‘ରିଅଲ୍ ଲାଇଫ୍ ରେ ମୁଁ ସବୁବେଳେ ରୋମାଣ୍ଟିକ୍ ଆଉ ରିଲ୍ ରେ…’ କହୁ କହୁ ଏ କଣ କହିଦେଲେ ଅଭିନେତ୍ରୀ Kusum Tripathy, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ହେଉଛନ୍ତି କୁସୁମ ତ୍ରିପାଠୀ । କୁସୁମ ଅନେକ ମଞ୍ଚ, ଛୋଟ ପରଦା ଓ ବଡ ପରଦାରେ ଅଭିନୟ କରି ସଫଳତା ହାସଲ କରିଛନ୍ତି । ବିଗତ ୧୮ ବର୍ଷରୁ ଅଧିକ ହେବ ସେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । କୁସୁମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ କୁସୁମଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । କୁସୁମ ସେହି ସାକ୍ଷାତ୍କାରରେ କହିଛନ୍ତି-‘ରିଅଲ ଲାଇଫରେ ମୁଁ ସବୁବେଳେ ରୋମାଣ୍ଟିକ ହେଲେ ରିଲରେ ଦରକାର ପଡିଲେ ମୁଁ ରୋମାଣ୍ଟିକ । ରିଲରେ ସ୍ତ୍ରୀ ଭୂମିକା ବେସୀ ମୁଁ ଅସ୍ରୁ ଭାଇଙ୍କ ସହ କରିଛି ସେମିତି କହିବାକୁ ଗଲେ ମୁଁ ସମସ୍ତଙ୍କ ସହ କରିଛି’ ।

ଆଗକୁ ସେ କହିଛନ୍ତି-‘ବହୁତ ଜଣଙ୍କ ସହ ମୁଁ ସ୍ତ୍ରୀ ଭୂମିକାରେ କାମ କରିଛି ପ୍ରାୟ ୮୦ ଜଣ ହେବେ ଫିଲ୍ମ ଆଉ ସିରିଏଲରେ । ତେଣୁ ଯେତେବେଳେ ଯାହାକୁ ସେମାନେ ବାଛନ୍ତି ମୁଁ ନିଜ ଇଛାରେ କେଉଁ ସ୍ଵାମୀ ବାଛି ନାହିଁ । ତେଣୁ ଯେଉଁଠି ଯାହା ସହ ଯୋଡି ସେମାନେ କରିଦିଅନ୍ତି । ଏବେ ଅପେକ୍ଷା ଆଗରୁ କାମ କରିବା ପାଇଁ ଅଧିକ ଭଲ ଲାଗୁଥିଲା । ସେତେବେଳେ ମଣିଷଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବା ଥିଲା’ ।

ଆଗକୁ ସେ କହିଛନ୍ତି-‘ଆମର ଗୁରୁ ଗୁରୁଜନଙ୍କ ପ୍ରତି ଭକ୍ତି ଓ ଭଲ ପାଇବା ଥିଲା । ସିନିୟର କଳାକାର ମାନଙ୍କୁ ଆମେ ସମ୍ମାନ ଦେଉ ଥିଲୁ । ମୁଁ ୫୦ଟି ଫିଲ୍ମ କରିଥିବି ହେଲେ ଆମେ ଆମ ଜାଗାରେ ରହୁ ଆମେ ଲିମିଟ କ୍ରଶ କରୁନି । ହେଲେ ଆଜି କାଲି ଝିଅ ମାନଙ୍କର ସେତିକି ରେସପେକ୍ଟ ନାହିଁ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କୁସୁମ ତ୍ରିପାଠୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *