କେମିତି ସୁସ୍ଥ ରହିବ Liver, Kideny ଓ Heart ? ନିଶ୍ଚୟ ଜାଣି ରଖନ୍ତୁ ! Health Tips

ଲିଭର ଆମ ଶରୀରର ମୁଖ୍ୟ ଅଙ୍ଗ ଅଟେ । ଯଦି ଆପଣ ସୁସ୍ଥ ଓ ଦୀର୍ଘଜୀବୀ ହେବାକୁ ଚାହୁଁଛନ୍ତି ତେବେ ଲିଭରକୁ ସୁସ୍ଥ ରଖନ୍ତୁ । ଲିଭରକୁ ସୁସ୍ଥ ରଖିବା ପାଇଁ ଆପଣ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଯେମିତି କି ଅଧିକ ତେଲ ଦ୍ଵାରା ତିଆରି ଖାଦ୍ୟ ଓ ଯେଉଁ ଖାଦ୍ୟ ଖାଇଲେ ଆମେ ମୋଟା ହୋଇ ପାରିବା ସେହି ସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଆପଣ ସର୍ବଦା ସୁସ୍ଥ ଶରୀର ପାଇଁ ସବୁଜ ପନିପରିବା, ମାଛ, ଦହି, କଫି ଖାଆନ୍ତୁ ।

ଯଦି ଆପଣ ସବୁଦିନ ବ୍ୟାୟମ ଓ ଯୋଗ କରିବେ ତେବେ ଲିଭରକୁ ସୁସ୍ଥ ରଖି ପାରିବେ । ହାଇଟ ଅନୁସାରେ ନିଜର ଓଜନକୁ ସ୍ଥିର ରଖନ୍ତୁ । ଅର୍ଥାତ ଫିଟ ରୁହନ୍ତୁ । ମଦ୍ୟପାନ ଠାରୁ ଦୂରେଇ ରହିଲେ ହିଁ ଆପଣ ନିଜର ଲିଭରକୁ ସୁସ୍ଥ ରଖି ପାରିବେ । ଯଦି କିଡନୀ ବିଷୟରେ କହିବୁ ତେବେ ଏହା ବି ଆମ ଶରୀରର ମୁଖ୍ୟ ଅଙ୍ଗ । ଆମ ଶରୀରରେ ଦୁଇଟି କିଡନୀ ପିଠି ପାର୍ଶ୍ଵରେ ମେରୁଦଣ୍ଡର ଦୁଇ ପାର୍ଶ୍ଵରେ ଥାଏ ।

କିଡନୀ ଆମ ଶରୀରରେ ଫିଲଟର ଭଳି କାମ କରିଥାଏ । କହିବାକୁ ଗଲେ ଆମ ଯାହା ବି ଖାଦ୍ୟ ସେବନ କରୁ ସେଥି ମଧ୍ୟରୁ ଯାହା ସବୁ ଦରକାରୀ ଜିନିଷକୁ ଆମ ଶରୀରରେ ରହିଯାଏ ଓ ଅନ୍ୟ ସବୁ ଅଦରକାରୀ ଜିନିଷ ଗୁଡିକୁ କିଡନୀ ବାହାରକୁ ବାହାର କରିଦିଏ । କହିଦେଉଛୁ କି ଅତ୍ୟଧିକ ପାଣି ପିଇବା ବି ଭଲ ନୁହେଁ ।

ଦିନକୁ ଆପଣ ୧୦ ରୁ ୧୨ ଗ୍ଳାସ ଅର୍ଥାତ ୨.୫ ରୁ ୩ ଲିଟର ପାଣି ପିଇବା ଉଚିତ । ଖାଦ୍ୟ ପ୍ରତି ସଜାଗ ରହିବାକୁ ପଡିବ । ଯେମିତି କି ପ୍ୟାକେଟ ଫୁଡ ଖାଆନ୍ତୁ ନାହିଁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ମେଡିସନ ଖାଆନ୍ତୁ ନାହିଁ । ସବୁବେଳେ ସତେଜ ଖାଦ୍ୟ ସେବନ କରନ୍ତୁ ।

ଯଦି ହୃଦଘାତ ବିଷୟରେ କଥାବାର୍ତ୍ତା କରିବା ତେବେ ଏହା ବି ଆଜିକାଲି ଏକ ବଡ ସମସ୍ୟା ହୋଇ ଯାଇଛି । କହିବାକୁ ଗଲେ ସଠିକ ସମୟରେ ଓ ସଠିକ ଖାଦ୍ୟ ର ସେବନ ନ କରିବା ଦ୍ଵାରା, ଏକ୍ସରସାଇଜ ନ କରିବା କାରଣରୁ, ଡାଏବେଟିସ ଅଧିକ ବଢିଯିବା କାରଣରୁ, ଅଧିକ ଟେନସନରେ ରହିବା କାରଣରୁ ହୃଦଘାତ ଭଳି ସମସ୍ୟା ନଜର ଆସିଥାଏ । କହିବାକୁ ଗଲେ ଖରାପ ଜୀବନଶୈଳୀ ଯୋଗୁ ହୃଦଘାତ ଓ ନାନା ପ୍ରକାରର ସମସ୍ୟା ସାମ୍ନାକୁ ଆସିଥାଏ ।

ଆମେ ଆଜିକାଲି ଯେଉଁ ସଉ ଖାଦ୍ୟ ସେବନ କରୁଛୁ ସେ ଗୁଡିକ ସନ୍ତୁଳିତ ଖାଦ୍ୟ ନୁହେଁ । ବର୍ତ୍ତମାନ ସମୟରେ ଲୋକମାନେ ଅଧିକ ତେଲ ଦ୍ଵାରା ତିଆରି ଖାଦ୍ୟକୁ ସେବନ କରିବାକୁ ପସନ୍ଦ କରୁଛନ୍ତି । ସଠିକ ଜୀବନ ଶୈଳୀ ଓ ବ୍ୟାୟମ ଯୋଗ ଇତ୍ୟାଦି କରିବା ଦ୍ଵାରା ଓ ସନ୍ତୁଳିତ ଖାଦ୍ୟ ସେବନ କରିବା ଦ୍ଵାରା ହିନ ଆପଣ ସମସ୍ତ ପ୍ରକାରର ରୋଗରୁ ବଞ୍ଚି ପାରିବେ ।

ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *