କଣ ଖାଇଲେ ତ୍ଵଚାରେ ଆସିବ ଚମକ ? Dietician Niharika Dash

ସ୍କିନକୁ ଠିକ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଗୋଟିଏ ସଠିକ ଜୀବନଶୈଳୀକୁ ଆପଣାନ୍ତୁ ଓ ସୁସ୍ଥ ଖାଦ୍ୟ ସେବନ କରନ୍ତୁ । ଯେତେବେଳେ ଝିଅ ଓ ପୁଅମାନେ ୧୫ ୧୬ ବର୍ଷର ହୋଇ ଯାଆନ୍ତି ସେହି ସମୟରେ ତାଙ୍କ ମୁହଁରେ ବ୍ରଣ ଦେଖାଯାଏ । ହାର୍ମୋନାଲ ଇଂବାଲାନ୍ସ ଯୋଗୁ ଏହି ସବୁ ହୋଇଥାଏ । ଝିଅମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥାଏ କି ସେମାନେ ତାଙ୍କର ସ୍କିନକୁ କେମିତି ଗ୍ଲୋ କରିବେ ।

ଯଦି ଆପଣ ସୁସ୍ଥ ଚେହେରା ଓ ଭଲ ସ୍କିନ ପାଇବା ପାଇଁ ଚାହୁଁଛନ୍ତି ତେବେ କେବଳ ଭଲ ଖାଇବା ଖାଇଲେ ହବ ନାହିଁ ଏହା ସହିତ ଆପଣଙ୍କୁ ବ୍ୟାୟମ ଯୋଗ ଓ ଟେନସନ ଫ୍ରୀ ରହିବାକୁ ପଡିବ ଓ ୮ ଘଣ୍ଟା ନିଦ୍ରା ନେବାକୁ ପଡିବ । ପାଣି ବି ସଠିକ ସମୟରେ ସଠିକ ପରିମାଣରେ ପିଇବା ଦରକାର । କାରଣ ସ୍କିନକୁ ସବୁବେଳେ ହାଇଡ୍ରେଡ ରଖିବା ଦରକାର ।

ନିଜର ଖାଦ୍ୟପେୟ ଉପରେ ବି ଧ୍ୟାନ ଦେବାକୁ ପଡିବ । ଭିଟାମିନ C ଭିଟାମିନ E ଯୁକ୍ତ ଖାଦ୍ୟର ସେବନ କରିବା ଉଚିତ । ଏହି ସବୁ ଖାଦ୍ୟକୁ ଯଦି ଆପଣ ସଠିକ ପରିମାଣରେ ନିଜର ଡାଇଟ ସାମିଲ କରି ପାରିଲେ ତେବେ ଆପଣଙ୍କ ସ୍କିନ ନିଶ୍ଚିତ ରୂପରେ ଗ୍ଲୋ କରିବ । ସମସ୍ତ ପ୍ରକାରର କେମିକାଳ ଠାରୁ ନିଜ ଚେହେରାକୁ ଦୂରେଇ ରଖନ୍ତୁ ।

ଯାହା ଦ୍ଵାରା ଆପଣଙ୍କ ସ୍କିନରେ କୌଣସି ବି ପ୍ରକାରର ଦାଗ ଆସିବ ନାହିଁ । ସବୁଦିନ ପ୍ରଚୁର ମାତ୍ରା ପାଣି ପିଅନ୍ତୁ । ସବୁ ଦିନ ୭ ରୁ ୮ ଘଣ୍ଟା ନିଶ୍ଚିତ ନିଦ୍ରା ନିଅନ୍ତୁ । ଯୋଗ ଓ ବ୍ୟାୟମ ବି କରିବା ଉଚିତ । ଖରାରେ ଗଲେ ଆମ ଶରୀରରୁ ଝାଳ ବାହାରିଥାଏ ଓ ଏକ୍ସରସାଇଜ କରିଲେ ଆମ ଶରୀରରୁ ଚେହେରାରୁ ଝାଳ ବାହାରିଥାଏ । ଏହି ଦୁଇଟି ଜିନଷ ଅଲଗା ଅଲଗା ହୋଇଥାଏ । କିନ୍ତୁ ଯଦି ବ୍ୟାୟମ କରି ଆପଣ ସ୍କିନରୁ ଝାଳ ବାହାର କରୁଛନ୍ତି ତେବେ ଆପଣଙ୍କ ସ୍କିନ ମନକୁ ମନ ଗ୍ଲୋ କରିବ ।

ଅତ୍ୟଧିକ ମଶାଲ ଯୁକ୍ତ, ବାହାର ଖାଦ୍ୟ, ସୁଗାର ଖାଦ୍ୟ ଓ ଲୁଣ ଉପରେ ଯଦି ଆପଣ କଣ୍ଟ୍ରୋଲ କରୁଛନ୍ତି ତେବେ ଆପଣଙ୍କ ସ୍କିନ ଗ୍ଲୋ କରିବ । ଗ୍ଲୋ ସ୍କିନ ପାଇଁ ଆପଣ ଯେ କୌଣସି ବି ଖାଦ୍ୟ ସେବନ କରି ପାରିବେ । କିନ୍ତୁ ଆପଣ ଯଦି ଗୋଟିଏ ବାଲାନ୍ସ ଡାଇଟକୁ ଫଲୋ କରିବେ ତେବେ ଆହୁରି ଭଲ । ଆପଣ ସଠିକ ସମୟରେ ଖାଦ୍ୟ ସେବନ ଓ ଶୋଇବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍କିନ ବୟସ ଅନୁସାରେ ଗ୍ଲୋ କରିବ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *