଟିସ- ବି ଓ ସି ମଧ୍ୟ ବ୍ୟାପିବାର ଦେଖା ଯାଇଛି ।ତେବେ ସବୁବେଳେ କପଡା ପ୍ୟାଡ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ବଜାରରେ ମିଳୁଥିବା ଅନେକ ପ୍ଲାଷ୍ଟିକ ପ୍ୟାଡ କ୍ୟାନ୍ସରର କାରଣ ହେଉଥିବାର ଦେଖିବାକୁ ମିଳିଛି ।

ସାଧାରଣତଃ ସମସ୍ତେ ପ୍ୟାଡକୁ ଫୋପାଡିବା ପରେ ହାତ ଧୋଇଥାନ୍ତି, କିନ୍ତୁ ଏହା ପୂର୍ବରୁ ହାତ ଧୋଇବା ଆବଶ୍ୟକ । ଯଦି ଋତୁସ୍ରାବ ଜନିତ କୌଣସି ସମସ୍ଯା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବ ଆବଶ୍ୟକ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *