ଦର୍ଶକ ବନ୍ଧୁ ଦୀପିକା ଆଉ ଦିନେଶଙ୍କ ପାରିବାରିକ ବିବାଦ ମାମଲାରେ ଆଜି ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ମାସର ଧାରଣା ପରେ ଆଜି ଦୀପିକା ଦ୍ଵିତୀୟ ଥର ମହିଳା ମହିଳା କମିଶନରଙ୍କ ପାଖକୁ ଯାଇଥିଲେ । ଆଗରୁ ମଧ୍ୟ ଦୀପିକା ମହିଳା କମିଶନରଙ୍କ ପାଖକୁ ଯାଇଥିଲେ ହେଲେ କିଛି ଲାଭ ହେଲା ନାହିଁ । ତେଣୁ ନ୍ୟାୟ ପାଇବା ପାଇଁ ଆଉ ନିଜ ପୁଅକୁ ବାପାର ପରିଚୟ ଦେବା ପାଇଁ ସେ ଗଞ୍ଜାମରୁ ଭୁବନେଶ୍ବର ଯାଇଥିଲେ ।
ଦୀପିକା ଏକା ନୁହେଁ ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଆଉ ତାଙ୍କ ପୁଅ ବି ତାଙ୍କ ସହ ଯାଇଥିଲେ । ହେଲେ ବନ୍ଧୁଗଣ ଆଜି ବି ତାଙ୍କୁ ନିରାଶ ହେବାକୁ ପଡିଛି । ଆଜି ସେ ପୁଣି ମହିଳା କମିଶନର ଅଫିସରୁ ଫେରି ଯାଇଛନ୍ତି । ତେବେ ଏନେଇ ସମାଜସେବୀ ପ୍ରମିଳା ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ ବୟାନ ଦେଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସମାଜସେବୀ ପ୍ରମିଳା ତ୍ରିପାଠୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଅବେଳା ବେଳା କିଛି ନାହିଁ ଆଜ୍ଞା ଆପଣଙ୍କ ପାଇଁ ଅବେଳା ବେଳା । ମହିଳା କମିଶନର 13 ତାରିଖରେ ଆସିବାର ଅଛି ବୋଲି ଶୁଣିକି ଯାଇଥିଲୁ । 14ରେ ନୋଟିସ ହେବା କଥା ଆଉ ଅବେଳା ବେଳା ଏ ସବୁ ନାହିଁ ।
ଆଜି ଆମେ କମିଶନର ପାଖକୁ ଆସିଲୁ ଦେଖିଲୁ ମହିଳା ମାଡମ ଆଜି ଜଏନ ହୋଇଛନ୍ତି ଆଉ କାଲି ଦିନେଶ ଆସିବ । ଆଜି ସେ ଝିଅ ପାଖରେ କାଗଜ ଥିଲା ମୁଁ ତ ଜାଣି ନଥିଲି ଆଉ କଣ କରିବୁ ବାଧ୍ୟ ହୋଇ ଆଜି ଆସିଲୁ ଫେରିବୁ । ହେଲେ ଆଜି ଭୁବନେଶ୍ବରରେ ରହିବି କାଲି 11ଟାରେ ମୁଁ ଝିଅକୁ ଧରି ଆସିବି ନା । ଯାହା ହେଲେ ଗୋଟେ ନିଷ୍ପତ୍ତି ହେବ ନ ହେଲେ ଅବସ୍ଥା ହେବ ଆଉ ।
ଦିନେଶ ଏଠି ଆସୁ ନ ଆସୁ ଆମ କର୍ତ୍ତବ୍ୟ ଆମେ କଲୁ । ସେ ଯଦି ନଆସିଲା ଝିଅ ଯାଇ ତା ଧାରଣାରେ ବସିବ ସେ ଚକି ପେଶିବ । ଆଉ କଣ ଛାଡି ଦେବୁ ନା କଣ । କାଲି ଫାଷ୍ଟ ଆଣ୍ଡ ଲାଷ୍ଟ କାଲି ଖେଳ କଣ ହେଉଛି ଆମେ କଣ ଜାଣିଛୁ । ମାଡମ ପାଖରୁ ଯାହା ଜଣା ପଡିବ ତା ପରେ ବ୍ରହ୍ମପୁରରେ ଖେଳ ହେବ ଆଉ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।