ଯେତେବେଳେ Arun Govil ଙ୍କୁ ସତ ସତିକା ରାମ ବୋଲି ଭାବିବାକୁ ଲାଗିଲେ ମହିଳା, ପଦ ତଳେ ନିଜ ପିଲାକୁ ରଖି କହିଲେ,’ହେ ପ୍ରଭୁ ! ୟାକୁ…’

ନମସ୍କାର ବନ୍ଧୁଗଣ ତେବେ ରାମାନନ୍ଦ ସାଗରଙ୍କ ରାମାୟଣ କୁ କିଏ ନ ଜାଣିଛି । ସେତେବେଳ ସମୟରେ ଘରେ ଘରେ କେବଳ ରାମାୟଣ ର ଗୁଣ ଗାନ କରା ଯାଉଥିଲା । ଲୋକମାନେ ରାମାୟଣ ଦେଖିବା ପାଇଁ ଅନ୍ୟ ମାନଙ୍କ ଘରେ ଜଗି ବସୁଥିଲେ । ରାମାୟଣ କୁ ବହୁତ ଭଲ ପାଉଥିଲେ । ଏବଂ ସେହି ଧାରାବାହିକ ସେ ସମୟର ଏକ ଲୋକ ପ୍ରିୟ ଏବଂ ପ୍ରସିଦ୍ଧ ଧାରା ବାହିକ ଥିଲା । ଲୋକ ମାନେ ରାମାୟଣ ଧାରାବାହିକ ରେ ଥିବା ସମସ୍ତ ଚରିତ୍ର ଶ୍ରୀ ରାମ , ମାତା ସୀତା , ଲକ୍ଷ୍ମଣ, ଭରତ,ହନୁମାନ, ରାବଣ ଆଦି ଚରିତ୍ର ରେ ଅଭିନୟ କରିଥିବା ଅଭିନେତା ମାନଂକୁ ସାକ୍ଷାତ ଈଶ୍ୱର ଙ୍କ ରୂପ କିମ୍ବା ଈଶ୍ୱର ହିଁ ଭାବୁ ଥିଲେ ।

ସେମାନଙ୍କ ର ପୂଜା ମଧ୍ୟ କରୁଥିଲେ । ସମସ୍ତ ଚରିତ୍ର ସମସ୍ତଙ୍କ ପସନ୍ଦ ମଧ୍ୟ ଥିଲା । ଆଜି ପର୍ଯ୍ୟନ୍ତ ମଧ୍ୟ ରାମାନନ୍ଦ ସାଗର ଙ୍କ ରାମାୟଣ କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଏହାର କ୍ରେଜ ଆଜି ପର୍ଯ୍ୟନ୍ତ ସେହି ଭଳି ବଜାୟ ରହିଛି । ଅନେକ ରାମାୟଣ ଧାରାବାହିକ ପ୍ରସ୍ତୁତ କରା ଯାଇଛି କିନ୍ତୁ ରାମାନନ୍ଦ ସାଗର ଙ୍କ ରାମାୟଣ ଧାରାବାହିକ ସବୁଠୁ ନିଆରା ଏବଂ ଅଲଗା । ବୃଦ୍ଧ ଙ୍କ ଠାରୁ ଆରମ୍ଭ କରି ଏହି ମର୍ଡନ ଯୁଗ ର ପିଲାମାନେ ମଧ୍ୟ ରାମାନନ୍ଦ ସାଗର ଙ୍କ ରାମାୟଣ କୁ ଖୁବ ପସନ୍ଦ କରନ୍ତି ଏବଂ ଖୁବ ଭଲ ମଧ୍ୟ ପାଆନ୍ତି ।

ତେବେ ସବୁଠାରୁ ଅଧିକ ଯେଉଁ ଚରିତ୍ରକୁ ଭଲ ପାଇବା ମିଳିଥିଲା ସେ ହେଉଛି ଶ୍ରୀରାମ ଙ୍କ ଚରିତ୍ର । ତେବେ ଏହି ଚରିତ୍ର ରେ ଅଭିନୟ କରିଥିଲେ ଅଭିନେତା ଅରୁଣ ଗୋବିଲ । ତେବେ ରାମାୟଣରେ ଅଭିନୀତ ସମସ୍ତ ପାତ୍ରକୁ ଆଜି ବି ଲୋକମାନେ ମନେ ରଖିଛନ୍ତି । ୧୯୮୭ରେ ପ୍ରଥମ ଥର ଟିଭିରେ ପ୍ରସାରିତ କରାଯାଉଥିବା ରାମାୟଣ ସହିତ ହିଁ ରାମ ଓ ସୀତାଙ୍କ କିରଦାରରେ ନଜର ଆସୁଥିବା ଅରୁଣ ଗୋବିଲ ଓ ଦୀପିକା ଚିଖଲିୟାଙ୍କୁ ଦର୍ଶକମାନଙ୍କର ବହୁତ ଭଲ ପାଇବା ବି ମିଳିଥିଲା ।

ଶୋର ପପୁଲାରୀଟୀ ଏତେ ଥିଲା କି ସେହି ସମୟରେ ଲୋକମାନେ ଅରୁଣ ଗୋବିଲ ଓ ଦୀପିକା ଚିଖଲିୟାଙ୍କୁ ଦେଖିଲେ ତାଙ୍କର ଗୋଡ ଛୁଇଁ ନମସ୍କାର ବି କରୁଥିଲେ । ତେବେ ଦର୍ଶକ ମାନେ ଅରୁଣ ଙ୍କ ଫଟୋ କୁ ନିଜ ଘରେ ଲଗାଉଥିଲେ ଓ ତାଙ୍କର ପୂଜା କରୁଥିଲେ । ତେବେ ଏହି ଲକଡାଉନ ରେ ପୁନଃବାର ରାମାୟଣ ପ୍ରସାରିତ ହୋଇଥିଲା ଏବଂ ଲୋକମାନେ ଫୁଣି ଥରେ ସେହି ଆଗ୍ରହ ସେହି ଉତ୍ସାହ ରେ ଏହି ଶୋ କୁ ଦେଖିଥିଲେ । ତେବେ ଅରୁଣ ଗୋବିଲ ନିଜର ଏକ ଇଣ୍ଟରଭିୟୁ ରେ କହିଥିଲେ ।

ଦିନେ ମୁ ସେଟ ରେ ଟିସାର୍ଟ ପିନ୍ଧି ବସିଥିଲି ସେତେବେଳେ ଜଣେ ମହିଳା ଆସି ମୋତେ ଭଲ ରେ ଅନେଇଲେ ଏବଂ କିଛି ସମୟ ପରେ ନିଜ ପିଲାଙ୍କୁ ମୋ ପାଦ ତଳେ ରଖି ଭଲ କରିଦିଆ ପ୍ରଭୁ ବୋଲି କହିଲେ । ତେବେ ମୁଁ ସେତେବେଳେ ଡରି ଯାଇଥିଲି ଏବଂ ତାଙ୍କୁ କିଛି ପଇସା ଦେଇ ଡାକ୍ତର ଙ୍କୁ ଦେଖାଇବା ପାଇଁ କହିଥିଲି । ତେବେ କିଛି ଦିନ ପରେ ସେହି ମହିଳା ଜଣଙ୍କ ନିଜର ପିଲାକୁ ନେଇ ଆସିଲେ ଏବଂ ତାଙ୍କ ପିଲା ସୁସ୍ଥ ଥିବାର ଜଣା ପଡୁଥିଲା ଏବଂ ସେ ମୋତେ ଧନ୍ୟବାଦ ଜଣେଇଥିଲେ ।

ତେବେ ସେ ସମୟରେ ମୋତେ ଏତେ ସମ୍ମାନ ମିଳୁଥିଲା ଲୋକମାନେ ମୋତେ ବିଶ୍ୱାସ କରୁଥିଲେ ଯାହା ମୋ ପାଇଁ ବହୁତ ବଡ଼ କଥା ଅଟେ । ଏବଂ ଏହା ସତ୍ୟ ଯେ ଆପଣ ଭଗବାନ ଙ୍କ ନିକଟରେ ନିଜ ଖୋଲା ହୃଦୟ ରେ କିଛି ମାଗିଲେ ତାହା ନିଶ୍ଚିତ ପୂର୍ଣ୍ଣ ହୋଇଥାଏ । ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *