Deepika ମାମଲାରେ ନୂଆ ଟ୍ବିଷ୍ଟ, ‘କାଲି ଫାଷ୍ଟ ଆଣ୍ଡ ଲାଷ୍ଟ, ଆସୁଛି ଦିନେଶ ନିଆଯିବ ଶେଷ ନିଷ୍ପତ୍ତି…’ ଦେଖନ୍ତୁ କଣ କହିଲେ ପ୍ରମିଳା

ଦର୍ଶକ ବନ୍ଧୁ ଦୀପିକା ଆଉ ଦିନେଶଙ୍କ ପାରିବାରିକ ବିବାଦ ମାମଲାରେ ଆଜି ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ମାସର ଧାରଣା ପରେ ଆଜି ଦୀପିକା ଦ୍ଵିତୀୟ ଥର ମହିଳା ମହିଳା କମିଶନରଙ୍କ ପାଖକୁ ଯାଇଥିଲେ । ଆଗରୁ ମଧ୍ୟ ଦୀପିକା ମହିଳା କମିଶନରଙ୍କ ପାଖକୁ ଯାଇଥିଲେ ହେଲେ କିଛି ଲାଭ ହେଲା ନାହିଁ । ତେଣୁ ନ୍ୟାୟ ପାଇବା ପାଇଁ ଆଉ ନିଜ ପୁଅକୁ ବାପାର ପରିଚୟ ଦେବା ପାଇଁ ସେ ଗଞ୍ଜାମରୁ ଭୁବନେଶ୍ବର ଯାଇଥିଲେ ।

ଦୀପିକା ଏକା ନୁହେଁ ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଆଉ ତାଙ୍କ ପୁଅ ବି ତାଙ୍କ ସହ ଯାଇଥିଲେ । ହେଲେ ବନ୍ଧୁଗଣ ଆଜି ବି ତାଙ୍କୁ ନିରାଶ ହେବାକୁ ପଡିଛି । ଆଜି ସେ ପୁଣି ମହିଳା କମିଶନର ଅଫିସରୁ ଫେରି ଯାଇଛନ୍ତି । ତେବେ ଏନେଇ ସମାଜସେବୀ ପ୍ରମିଳା ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ ବୟାନ ଦେଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସମାଜସେବୀ ପ୍ରମିଳା ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଅବେଳା ବେଳା କିଛି ନାହିଁ ଆଜ୍ଞା ଆପଣଙ୍କ ପାଇଁ ଅବେଳା ବେଳା । ମହିଳା କମିଶନର 13 ତାରିଖରେ ଆସିବାର ଅଛି ବୋଲି ଶୁଣିକି ଯାଇଥିଲୁ । 14ରେ ନୋଟିସ ହେବା କଥା ଆଉ ଅବେଳା ବେଳା ଏ ସବୁ ନାହିଁ ।

ଆଜି ଆମେ କମିଶନର ପାଖକୁ ଆସିଲୁ ଦେଖିଲୁ ମହିଳା ମାଡମ ଆଜି ଜଏନ ହୋଇଛନ୍ତି ଆଉ କାଲି ଦିନେଶ ଆସିବ । ଆଜି ସେ ଝିଅ ପାଖରେ କାଗଜ ଥିଲା ମୁଁ ତ ଜାଣି ନଥିଲି ଆଉ କଣ କରିବୁ ବାଧ୍ୟ ହୋଇ ଆଜି ଆସିଲୁ ଫେରିବୁ । ହେଲେ ଆଜି ଭୁବନେଶ୍ବରରେ ରହିବି କାଲି 11ଟାରେ ମୁଁ ଝିଅକୁ ଧରି ଆସିବି ନା । ଯାହା ହେଲେ ଗୋଟେ ନିଷ୍ପତ୍ତି ହେବ ନ ହେଲେ ଅବସ୍ଥା ହେବ ଆଉ ।

ଦିନେଶ ଏଠି ଆସୁ ନ ଆସୁ ଆମ କର୍ତ୍ତବ୍ୟ ଆମେ କଲୁ । ସେ ଯଦି ନଆସିଲା ଝିଅ ଯାଇ ତା ଧାରଣାରେ ବସିବ ସେ ଚକି ପେଶିବ । ଆଉ କଣ ଛାଡି ଦେବୁ ନା କଣ । କାଲି ଫାଷ୍ଟ ଆଣ୍ଡ ଲାଷ୍ଟ କାଲି ଖେଳ କଣ ହେଉଛି ଆମେ କଣ ଜାଣିଛୁ  । ମାଡମ ପାଖରୁ ଯାହା ଜଣା ପଡିବ ତା ପରେ ବ୍ରହ୍ମପୁରରେ ଖେଳ ହେବ ଆଉ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *